ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ

ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ

ଲାଞ୍ଜିଗଡ, ୧୭/୦୬(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ ନବମ ଯାଦବ ମହାସଭା ବୈଠକ ଅନୁଷ୍ଠିତ ହୋଇଯାଇଛି। ମଧୁପୁରଠାରେ ଅନୁଷ୍ଠିତ ବୈଠକରେ ଲାଞ୍ଜିଗଡ ବ୍ଲକ ଯାଦବ ମହାସଭାର ସାଧାରଣ ସଂପାଦକ ଧବଳେଶ୍ୱର ଠେଲା, କୋଷାଧ୍ୟକ୍ଷ ଲକ୍ଷ୍ମୀ ଚଣ୍ଡୀ, ସମାଜସେବୀ ରାଘବ ଗହୀର ପ୍ରମୁଖ ଯୋଗଦେଇଥିଲେ। ବ୍ଲକ ଉପସଭାପତି ଶୋଭାବନ ଛତରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକକୁ ତୀର୍ଥ ଗହୀର ଓ ନୃପରାଜ ଛତର ପରିଚାଳନା କରିଥିଲେ। ଏହି ଅବସରରେ ଯାଦବ ମହାସଭା ଗୋବର୍ଦ୍ଧନପୁର ପଞ୍ଚାୟତସ୍ତରୀୟ କମିଟି ଗଠିତ ହୋଇଥିଲା। ଏଥିରେ ପଞ୍ଚାୟତ ସଭାପତି ଭାବେ ଶୋଭାବନ ଛତର, ଉପସଭାପତି ଭାବେ ନିତ୍ୟାନନ୍ଦ ଛତର, ସାଧାରଣ ସଂପାଦକ ଭାବେ ନୃପରାଜ ଛତର, ସଂଗଠନ ସମ୍ପାଦକ ତୀର୍ଥ ଗହୀର, କୋଷାଧ୍ୟକ୍ଷ ଭାବେ ହୃଷିକେଶ ବଗର୍ତ୍ତିଙ୍କୁ ମନୋନୀତ କରାଯାଇଥିଲା। ସେହିପରି ପଞ୍ଚାୟତର ନଅଖଣ୍ଡ ଗାଁ ପାଇଁ ନଅଗୋଟି ଗ୍ରାମ୍ୟ କମିଟି ଓ ଭାତ କମିଟି ଗଠନ କରାଯାଇଥିଲା। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଡଃ ହରେକୃଷ୍ଣ ମହତାବ ଭବନ ପରିସରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଏବଂ ବିଶାଳ ସ୍ଵାସ୍ଥ୍ୟ ଶିବିର 

Sunil Chandra Nayak

ଚାରଭାଟି ରେ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା

Sunil Chandra Nayak

ମାନଝରି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଓ ସମାଧାନ ଶିବିର 

masiha

Leave a Comment

error: Content is protected !!