ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ଲଙ୍କେଶ୍ୱରୀ ମନ୍ଦିର ର ରୂପାନ୍ତରିକରଣ ,ଜୁନାଗଡ଼ ବିକାଶର ମାଇଲଖୁଣ୍ଟ ହେବ , ସହାୟତା ରାଶି ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ 

ମାଁ ଲଙ୍କେଶ୍ୱରୀ ମନ୍ଦିର ର ରୂପାନ୍ତରିକରଣ ,ଜୁନାଗଡ଼ ବିକାଶର ମାଇଲଖୁଣ୍ଟ ହେବ ,

ସହାୟତା ରାଶି ର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ 

ଜୁନାଗଡ଼,୩/୧୨(ମ ନି ସ)। କଲାହାଣ୍ଡି ଜିଲ୍ଲାର ଜୁନାଗଡ଼ର ଐତିହାସିକ ପୀଠ ମାଁ ଲଙ୍କେଶ୍ୱରୀ ମନ୍ଦିର ର ପାରିପାର୍ଶୀକ ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ ଓ ରୁପାନ୍ତରଣ ପାଇଁ ସହାୟତା ଯୋଜନାରେ ଅଢେଇ କୋଟି ଟଙ୍କା ପ୍ରଦାନ ହୋଇଥିବା ରାଶି ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଭୂମି ପୂଜନ ଉତ୍ସବରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ତତ୍ବ|ବଧାନରେ ଶହ ଶହ ଜନସାଧାରଣ ଯୋଗଦେଇଥିଲେ | କଳାହାଣ୍ଡି ର ପୁରାତନ ରାଜଧାନୀ ଜୁନାଗଡ଼ ର ଅଧିଷ୍ଠାତ୍ରୀ ଗଡ଼ଦେବୀ ତଥା ଆସ୍ଥା ର ଶକ୍ତିପୀଠ ମାଁ ଲଙ୍କେଶ୍ୱରୀ ଙ୍କ ପ୍ରାଚିନ ମନ୍ଦିରର ଉନ୍ନତି କରଣ ଫଳରେ ଶ୍ରଦ୍ଧାଳୁ ଙ୍କ ଦର୍ଶନ ପାଇଁ ଅନେକ ସୁବିଧା ଓ ମନ୍ଦିର ର ଆଧୁନିକରଣ ତଥା ସୌନ୍ଦର୍ୟୀ କରଣ ପାଇଁ ଅନୁଦାନ ଫଳରେ ଅଂଚଳବାସି ଙ୍କ ମନରେ ଅନେକ ଉତ୍ସାହ ଦେଖା ଦେଇଛି | ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ, ଗିରୀଶ ଚନ୍ଦ୍ର ବେହେରା ସଭାପତି ବି ସି ସି ବି ବ୍ଯାଙ୍କ କଳାହାଣ୍ଡି, ସୁଧୀରl ମେହେର ଉପାଧ୍ୟକ୍ଷl ଜିଲ୍ଲା ପରିଷଦ, ସବିତା ମେହେର୍ ଅଧ୍ୟକ୍ଷl ଜୁନାଗଡ ପଞ୍ଚାୟତ ସମିତି , ପ୍ରମୋଦ ବେହେରା ଉପାଧ୍ୟକ୍ଷ ପଞ୍ଚାୟତ ସମିତି ଜୁନାଗଡ, ହିଁମାଦ୍ରୀ ନାଏକ ଉପାଧ୍ୟକ୍ଷl ଏନ୍ ଏ ସି ଜୁନାଗଡ,ବହୁଜନ ସଂଗ୍ରାମ ସମିତି ସଭାପତି ରଂଜନକୁମାର ଜାଲ, ବାଙ୍କ ରାଜପୁତ ସମାଜ ସଭାପତି ,ବ୍ଲକ ବିଜେଡି ସଭାପତି ପ୍ରେମାନନ୍ଦ ଘି, ସରପଞ୍ଚ ସଂଘ ସଭାପତି, ତାରା ପ୍ରସାଦ ରାୟଗୁରୁ, ପ୍ରମୁଖ ଙ୍କ ସହିତ ବିଭିନ୍ନ ସାମାଜ ର ସଭାପତି ମଞ୍ଚାସୀନ ଥିଲେ ,ଏଥିସହ ବ୍ଲକର ବିଭିନ୍ନ ଗ୍ରାମଦେବୀ ପୂଜକ, ଦିଶାରୀ,ଜାନୀ ଓ ପୂଜକ ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପୂର୍ବତନ ଏନଏସି ନଗରପାଳ ମହେଶ ସାହୁ।ଏହି ଭୂମି ଭୂମିପୂଜନ କାର୍ଯ୍ୟକ୍ରମରେ ମହିଳା ସଂଗଠନର ସଦସ୍ୟା ଓ ବିଭିନ୍ନ ଅଂଚଳରୁ ଜନସାଧାରଣ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

masiha

ରାଜ୍ୟ ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଡାବୁଗାଁ ବ୍ଲକକୁ ସ୍ୱର୍ଣ୍ଣ ପଦକ 

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରୁ ବରିଷ୍ଠ ନାଗରିକଙ୍କ ଅଯୋଧ୍ୟା ଓ ବାରାଣସୀ କୁ ତୀର୍ଥଯାତ୍ରା 

masiha

Leave a Comment

error: Content is protected !!