ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ଠାରେ ବୃହତ କୃଷକ ସମ୍ମିଳନୀ ଏବଂ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ଝରିଗାଁ ଠାରେ ବୃହତ କୃଷକ ସମ୍ମିଳନୀ ଏବଂ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର(୭/୨) ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରିଗାଁ ବ୍ଲକ ସଦମହକୁମା ସ୍ଥିତ ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ମକା ମିଶନ ଆନୁକୁଲ୍ୟରେ ବ୍ଲକର ଦୁଇ ହଜାରରୁ ଉର୍ଦ୍ଧ ଚାଷୀଙ୍କୁ ନେଇ ଏକ ବୃହତ କୃଷକ ସମ୍ମିଳନୀ ଏବଂ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଓରମାସ୍ ଡେପୁଟି ସିଇଓ ଅଳକା ଉମା ମହେଶ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୃହତ୍ ଚାଷୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେସିସି ବ୍ୟାଙ୍କ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ଟି-ଫାର୍ମ ମୁଖ୍ୟ ସ୍ୱାଧୀନ ନାୟକ, ଭୀମ ହରିଜନ, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, କୃଷି ଅଧିକାରୀ ଗଜାନନ ସାହୁ, ରାମ କୃଷ୍ଣ ବିଷୋୟୀ, ମୋନାଲ ପରିଡ଼ା, ଅନିରୁଦ୍ଧ ପଣ୍ଡା, ଶକ୍ତି ସୌରଭ ମହାନ୍ତି , ଜିଗ୍ନା ସାହୁ, ମହେଶ୍ବର ସାନ୍ତା, କୃତି କୃଷକ- ବାଲିକ କୁମାର ରାଉତ, ରମେଶ ଚନ୍ଦ୍ର ତାଡିଙ୍ଗ ପ୍ରମୁଖ ଉପସ୍ଥିତ ରହି ଚାଷୀ ଏବଂ ଚାଷ ର ଉନ୍ନତି ପାଇଁ ନିଜସ୍ବ ମତ ରଖିଥିଲେ। କେସିସି ବ୍ୟାଙ୍କ ତରଫରୁ ପ୍ରଥମ କିସ୍ତି ବାବଦରେ ମକା ଚାଷୀଙ୍କୁ ବିନା ସୁଧ ରେ ୨୦,୦୦୦ଟଙ୍କା ଏବଂ ଅଂଶଧନ ପ୍ରମାଣ ପତ୍ର ଦିଆଗଲା।ମକା ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଝରିଗାଁ ବ୍ଲକରେ ଦୁଇଗୋଟି ଏଫପିଓ ଗଠନ ହୋଇଛି,ଏହି ଏଫପିଓ ମାଧ୍ୟମରେ ଚାଷୀମାନେ ସାର, ବିହନ, କୀଟନାଶକ ଔଷଧ ସବୁ ସୁଲଭ ମୂଲ୍ୟରେ ପାଇବେ ଏବଂ ମକାର ସୁଲଭ ବିକ୍ରି ପାଇଁ ଓରମାସ୍ ଓ ଟି-ଫାର୍ମ କମ୍ପାନୀ ସହଯୋଗ କରିବ ବୋଲି ଚାଷୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା।ଝରିଗାଁ ବ୍ଲକ ର ଦୁଇଗୋଟି ଏଫପିଓ ମଧ୍ୟରୁ ବିଡ୍ରି ମା ଘାଟ ଘସିଆନି ଏଫପିଓ ର ମା ମାନେ ଏକ ଲକ୍ଷ ତେଷଠି ହଜାର ପାଞ୍ଚଶହ ପଚାଶ ଟଙ୍କାର ଅଂଶଧନ ପ୍ରଦାନ କରିଥିଲେ ସେହିଭଳି ଚନ୍ଦନଧାରା ଏଫପିଓ ପକ୍ଷରୁ ଏକ ଲକ୍ଷ ସତାବନ ହଜାର ନଅଶହ ଟଙ୍କାର ଅଂଶଧନ ବାବଦରେ ପ୍ରଦାନ କରିଥିଲେ। ଆଗତ ଦିନରେ ମୁଖ୍ୟମନ୍ତ୍ରୀ ମକା ମିଶନ ସହିତ ବ୍ଲକର ମକା ଚାଷୀ ପ୍ରମୁଖ ଯୋଡ଼ି ହୋଇ ବିଶେଷ ଲାଭବାନ ହୋଇପାରିବେ ବୋଲି ନିଜସ୍ବ ମତ ରଖିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜ୍ୟବାସୀଙ୍କୁ BSKY ଆଶ୍ୱସ୍ତି, ମୁଖ୍ୟ ସଚିବ କହିଲେ ବନ୍ଦ ହୋଇନି ଯୋଜନା!

masiha

Irregularities Alleged in LPG Distribution by Jay Shree Balaji Gramin HP Gas Agency in Kolnara Block

Sunil Chandra Nayak

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!