ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

“କାନ୍ଦ ମାଷ୍ଟ୍ରେ” ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଓ ଟ୍ରେଲର ରିଲିଜ୍ 

“କାନ୍ଦ ମାଷ୍ଟ୍ରେ” ଓଡ଼ିଆ ଚଳଚ୍ଚିତ୍ରର ଅଡିଓ ଓ ଟ୍ରେଲର ରିଲିଜ୍ 

କିଛି ବର୍ଷ ହେବ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଶୈଳୀ ବଦଳିବା ସହିତ ମାନରେ ବହୁତ ଉନ୍ନତି ପରିଲକ୍ଷିତ ହୋଇଛି l ଓଡ଼ିଶା ମାଟିର ବିଭିନ୍ନ ମୌଳିକ କାହାଣୀକୁ ନେଇ ନିର୍ମାଣ ହେଉଥିବା ଓଡ଼ିଆ ଚଳଚ୍ଚିତ୍ର ଏବେ ବେଶ ଦର୍ଶକାଦୃତ ହେବାରେ ଲାଗିଛି l ସେହି ଧାରାରେ ସମ୍ପୂର୍ଣ୍ଣ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନେଇ ଓଡ଼ିଆ ଚଳଚ୍ଚିତ୍ର “କାନ୍ଦ ମାଷ୍ଟ୍ରେ” ନିର୍ମାଣ ହୋଇଛି, ଯାହାର ଅଡିଓ ଏବଂ ଟ୍ରେଲର ମହାଆଡମ୍ବରରେ ରିଲିଜ୍ ହୋଇଛି l ସେହି ଅବସରରେ ପ୍ରଯୋଜକ ସିନେମାର ସମସ୍ତ କର୍ମକର୍ତ୍ତା, କଳାକାର ପ୍ରମୁଖ ଉପସ୍ଥିତ ଥିଲେ l 

ସାରା ବିଶ୍ଵରେ ଓଡିଶାର ସଂସ୍କୃତି ଓ ପରମ୍ପରାର ଏକ ସ୍ଵତନ୍ତ୍ର ପରିଚୟ ରହିଛି । ଓଡ଼ିଶାରେ ଝିଅମାନେ ବିବାହ ବିଦାୟୀ ବେଳେ ବାପା, ମାଆ, ବନ୍ଧୁବାନ୍ଧବଙ୍କୁ ଧରି ବିଭିନ୍ନ କଥାକୁ ପଦ୍ୟରେ ଗାଇ କାନ୍ଦିଥା’ନ୍ତି । ଏ ପରମ୍ପରା ଧିରେ ଧିରେ ନବେ ଦର୍ଶକଠୁ ଏକ ପ୍ରକାର ଲୋପ ପାଇ ବସିଲାଣି । ଏବେ ପ୍ରାୟତଃ ଆଉ କାନ୍ଦଣା ଦେଖିବାକୁ ମିଳୁ ନାହିଁ । ଏପରି ଏକ କହାଣୀକୁ ନେଇ କାନ୍ଦ “ମାଷ୍ଟ୍ରେ” ଚଳଚ୍ଚିତ୍ର ଚିତ୍ରଣ କରାଯାଇଛି । ଓଡ଼ିଶାର ଆଗ ଧାଡ଼ିର ନାଟ୍ୟକାର ତଥା ସାହିତିକ ଜାକିର ଖାନ୍ ଙ୍କ ସଫଳ ନାଟକକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ପ୍ରଯୋଜନା ସହିତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ବଜିତ ପଣ୍ଡା, କହାଣୀ ଓ ସଂଳାପ ଜାକିର ଖାନ ଲେଖିଥିବାବେଳେ ଚିତ୍ରନାଟ୍ୟରେ ଜାକିର ଖାନ ଓ ବିଶ୍ବଜିତ ପଣ୍ଡା ଅଛନ୍ତି । ମୁଖ୍ୟ କଳାକାର ମଧ୍ୟରେ ଅଭିନେତ୍ରୀ ଲିପ୍ସା ମିଶ୍ର , ବିଭୁ ପ୍ରସାଦ , ପୃଥ୍ଵୀରାଜ ନାୟକ, ଧରିତ୍ରୀ ଖଣ୍ଡୁଆଳ, ଶ୍ଵେତାଶ୍ରୀ ପାଢ଼ୀ ପ୍ରମୁଖ ଅଭିନୟ କରିଛନ୍ତି l ଚିତ୍ରତ୍ତୋଲନ ସ୍ଵର୍ଣ୍ଣପ୍ରସାଦ, ସମ୍ପାଦନା କୃତାର୍ଥ ଚିତରଞ୍ଜନ ନାଟେକର ଓ ମଣ୍ଟୁ , ସାଉଣ୍ଡରେ ଅଜେଶ ମିଶ୍ର , ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଦାସ ଓ ଶାନ୍ତନୁ ନାୟକ l ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ ଏବଂ ସନ୍ତୋଷ ନାୟକ l କ୍ରିଏଟିଭ ପ୍ରଡ୍ୟୁସର ଇତିଶ୍ରୀ ପାଣିଗ୍ରାହୀ ଅଛନ୍ତି । ତେବେ କାନ୍ଦ ମାଷ୍ଟ୍ରେ ଚଳଚ୍ଚିତ୍ର ଫେବୃଆରୀ ୨୭ ତାରିଖରେ ପୂର୍ଣ୍ଣ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ସୂଚନା ଦେଇଛନ୍ତି ଏବଂ ଲଗାତାର ଭାବେ ଯେମିତି ଓଡ଼ିଆ ଚଳଚ୍ଚିତ୍ରକୁ ଓଡ଼ିଆ ଦର୍ଶକ ଭଲ ପାଇବା ଦେଉଛନ୍ତି ଠିକ ସେହିପରି କାନ୍ଦ ମାଷ୍ଟ୍ରେକୁ ମିଳିବ ବୋଲି ଆଶା ପ୍ରକଟ କରିଛନ୍ତି l 

Related posts

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପିତ

Sunil Chandra Nayak

ଜୀ ସାର୍ଥକ ପ୍ରସ୍ତୁତ ନୂଆ ଚଳଚ୍ଚିତ୍ର ‘ଟ୍ଵିନ୍ସ’ ର ଅଡିଓ ଲୋକାର୍ପିତ

ମୁକ୍ତିଲାଭ କଲା ଚଳଚ୍ଚିତ୍ର ‘ଟି’- ର ପ୍ରଥମ ଗୀତ ଜଲସା, ୨୫ ମେ’ ରେ ମୁକ୍ତିଲାଭ

Leave a Comment

error: Content is protected !!