ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ସାଜିଛି ଲେତେର ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ

କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ସାଜିଛି ଲେତେର ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ହାଇସ୍କୁଲ ଶିକ୍ଷା ରେ ଏକ ପ୍ରଦୀପ ସାଜିଛି ଲେତେର ତ୍ରୀଶକ୍ତି ଉଚ୍ଚ ବିଦ୍ୟାଳୟ । ଆଜି ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟ ର ରୋପ୍ୟ ଜୟନ୍ତୀ ଉସ୍ଛବରେ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ଏହା ପ୍ରକାଶ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ମୂଖ୍ୟ ଅତିଥି, ଶିକ୍ଷାବିତ ଅଜୟ କୁମାର ମିଶ୍ର ମୂଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବରେ ପ୍ରସନ୍ନ ରାଉତ,ବିଶ୍ବମ୍ବର ନାଏକ ଏବଂ ସରପଞ୍ଚ ଦମୟନ୍ତି ଭୋଇ ଯୋଗ ଦେଇଥିଲେ । ସ୍କୁଲ ପରିଚାଳନା କମିଟି ସଭାପତି ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ମୋତିଲାଲ ନାଏକ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପାନ୍ତ ଅଞ୍ଚଳରେ ଗଢି ଉଠିଥିବା ଏହି ଅନୁଷ୍ଠାନ ର ବିଭିନ୍ନ ବ୍ୟକ୍ତି ବିଶେଷ ତଥା ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଲୋଚନାଚକ୍ର “ବ୍ୟାସଦେବ ସୃଜନ ଚିନ୍ତନ”ର ଦ୍ଵିତୀୟ ଅର୍ଘ୍ୟ “ଅଗ୍ନିମୀଳେ ପୁରୋହିତମ୍” ଅନୁଷ୍ଠିତ

Sunil Chandra Nayak

ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକ ନିରୀକ୍ଷଣ ସାଥୀ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ

Sunil Chandra Nayak

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

Leave a Comment

error: Content is protected !!