ମୁକ୍ତିଲାଭ କରିବ ‘ସମୀକ୍ଷା’
ଭୁବନେଶ୍ୱର (୧୯/୧୦) : ବୟସ୍କଙ୍କ ସମସ୍ୟାଙ୍କୁ ନେଇ ପ୍ରସ୍ତୁତ ଏଇ ଫିଲ୍ମର କାହାଣୀ ରଚନା କରିଛନ୍ତି ଶ୍ରୀମତୀ ପ୍ରଭାସିନୀ ପାଟ୍ଟଜୋଷୀ । ପ୍ରଯୋୟଜନା ଶ୍ରୀ ବିକାଶ ପଟ୍ଟନାୟକ କରିଥୁବା ବେଳେ, ନିର୍ଦ୍ଦେଶନାର ଦାୟିତ୍ଵ ତୁଲାଇଛନ୍ତି ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ରଂଜନ ମିଶ୍ର ସଂଳାପ ଓ ଗୀତ ରଚନା କରିଛନ୍ତି ଶ୍ରୀ ସଚ୍ଚି ମହାନ୍ତି । ଅନ୍ୟ ଏକ ଗୀତ ରଚନା ଶ୍ରୀ ପଂଚାନନ ନାୟକ କରିଥିବା ବେଳେ, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀ ଯଜ୍ଞ ଦାଶ ଓ ଶ୍ରୀ ବିଦ୍ୟାଧର । କଣ୍ଠଦାନ କରିଛନ୍ତି ପଣ୍ଡିତ ଶିବ ରଥ ଓ ଶ୍ରୀ କରୁଣା କର ।
ଜୀବନ ସାରା ସଂଘର୍ଷ ଓ ଅସରନ୍ତି ତ୍ୟାଗ ଦେଇ ମଣିଷ ଗଢେ – ତା ନିଜ ସଂସାର କିନ୍ତୁ ଯେତେବେଳେ ବାର୍ଷିକ ଆସେ, ସେ କେବଳ ନିଜ ଅସୁସ୍ଥ ଶରୀର ପାଇଁ ଚିନ୍ତା କରେନି । ତା ଜୀବନ ଅପୂର୍ଣ୍ଣ ସ୍ଵପ୍ନ । ଅତୀତର ଅନେକ ଦୋଷ, ତ୍ରୁଟି, ଭୂଲ୍ ନିଷ୍ପତି, ବର୍ଷ ବର୍ଷ ଧରି ଦମନ କରି ରଖୁଥୁବା ଅସୁମାରୀ ଇଛା, କ୍ଷତ ବିକ୍ଷତ ଅହଂକାର, ଅସରନ୍ତି ଦୁଃଶ୍ଚିନ୍ତାର ଝଟା ସହିତ ବି ତାକୁ ସଂଘର୍ଷ କରିବାକୁ ପଡେ ।
ଜଣେ ଅସୁସ୍ଥ ବୃଦ୍ଧ ସମର ଙ୍କ ମାନସିକ, ମନସ୍ତାତ୍ଵିକ ଓ ଶାରୀରିକ ସମସ୍ୟାର କାହାଣୀ – “ ସମୀକ୍ଷା” । ପରିବର୍ତ୍ତିତ ସାମାଜିକ ସମସ୍ୟା କିପରି ଧରେ ଧୂରେ ବୟସ୍କ, ସୟସ୍କାଙ୍କୁ ଏକା ଏକ ବଂଚିବାକୁ ଓ ମରିବାକୁ ବାଧ୍ୟ କରେ ଓ ଏପରି ସମସ୍ୟାର ସମାଧାନ କିପରି କରାଯାଇପାରେ – ଏପରି ଏକ ବିଷୟବସ୍ତୁକୁ ନେଇ ନିର୍ମିତ ଏଇ ଫିଲ୍ମରେ ଅଭିନୟ କରିଛନ୍ତି – ପ୍ରଭ୍ରଂଜନ ମିଶ୍ର, ଧ୍ଵର ମଲ୍ଲିକ, ଧରିତ୍ରୀ ଖଣ୍ଡୁଆଳ, ଅଭିଳାଷ ହୋତା, ବିକାଶ ପଟ୍ଟନାୟକ, ବବଲ୍ଲୀ, ବୁଲୁଟି ପ୍ରଧାନ,ଭରଦ୍ୱାଜ, ରଶ୍ମିତା, ଅଂଶିତା, ଅପୂର୍ବ ରଂଜନ, ଧାରା ଶ୍ରାବଣୀ, ମମତା, କ୍ରୀଷ୍ଣା ଓ ଶିଶୁ କଳାକାର ଅନିକା ପଟ୍ଟନାୟକ । ଆସନ୍ତା ବର୍ଷ ଫିଲ୍ମଟି ମୁକ୍ତିଲାଭ କରିବା ଯୋଜନା କରିଛନ୍ତି ପ୍ରଯୋଜନା ସଂସ୍ଥା।