ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜୁ ଜୟନ୍ତୀ ଓ ସାସ୍କୃତିକ ମହୋତ୍ସବ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ବିଜୁ ଜୟନ୍ତୀ ଓ ସାସ୍କୃତିକ ମହୋତ୍ସବ ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ରାଉରକେଲା: ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଦ୍ଵାରା ବିଜୁ ପଟ୍ଟନାୟକ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ -୨୦୨୫ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ଅନୁଷ୍ଠାନର ସଂପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମାର୍ଚ୍ଚ ୫ ତାରିଖ ବୁଧବାର ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ସକାଳ ୯ ଘଟିକା ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବକୃତା, ମ୍ୟୁଜିକ୍ ଚେୟାର, ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି, ଫେଶନ ଶୋ, ଦେଶାତ୍ମବୋଧକ ସଂଗୀତ,ଓଡ଼ିଶୀ, ସମ୍ବଲପୁରୀ ଆଦିବାସୀ ପାରମ୍ପରିକ ନୃତ୍ୟ ଓ ଗ୍ରୁପ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଟିତ ହେବ। ବିଚାରକ ମଣ୍ଡଳୀଙ୍କ ନିଷ୍ପତି ଅନୁଯାୟୀ କୃତି ପ୍ରତିଯୋଗୀ ମାନଙ୍କୁ ୭ ଘଟିକା ସମୟରେ ଅନୁଷ୍ଟିତ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ଉତ୍ସବରେ ମଞ୍ଚରେ ମାନପତ୍ର, ଟ୍ରଫି ସହ ପୁରସ୍କୃତ କରାଯିବ। ଏହି ଅବସରରେ କଳିଙ୍ଗ ବୀର ବିଜୁ ପଟ୍ଟନାୟକ ଙ୍କ ପ୍ରତି ଉପସ୍ଥିତ ଅତିଥି ମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ତାଙ୍କର ଅବଦାନ ସଂପର୍କରେ ଆଲୋଚନା କରିବେ। ଶେଷରେ ସ୍ଥାନୀୟ ଅଂଚଳର କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ନିଷ୍ପତି ନିଆଯାଇଛି । ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ ମୁରଲିଧର ଦାସ, ଗୁରୁ ବିଜୟ ସାମଲ, ଗୁରୁ ରବର୍ଟ ହାଇଫିଲ୍, ଆଇନଜୀବୀ ଆରତୀ ଚୌଧୁରୀ, ବିଶ୍ଵନାଥ ପଟ୍ଟନାୟକ, ପ୍ରଭାତ ସାମଲ, ରାମଚନ୍ଦ୍ର ସାମଲ, ହରିହର ବେହେରା, ଅଲେଖ ସାହାଣୀ,ଅନ୍ତର୍ଯ୍ୟାମି ବେଉରା, ଭ୍ରମରବର ମହାକୁଡ, ଚାନ୍ଦମଣି ମାଝୀ, ସୁନିତା ପରିଡା, କୈଳାଶ ମଲ୍ଲିକ, ସୁରଥ ପରିଡା, ସନାତନ ବାରିକ, କାଳନ୍ଦୀ ଚରଣ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥଲେ। ଏହି କାର୍ଯ୍ୟକ୍ରମ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ ବିଭିନ୍ନ କମିଟିମାନ ଗଠନ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ବ୍ଲକରେ ପ୍ରଶାସନ ଓ ଜନତା ତରଫରୁ ଭବ୍ୟ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା 

Sunil Chandra Nayak

ଇମ୍ଫା ରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

masiha

ବିଶ୍ୱ ଯୁବ ଦକ୍ଷତା ଦିବସ ‘2023 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!