ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେଲିଆ ଶୈବପୀଠ ରେ ହିନ୍ଦୁ ମହାସଂଘର ଧର୍ମସଭା 

କେଲିଆ ଶୈବପୀଠ ରେ ହିନ୍ଦୁ ମହାସଂଘର ଧର୍ମସଭା 

ନବରଙ୍ଗପୁର–(୭|୨ )ଆଜି କେଲିଆ ଶୈବ ପୀଠ ରେ ହିନ୍ଦୁ ମହାସଂଘ ର ଧର୍ମ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅତିଥି ଭାବେ ଦେବଗିରି ଆଶ୍ରମ ର କ୍ରାନ୍ତି ଗିରି ମହାରାଜ, କେନ୍ଦ୍ରୀୟ ସହ ସଂଯୋଜକ ଡ.ଗଣେଶ ପଣ୍ଡା, ବିଶ୍ବହିନ୍ଦୁ ପରିଷଦ ର କୃପାରାମ ସାହୁ, ପ୍ରବକ୍ତା ଶ୍ୟାମ ସୁନ୍ଦର କବିରାଜ ଓ ଚିନ୍ମୟୀ ସାହୁ, ମାତୃଶକ୍ତି ପ୍ରମୁଖ ସ୍ବାତୀ ହୋତା, ରାଷ୍ଟ୍ରୀୟ ଭବାନୀ ବାହିନୀ ଅଧ୍ୟକ୍ଷା ଜୟଶ୍ରୀ ନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୋୟୀ, କରସେବକ ମନୋଜ ମହାଙ୍କୁଡ, ଭବାନୀ ବାହିନୀ ସଂପାଦିକା ସ୍ନେହା ନାୟକ, ଜିଲ୍ଲା ସଭାନେତ୍ରୀ ନୀର୍ମଳା ବିଷୋୟୀ, ସ୍ବପ୍ନା ବେହେରା, ଶୁଚିସ୍ମୀତା ବେହେରା, ଜିଲ୍ଲା ସଂପାଦକ ପିଣ୍ଟୁ ଠାକୁର, ଅବିଭକ୍ତ କୋରାପୁଟ ଜିଲ୍ଲା ଯୁବ ହିନ୍ଦୁ ମହାସଂଘ ସଭାପତି ଥବିର ପନକା, ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ପନକା, ଗୋରା ହରିଜନ, ବିନୋଦ ହରିଜନ, ରଘୁନାଥ ପୂଜାରୀ, କୃଷକ ମହାସଂଘ ସଭାପତି ହିମାଂଶୁ ବସନ୍ତିଆ, ଅଶୋକ ପାତ୍ର, ଦିବା ହରିଜନ, ଜନଜାତି ହିନ୍ଦୁ ମହାସଂଘ ସଭାପତି ଦିବାକର ଜାନୀ, ମହେନ୍ଦ୍ର ପାତ୍ର, ମହେଶ ନାୟକ, ପିତାମ୍ବର ନାୟକ, ଭବାନୀ ବିଜୟୀ, କାଞ୍ଚନ ହରିଜନ, ପିଣ୍ଟୁ ଗଣ୍ଡ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଆଇନ୍ ପରାମର୍ଶଦାତା ଅରୁଣ ପ୍ରସନ୍ନ ନାୟକ ଖୁବ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ଧର୍ମ ରକ୍ଷା ଓ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଉପରେ ବ୍ୟାପକ ଆଲୋଚନା ହୋଇଥିଲା। ଅଯୋଧ୍ୟା ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଯାଇଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମିରର ଫାଉଣ୍ଡେସନର ସାମାଜିକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

masiha

ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ବିକାଶ ଛାତ୍ର ଛାତ୍ରୀଙ୍କ ସଫଳତା

ସ୍ଵର୍ଗତ ଜୟନ୍ତ କୁମାର ସିଂ ଙ୍କ ଶୋକ ସଭା କଲେ ଜୟପାଟଣା ସରପଞ୍ଚ ସଂଘ

Sunil Chandra Nayak

Leave a Comment

error: Content is protected !!