ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ

ବରିଷ୍ଠ ନାଗରିକଙ୍କ ତିରୁପତି – ଭେଲୋର ଅଭିମୁଖେ ଯାତ୍ରା ଆରମ୍ଭ

ଢେଙ୍କାନାଳ (ମନିସ )7/2/24 //  ଆଜି ପୂର୍ବାହ୍ନରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଜିଲ୍ଲାର 111 ଜଣ ବରିଷ୍ଠ ତୀର୍ଥଯାତ୍ରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ତିରୁପତି-ଭେଲୋର ଅଭିମୁଖେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି l ଢେଙ୍କାନାଳ ଜିଲ୍ଲାସମେତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଏବଂ କେନ୍ଦ୍ରାପଡାର ତୀର୍ଥଯାତ୍ରୀ ମାନେ ମଧ୍ୟ ତିରୁପତି – ଭେଲୋର ଯିବାପାଇଁ ନିଜ ନିଜ ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଛନ୍ତି l ଆସନ୍ତାକାଲି 8 /02/2024ରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଯାତ୍ରାର ଶୁଭାରମ୍ଭ କରିବେ l ଆଜି ଢେଙ୍କାନାଳ ଜିଲ୍ଲା ସ୍ତରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ, ସାଂସଦଙ୍କ ପ୍ରତିନିଧି ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି l ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟକ ଅଧିକାରୀ ଶ୍ରୀ ଜଗଦୀଶ ରାୟ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ଓଡିଶା ମିଲେଟ ମିଶନ ତରଫରୁ ମାଣ୍ଡିଆ ସଚେତନତା ରଥ ଶୁଭାରମ୍ଭ

masiha

ନୂଆ ପେନସନ ନୀତିର ପୁନର୍ବିଚାର ପାଇଁ ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ ତରଫରୁ ଅନୁରୋଧ

masiha

Leave a Comment

error: Content is protected !!