ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

ବାଇକ୍ ଦୁର୍ଘଟଣାରେ ଦୁଇ ଆହତ 

ଡାବୁଗାଁ, ୩/୧୨-(ମ. ନି. ସ.) ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ବୋରିଗାଁ ଗ୍ରାମପଞ୍ଚାୟତ ଅଧୀନ ଗୋଦମା ଗ୍ରାମର କୁମାର ଗୌଡ (୨୩) ଇଶ୍ଵର ଭତ୍ରା (୪୫)ଙ୍କ ସହ ମଇଦଲପୁର ପାଖ ପିତାରିଗୁଡା ଗ୍ରାମକୁ ନିଜ ଶଶୁରଙ୍କ ଭଉଣୀ ଚନ୍ଦ୍ରା ଗୌଡ ଙ୍କ ଘରକୁ ଅପରାହ୍ନ ରେ ଯାଇଥିଲେ l ସେଠାରୁ ବଡ଼ି ପାରିବା ପାଇଁ ପାଣି କଖାରୁ ଆଣି ନିଜ ମୋଟର ସାଇକେଲ ନମ୍ବର ଓ ଡି ୧୦ ଏ ଏଲ୍ ୫୫୪୬ ଯୋଗେ ଫେରୁଥିଲେ । ଫେରିବା ବାଟରେ ମାନିଗାଁ ଗ୍ରାମ ରୁ କିଛି ଦୂର ଅତିକ୍ରମ କରି ଆସୁଥିବା ବେଳେ ରାସ୍ତl ଏକ କଲଭର୍ଟ ପାଖ ରେ ଦୁର୍ଘଟଣା ର ଶିକାର ହୋଇ ଥିଲେ । ଉକ୍ତ ଦୁର୍ଘଟଣା ଖବର ପାଇ ମାନିଗାଁ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ବେଲାଲସେନ ରାଉତ ତାଙ୍କ ସହଯୋଗୀ ମାନଙ୍କ ସହ ପହଁଚି ୧୦୮ ଗାଡ଼ି ଡକାଇ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଡାଃ ଅଂଶୁମାନ ଦାସ ଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଯାଇ ଥିବା ବେଳେ ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରି ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରୁଛନ୍ତି l

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡ଼ାଙ୍କ ରିପୋର୍ଟ

Related posts

ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍  ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ

Sunil Chandra Nayak

ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ରାଜ୍ୟ ସମ୍ମିଳନୀ ପାଇଁ ବୈଠକ

masiha

ଜୁନାଗଡ଼ରେ ସ୍ୱର୍ଗତ ମାଳତୀ ନାଏକଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

Leave a Comment

error: Content is protected !!