ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା//ଶେଷ ସପନର ରାତି

    ଶେଷ ସପନର ରାତି

                      ବେଣୁଧର ସୂତାର

ଶୁଭ୍ରଅଙ୍ଗେ ଯାର ଉଛୁଳା ଯୌବନ
ଅସୁମାରୀ ରୂପ ଢେଉ
ପ୍ରୀତିପୀୟୂଷର ରେଶମୀଶେଯରେ
ସରିଯାଏ ପରମାୟୁ 
ବିମୋହିନୀ ପ୍ରୀତିଧାରା
ସୁଧାକର ପ୍ରୀତି ଅମିୟ ରାସରେ
ହେଉଥାଏ ଆତ୍ମହରା ।।
ମଧୁ ଯାମିନୀରେ ମଧୁଶାଳା ପୁରେ
ମଧୁଶଯ୍ୟା ମଧୁବାସେ
ସପନ କୁମାର ପ୍ରଣୟ ଶୃଙ୍ଗାର
ଅମୃତ ମିଳନ ଆଶେ
ଗଗନ ବିତାନ ତଳେ
ପ୍ରଣୟ ମଞ୍ଜରୀ ସଲିଳ ସୁନ୍ଦରୀ
ସରସୀର ନୀଳଜଳେ ।।
ଭାବଅନୁରାଗେ ନବୀନ ସରାଗେ
ହାସ୍ୟମୟୀ କୁମୁଦିନୀ
ପ୍ରୀତିଅର୍ଘ୍ୟସାରେ ପ୍ରଣୟ ଝଙ୍କାରେ
ଗାଏ ପ୍ରୀତି ଆବାହନୀ
ତୃଷିତ ନୟନ ଧାରେ
ନିରବେ ନିରେଖେ ନୀଳନାନ୍ତନଭ
ପ୍ରିୟପଥ ପ୍ରତୀକ୍ଷାରେ ।।
ପରବାସୀ ପ୍ରିୟ ପବିତ୍ର ପ୍ରଣୟ
ପୁଲକିତ ପ୍ରୀତିରାସେ
କୁଆଁରୀ ବୟସୀ ତନ୍ମୟୀ ଅୟସୀ
ଇପ୍ ସିତ ଅଭିଳାଷେ
ପ୍ରୀତିମୟୀ ପ୍ରଣୟିନୀ
ଅମୃତ ଅଧରୀ ସୁନ୍ଦରୀ ମାଧୁରୀ 
ଅନ୍ତପୁରେ କୁମୁଦିନୀ ।।
ପ୍ରଣୟବିଧୁର ତା ସୌମ୍ୟ କୁମାର
ରୂପ ଚନ୍ଦ୍ରିକାର ଧାରେ
ରାସ ପୀୟୂଷର ରସମୟ ଧାର
ଢାଳେ ପ୍ରିୟା ଅଧରରେ ।
ସପନର ରେଣୁବୁଣେ
ମତ୍ତ ଉଲ୍ଲାସିନୀ ସଲିଳ ବାସିନୀ
ଲାଜୁକି ନୟନ କୋଣେ ।।
ସରଗ ପୁରୀର ସପନ ସାଥିର
ରୋମାଞ୍ଚିତ ପ୍ରୀତିଛୁଆଁ
ପାର୍ଥିବ ପ୍ରଣୟ ସ୍ମୃତି ସନନ୍ଦରେ
ପ୍ରୀତିଛନ୍ଦେ ଲେଖେ ନାଆଁ
ବିଧୁ ପ୍ରଣୟରେ ମାତି
ହେଲେ ସେ ଜାଣେନି                                                        
                    ଏଇ ତା ଜୀବନେ
ଶେଷ ସପନର ରାତି ।।
ଚନ୍ଦ୍ର ଆଉ କଇଁ ଅଭେଦ ପ୍ରୀତିର
ଉପମା ଜଗତେ ନାହିଁ
ସେଥିପାଇଁ ସୋମ କୁମୁଦ ବାନ୍ଧବ
ଚନ୍ଦ୍ରପ୍ରିୟା ସିନା କଇଁ
ପ୍ରୀତି ହୁଏ ଚାରୁସ୍ମୃତି
ଶାଶ୍ବତ ପ୍ରେମର ଚିରନ୍ତନୀ ଧାରା
ନୀଳ କୁମୁଦର ପ୍ରୀତି   

କେଶଦୁରାପାଳ କେନ୍ଦୁଝର

Related posts

ବେଣୁଧର ସୂତାର ଙ୍କ କବିତା // ବିରହିଣୀ ମନ ତଟେ 

Sunil Chandra Nayak

ଡୁଇଟ ଡେଭିଡ ଫୀଳିପ ଙ୍କ କବିତା// ନୂତନ ବର୍ଷ, ମୃତ୍ୟୁ ଓଢ଼ଣା ଦେଇଛି, ଚେହେରା ପୁରୁଣା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା // ପ୍ରତୀକ୍ଷା ର ପ୍ରତିଧ୍ବନି

Sunil Chandra Nayak

Leave a Comment

error: Content is protected !!