ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଲକ : ଆବାସ ଯୋଜନା ଓ ମୋ ଘର ସଚେତନତା କର୍ମଶାଳା 

ତେନ୍ତୁଳିଖୁଣ୍ଟି :୦୩/୦୭/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ମୋ ଘର ଯୋଜନା ଓ ଆବାସ ଯୋଜନା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହି କର୍ମଶାଳା ରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଯୋଗ ଦେଇଥିଲେ। ରାଜ୍ୟ ସରକାର ଆବାସ ଗୃହ ପାଇ ନ ଥିବା ପରିବାର ପାଇଁ 5 ଟି ଅଧିନ ରେ ମୋ ଘର ଯୋଜନା କରିଛନ୍ତି। ଉକ୍ତ ଯୋଜନା ରେ ଗୃହ ନିର୍ମାଣ ପାଇଁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯାଉଛି। ଏହି ଯୋଜନାର ଫାଇଦା ନେବାକୁ ଅନ ଲାଇନ ପଞ୍ଜିକରଣ କରିବା କୁ ଆହ୍ୱାନ କରାଯାଇଥିଲା। ତେନ୍ତୁଳିଖୁଣ୍ଟି ବ୍ଲକ ରେ ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ ନିରାଶାଜନକ ଅର୍ଥାତ ମାତ୍ର 160 ହୋଇଥିବା ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଉଲ୍ଲେଖ କରିଥିଲେ। ଉପସ୍ଥିତ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଙ୍କୁ ଆବାସ ଗୃହ ପାଇ ନଥିବା ଘର ଡିହ ପଟ୍ଟା ଥିବା ହିତାଧିକାରୀ ଙ୍କୁ ଆବେଦନ କରିବାକୁ ପ୍ରୋତ୍ସାହିତ କରିବାକୁ କହିଥିଲେ। ଋଣ ତତ୍କାଳ ଶୁଝିବାକୁ ପଡିବନି ,ଧୀରେ ଧୀରେ ଦଶ ବର୍ଷ ମଧ୍ୟରେ ଶୁଝିବାକୁ ପ୍ରାବଧାନ କରାଯାଇଛି ବୋଲି ବିଧାୟକ ପ୍ରଧାନୀ କହିଥିଲେ।  

 ଇତିମଧ୍ୟରେ ପ୍ରାୟ ସତୁରି ପ୍ରତିଶତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀଙ୍କ ବ୍ୟାଙ୍କ ଖାତା କୁ ପ୍ରଥମ କିସ୍ତି 40 ହଜାର ଟଙ୍କା ଜମା ହୋଇ ସାରିଛି। ଏଣୁ ହିତାଧିକାରୀ ତୁରନ୍ତ ଗୃହ ନିର୍ମାଣ ଆରମ୍ଭ କରି ରାଜ୍ୟ ସରକାର ଦେଉ ଥିବା ପ୍ରୋତ୍ସାହନ ରାଶି ନେବାକୁ ଆହ୍ୱାନ କରାଯାଇଥିଲା। ରାଜ୍ୟ ସରକାର ଚାରି ମାସରେ ଗୃହ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀ ଙ୍କୁ 20 ହଜାର ଓ ଛ ମାସ ରେ ସମ୍ପୂର୍ଣ୍ଣ କରିଥିବା ହିତାଧିକାରୀ ଙ୍କୁ 10 ହଜାର ଦେଉଛନ୍ତି। ବର୍ଷା ତଥା ଜମି କାମ ରହିଛି ତଥାପି ଚେଷ୍ଟା କିପରି ଏହି ରାଶି ପାଇ ପାରିବ। ନିଜ ଘର କାମ ନିଜେ କରିବାକୁ ଚେଷ୍ଟା କର ,ଠିକାଦାର ଙ୍କୁ ନ ଦେବାକୁ ଚେଷ୍ଟା କର । ଠକାମୀ ର ଶିକାର ହେବା ସମ୍ଭାବନା ରହିଛି । ଏହିଗୃହ ନିର୍ମାଣ ରେ ମନରେଗା ଯୋଜନାରେ 237 ଦୈନିକ ମଜୁରୀ ହାର ରେ 95 ଦିନର ଅର୍ଥ ଦିଆଯାଉଛି। ସେହି ଅର୍ଥ ମଧ୍ୟ ଠିକ ରୂପେ ପାଇବା ପାଇଁ ପ୍ରକୃତ ଶ୍ରମିକ ଖାତା କୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ପାଣିଗ୍ରାହୀ ବିଧାୟକ ପ୍ରଧାନୀ ସମେତ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନେକନ,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ଓ ଏ ବିଡ଼ିଓ କୃପାସିନ୍ଧୁ ନାୟକ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାଇରଙ୍ଗପୁର ! ଗ୍ରେଡ ପରେ ବୃଦ୍ଧି ଦାଵି ନେଇ ୧୩ ଦିନରେ ପହଞ୍ଚିଲା ଅମଲାଙ୍କ ଧାରଣା,ଅଭିନବ ଉପାୟ ଧାରଣା;ପୂର୍ଣେଶ୍ବର ମନ୍ଦିରରେ ଦୀପ ପ୍ରଜ୍ବଳନ 

Sunil Chandra Nayak

ଆୟୁଷ୍ମାନ କାର୍ଡ ଫେରାଇଦେଲା ବେସରକାରୀ ହସ୍ପିଟାଲ: ଆଇସିୟୁ ଭିତରେ ରୋଗୀଙ୍କ ଜୀବନ ସଂଘର୍ଷ

Sunil Chandra Nayak

ଗିଗିନା ସରକାରୀ ୟୁପି ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!