ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଲି ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଲିଲି ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ 

କଟକ : ୪୨ ମୌଜା କଳପଡା ପଞ୍ଚାୟତ ଅନ୍ତର୍ଗତ ରାଉତରାପୁର ସ୍ଥିତ ଲିଲି ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ସାଗରିକ ପତି ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇ°. ପ୍ରକାଶ ଚନ୍ଦ୍ର ସେଠୀ,ମୁଖ୍ୟବକ୍ତା ଭାବେ ୪୨ ମୌଜା ଥାନା ଆଇଆଇସି ହେମନ୍ତ କୁମାର ସେଠୀ,ସମ୍ମାନୀୟ ଅତିଥି ଭାବେ ୪୨ମୋଜା ବିକାଶ ପରିଷଦ ସମ୍ପାଦକ ସନ୍ତୋଷ କୁମାର ପତି,ସୁଦର୍ଶନ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ଼ଃ ଏସ କେ କଲ୍ଲୀମୁଲ୍ଲା,ଜିଲ୍ଲା ବିଜ୍ଞାନ ପ୍ରବକ୍ତା ଦେବ ପ୍ରସାଦ ତ୍ରିପାଠୀ,ଓଷ୍ଠାର ପ୍ରାକ୍ତନ ଶିକ୍ଷକ କିଶୋର ଚନ୍ଦ୍ର ପଣ୍ଡା,ୟୁସୁଫ ମେମୋରିଆଲ ଟ୍ରଷ୍ଟର ଟ୍ରଷ୍ଟି ମାରିୟମ ଉଲ୍ଲା ହକ୍,ନିୟୁ ଷ୍ଟାର୍ଟ ସ୍କୁଲ ଶିକ୍ଷକ ପରୱେଜ ଖତାର,ରେଭେନ୍ସା ବାଳିକା ବିଦ୍ୟାଳୟର ସଭାପତି ରିସିକେଶ ବଳ, ଜୟନ୍ତୀଦେବୀ ବିଦ୍ୟାପୀଠର ପ୍ରାକ୍ତନ ପି.ଇ.ଟି ହରମୋହନ ପତି,ପାର୍ବତୀ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଅଶୋକ କୁମାର ପତି ଓ ଦଧିଚି ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ବିଦ୍ୟାଳୟର ସମ୍ପାଦକ ସକିଲ ଅଖତର ଖାନ ବିବରଣୀ ପାଠ କରିଥିଲେ। ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବହୁ ସୁନ୍ଦର ତଥା ଉଚ୍ଚକୋଟିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୃତୀ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ମଣ୍ଡଳୀ, ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମକର୍ତା ମାନେ ସହଯୋଗ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ସାଗରିକା ପତି ଧନ୍ୟବାଦ ପ୍ରଦାନ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍  

Related posts

ଧର୍ମଗଡ ସ୍ଵଧାର ଗୃହ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଗାନ୍ଧୀ ଜୟନ୍ତୀ ପାଳିତ

masiha

ବଜ୍ରପାତ ନେଲା ତିନି ଜଣ ମଣିଷ,ପାଞ୍ଚଟି ଗାଇ ଓ ଆଠୋଟି ଛେଳିର ଜୀବନ   

masiha

ବିରମିତ୍ରପୁର ବିଏସଏଲ ର ସ୍ଥିତି ସନ୍ଦିହାନ 

masiha

Leave a Comment

error: Content is protected !!