ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା//କବିତା ଗୋ ତୁମେ

  କବିତା ଗୋ ତୁମେ

    ବେଣୁଧର ସୂତାର

କବିତା ଗୋ ତୁମେ କବି ହୃଦୟର
ମୁଗ୍ଧ ମଧୁର ଭାଷା
ପାଠକ ହୃଦୟ ମଣି ମଞ୍ଜୁଳ
ଉର୍ମିଳ ନୀଳ ଆଶା ।।
ରସିକ ପରାଣ ଚପଳ ଛନ୍ଦାଗୋ
ରୂପସୀ ରଜନୀ ଗନ୍ଧା
ଅଳସୀ ପାଦେ ଯା ବିଳାସୀ ନୂପୁର
ଦୀପ୍ତ ଚରଣ ଛନ୍ଦା ।।
ସାହିତ୍ୟ କାନନ ମଧୁକ୍ଷରା ତୁମେ
ମୋହିନୀ ଚନ୍ଦ୍ର ଲେଖା
ଲାଵଣ୍ୟ ଲତିକା ମଧୁ କଳିକା ଗୋ
ଲାସ୍ୟମୟୀ ହାସ୍ୟ ରେଖା ।।
ଯା ଲୀଳା ମଞ୍ଜୁଳ ଉତ୍ସବ ରୋଳ
ଉଲ୍ଲାସ ମୋଦ ଭରା
ରସ ଆସ୍ବାଦନ କାବ୍ୟ ପୀୟୂଷର
ପ୍ରଜ୍ଞା ର ଫଲ୍ଗୁ ଧାରା ।।
ତୁମେ ଅନୁପମା ସୌମ୍ୟା ପ୍ରତିମା
ଛନ୍ଦ ଭରା ରୂପାୟନ
ଜ୍ଞାନ ବଇଭବ କାବ୍ୟ ଲିପିକାର
ଉଆଁସ ତିମିରେ ଜହ୍ନ ।।
ନନ୍ଦନ ବନର ଚନ୍ଦନ ଧାରା
ଜ୍ଞାନ ରସାୟନ ପୋଥି
ବାଣୀ ଵିପଣିର ରୂପ ରୋଶଣିର
ମାଧୁର୍ଯ୍ୟ ମହକ ଦ୍ୟୁତି ।।          
ଭାବ ପୀୟୂଷର ନବୀନ ଉନ୍ମେଷ
ଚେତନାର ଅନୁଭୂତି
ମୁଗ୍ଧ ଚିତ୍ରକଳା ଜ୍ଞାନ ରତ୍ନମାଳା
ପ୍ରଜ୍ଞାମୟୀ ଅରୁନ୍ଧତୀ ।।
ମୂର୍ଚ୍ଛିତ ମନ ମୁଗ୍ଧ ନୟନ
ଲୁବ୍ଧକ ଅପଘନ
ବିଦଗ୍ଧ ପ୍ରଜ୍ଞାର ମଣିମଣ୍ଡନା ଗୋ
ସାରସ୍ବତ ଜ୍ଞାନାଞ୍ଜନ ।।
ଛନ୍ଦ ରୁଚିର ମଧୁମୟ ଝର
ମୂର୍ଚ୍ଛନା ର କଳଗୀତି
ସାରସ୍ୱତ ଜ୍ଞାନ ମୁଗ୍ଧ ସମ୍ମୋହନ 
ଭାଷା ପୀୟୂଷ ର ପ୍ରୀତି ।।
କବି ଓ କବିତା ବିଶ୍ବମନ ଜିତା
ପାରିଜାତ ଭରାବାସ
ଶବ୍ଦରେ ଶବ୍ଦରେ ଗଢ଼ିଲ କବି ହେ
ସୃଷ୍ଟିର ଇତିହାସ ।।

କେଶଦୁରାପାଳ କେନ୍ଦୁଝର

Related posts

ବେଣୁଧର ସୂତାର ଙ୍କ କବିତା // ପ୍ରତୀକ୍ଷା ର ପ୍ରତିଧ୍ବନି

Sunil Chandra Nayak

ଦେଶ ବିଦେଶ…ବିଶ୍ବର ଦାମୀ ସ୍କୁଲ…

Sunil Chandra Nayak

ଦେଶରେ ପ୍ରଥମ, ଛୁଆ ଜନ୍ମ ଦେଲେ ଗର୍ଭବତୀ ପୁରୁଷ.. କେରଳର ଜଣେ ପୁରୁଷ ୮ ମାସର ଗର୍ଭଧାରଣ କରିଥିଲେ

Sunil Chandra Nayak

Leave a Comment

error: Content is protected !!