ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ସାଜିଛି ଲେତେର ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ

କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ସାଜିଛି ଲେତେର ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ହାଇସ୍କୁଲ ଶିକ୍ଷା ରେ ଏକ ପ୍ରଦୀପ ସାଜିଛି ଲେତେର ତ୍ରୀଶକ୍ତି ଉଚ୍ଚ ବିଦ୍ୟାଳୟ । ଆଜି ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟ ର ରୋପ୍ୟ ଜୟନ୍ତୀ ଉସ୍ଛବରେ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ମୂଖ୍ୟ ଅତିଥି, ଶିକ୍ଷାବିତ ଅଜୟ କୁମାର ମିଶ୍ର ମୂଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବରେ ପ୍ରସନ୍ନ ରାଉତ,ବିଶ୍ବମ୍ବର ନାଏକ ଏବଂ ସରପଞ୍ଚ ଦମୟନ୍ତି ଭୋଇ ଯୋଗ ଦେଇଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ମୋତିଲାଲ ନାଏକ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପାନ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ଅନୁଷ୍ଠାନ ର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅସ୍ତିତ୍ୱ ହରାଉଛି ଅମର୍ଦ୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ,ହୋଇନି କୌଣସି ବିକାଶ କାମ, ହେଲେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା, ପାଣିରେ ପଡିଲା 2 କୋଟି 

masiha

କୁଁଡୁଖ୍ ଭାଷା ଓ ବନ୍ନା ଲିପି କୁ ସାଂବିଧାନିକ ମାନ୍ୟତା ଦାବି କରି ବିଶାଳ ରାଲି ୯ରେ

masiha

ଢେ଼ଙ୍କାନାଳରେ ପାଳିତ ହେଲା ବିଶ୍ୱନାଟ୍ୟ ଦିବସ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!