ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ପୋଲିସର କଡ଼ାକଡି ଚେକିଙ୍ଗ

ବ୍ରହ୍ମପୁର ପୋଲିସର କଡ଼ାକଡି ଚେକିଙ୍ଗ

ବ୍ରହ୍ମପୁର,୦୮/୦୬ ବ୍ରହ୍ମପୁର ପୋଲିସ ସହରରେ ଆଇନ ଶୃଙ୍ଖଳା କଡାକଡି କରିବାର ଲାଗିଛି । ଗତକାଲି ସନ୍ଧ୍ୟାରେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭରେ ୩୭ଟି ମୋଟର ଯାନ ଆଇନ ଉଲ୍ଲଂଘନ ମାମଲା ରୁଜୁ ହୋଇଛି l ଏଥିରେ ୩୬ଟି ଦୁଇ ଚକିଆ ଓ ଗୋଟିଏ ଚାରି ଚକିଆ ଗାଡ଼ି ଜବତ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଇବା, ଟ୍ରିପଲ୍ ରାଇଡିଂ, ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ବ୍ୟବହାର ଏବଂ ବୈଧ ଲାଇସେନ୍ସ ବିନା ନାବାଳକଙ୍କ ଦ୍ୱାରା ଗାଡ଼ି ଚଳାଇବା ଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ରୋକିବା ଉପରେ ଚେକିଙ୍ଗ କରାଯାଇଥିଲା l ମଦ୍ୟପାନ କରି ଗାଡ଼ି ଚଳାଇବାରେ ୧୭ଟି ମାମଲା, ବଡ଼ବଜାର ଥାନାରେ ୧୪ଟି ମାମଲା ଚିହ୍ନଟ ହୋଇଥିଲା l ନାବାଳକ ଦ୍ୱାରା ଗାଡ଼ି ଚଳାଇବା ୧୮ବର୍ଷରୁ କମ୍ ବୟସ୍କ ଏବଂ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିବା ୩ଟି ମାମଲା ଏବଂ ଦୁଇ ଚକିଆରେ ଟ୍ରିପଲ୍ ରାଇଡିଂ ୧୨ ମାମଲା ସହ ଗାଡ଼ି ଚଳାଉଥିବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର ୫ଟି ମାମଲା ହୋଇଥିଲା ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଡ଼ଃ ସର୍ଵଣା ବିବେକ ଏମ୍ l

Related posts

ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପରିସର ରେ ବାସନ୍ତିକ ସାହିତ୍ୟ ଆସର : ଝଡ଼ ଓ ଉଷା ର କାହାଣୀ ପୁସ୍ତକ ଉନ୍ମୋଚିତ

masiha

ପୁଅ ବହୁ ହେବ ତ ଏମିତି

ଗଛ ପଡି ରାସ୍ତା ଅବରୋଧ 

masiha

Leave a Comment

error: Content is protected !!