ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ପୁଲିସ

ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଶ୍ମଶାନରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲେ ପୁଲିସ

କଲମପୁର ତା ୧୨.୯ (ମ ନି ସ) କଲମପୁର ଥାନା ଅଧିନସ୍ଥ ବନ୍ଧକନା ଠାରେ ବିଦ୍ୟୁତ୍ ଆଘାତରେ ଜଣକର ମୃତ୍ୟୁ ଘଟିଛି । ପରିବାର ଲୋକ ଘଟଣାକୁ ଚପାଇ ଦେବା ପାଇଁ ପ୍ରୟାସ କରି ଶବକୁ ଦାହ ସଂସ୍କାର କରିବା ପାଇଁ ଶ୍ମଶାନ କୁ ନେଇଥିବା ବେଳେ କଲମପୁର ପୁଲିସ ଶ୍ମଶାନ ରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।

ସୂଚନା ଅନୁସାରେ ବନ୍ଧକନା ଗ୍ରାମ ର ପରମାନନ୍ଦ ମାଝୀ ନାମକ ଜନୈକ ବ୍ୟକ୍ତି ନିଜ ଘରକୁ ସଂଯୋଗ ହେଇଥିତା ବିଦ୍ୟୁତ୍ ରେ ସମସ୍ୟା ହେବା ଯୋଗୁଁ ନିକଟସ୍ଥ ବିଦ୍ୟୁତ୍ ଖୁଣ୍ଟ ରେ ଚଢି ମରାମତି କରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଥିଲେ । ଯାହାରି ଫଳରେ ଖୁଣ୍ଟ ତଳକୁ ଛିଟିକି ପଡିଥିଲେ। ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବନ୍ଧକନା ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ପରମାନନ୍ଦ ର ମୃତ୍ୟୁ ହେଇ ସାରିଥିଲା। ନିଜ ଭୁଲ ପାଇଁ ଏଭଳି ଘଟଣା ଘଟିବାରୁ ପରିବାର ଲୋକ ଘଟଣାକୁ ଚପାଇ ଦେବା ଉଦ୍ଧେଶ୍ୟରେ ଶବକୁ ଦାହ ସଂସ୍କାର ପାଇଁ ଗାଁ ଶ୍ମଶାନ କୁ ନେଇ ଯାଇଥିଲେ। କିନ୍ତୁ କୌଣସି ସୂତ୍ରରୁ କଲମପୁର ପୁଲିସ ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ ସଂଧ୍ୟାରେ ଗାଁ ଶ୍ମଶାନରେ ପହଞ୍ଚି ଶବ ଜବତ କରିବା ସହ କଲମପୁର ପୁଲିସ ଥାନା ଅପମୃତ୍ୟୁ ମାମଲା କେସ୍ ନଂ ୧୦/୨୦୨୩ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ।

ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର:ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଂଗ୍ରେସର ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କ କୁଶପୁତ୍ତଳିକା ଦାହ

masiha

ଧର୍ମଗଡ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସାଧାରଣ ବୈଠକ

Sunil Chandra Nayak

କଳାହାଣ୍ଡି ଉତ୍ସବ ପାଇଁ ‘ପଞ୍ଜିକରଣ, ଆବାସ ଓ ପରିବହନ ବ୍ୟବସ୍ଥା ଉପ ସମିତି’ର ପୂର୍ବ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!