ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲିଲା ବିକାଶ ବାହନ 

ରାୟଗଡ଼ ତା-୧୭-୬-୨୦୨୫ -+      ରାୟଗଡ଼ ବ୍ଳକ ବିକାଶ ବାହନ ମଙ୍ଗଳବାର ଦିନ ପିପଲଗୁଡା, କାରୁବାଇ ଓ ବାଇସିଙ୍ଗ ଗ୍ରାମ ପଞ୍ଚାୟତ ବୁଲି ସଚେତନତାର ବାର୍ତ୍ତା ପ୍ରଚାର କରିଛି। ବିକାଶ ରଥକୁ ପଞ୍ଚାୟତ ବାସୀ ସ୍ବାଗତ କରିବା ସହ ଏଲଇଡି ମାଧ୍ଯମରେ ବିଭିନ୍ନ ବିଷୟରେ ସଚେତନ ହୋଇଥିଲେ ।

     ଷ୍ଟଲ ମାଧ୍ୟମରେ ମୂଖ୍ଯମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ବିଷୟରେ ସଚେତନ କରାଯାଇଥିଲା । ତିନିଗୋଟି ଗ୍ରାମ ପଞ୍ଚାୟତରେ ମୋଟ ବତିଶିଟି ଆବାସ ଯୋଜନାର କାର୍ଯ୍ଯାଦେଶ, ଏଗାରଟି ଜବକାର୍ଡ, ଦଶଟି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ, ସାଠିଏଟି ବୟୋ ବନ୍ଦନା ସ୍ବାସ୍ଥ୍ୟକାର୍ଡ, ଚବିଶିଟି ବ୍ଯକ୍ତିଗତ ଓ ତିନୋଟି ସାମୁହିକ ଜଙ୍ଗଲ ଅଧିକାର ଆଇନ ପଟ୍ଟା,ତିନୋଟି ନୁତନ ବାର୍ଦ୍ଧକ୍ଯ ଭତ୍ତା, ଏକୋଇଶିଟି ଆଧାର ପଞ୍ଜିକରଣ ଓ ଚାଳିଶି ଗୋଟି ମାଁପାଇଁ ଗଛଟିଏ ରୋପଣ କରାଯାଇଥିଲା ।

       ପିପିଲିଗୁଡା ସରପଞ୍ଚ ରେଣୁକା ମାଣ୍ଡାଙ୍ଗୀ, କାରୁବାଇ ସରପଞ୍ଚ ମାରୀଆ ସିରିକା ଓ ବାଇସିଙ୍ଗି ସରପଞ୍ଚ ବିରିମା ମାଝୀ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି , ସରକାରୀ ବିଭାଗୀୟ ଅଧିକାରୀ, ଅଙ୍ଗନୱାଡି ଓ ଆଶା କର୍ମୀ ବ୍ଲକ ଓ ଗ୍ରାମ ପଞ୍ଚାୟତ ନୋଡାଲ ଅଧିକାରୀ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ,  ନୂତନ ରାସନ୍ କାର୍ଡ ବିତରଣ 

masiha

ରାୟଗଡ଼ାରେ ଅଣପଞ୍ଜୀକୃତ ଯୁବ ଭୋଟରଙ୍କ ପାଇଁ ସଚେତନତା କର୍ମଶାଳା: ଶତପ୍ରତିଶତ ଭୋଟର ପଞ୍ଜୀକରଣ ଉପରେ ଗୁରୁତ୍ୱ

Sunil Chandra Nayak

ଘୋଟାଲାକାରୀଙ୍କ ଠାରୁ ବିପଦମୁକ୍ତରେ ରୁଙ୍ଗଟା” ନମୁନା ପରୀକ୍ଷା ନକରି, ସର୍ବାଧିକ ରାଜସ୍ବ ଦେବ ରୁଙ୍ଗଟା

masiha

Leave a Comment

error: Content is protected !!