ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ଜବତ

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ଜବତ

କୋକସରା,୧୯/୧୨ // କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ଜାରି ରହିଛି। ଧର୍ମଗଡ଼ ଉପଖଣ୍ଡ ଦେଇ ପଡୋଶୀ ରାଜ୍ୟ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ କରୁଥିବା ସମୟରେ ରବିବାର ବେହେରାଗୁଡା ନିକଟରେ ଚୋରା ଚାଲାଣ ଧାନ ବୋଝେଇ ପିକ ଅପ ଗାଡି ନମ୍ବର ଓଡି ୦୮ ଟି ୫୮୭୭ ଓ ଓଆର୍ ୦୮ଏଚ୍ ୩୩୬୫କୁ ଜବତ କରି ୩୬.୦୭ କ୍ୱିଣ୍ଟାଲ ଓ ୨୪ କ୍ୱିଣ୍ଟାଲ ଧାନ ସହ ୨ ଗାଡିକୁ ଜବତ କରିଛି । ଦୁଇ ଗାଡିର ଡ୍ରାଇଭର ଅଶ୍ୱିନୀ ହଂସ ଓ ସୁନା ନାଏକକୁ ଅଟକ ରଖିଥିବା ଜଣାପଡିଛି। ଚଢ଼ାଉରେ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ ସମେତ ଧର୍ମଗଡ଼ ବ୍ଲକ ଏମ ଆଇ ପ୍ରଶାନ୍ତ ଦାସ, ଜୟପାଟଣା ଏମ ଆଇ ପ୍ରିୟ ରଞ୍ଜନ ନାଏକ ଓ କୋକସରା ଏମ ଆଇ ଜଗାରାମ ମୁର୍ମୁଙ୍କ ଉପସ୍ଥିତିରେ ତଦନ୍ତ କରାଯାଉଛି। ଏହି ଚଢ଼ାଉ ଜାରି ରହିବ ବୋଳି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ପରେ ଅସାଧୁ ମିଲର୍ସ ଓ ଚୋରା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧରାକୋଟ, ଚୋରୀ ଅଭିଯୋଗରେ ଚାରି ଗିରଫ 

Sunil Chandra Nayak

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

Sunil Chandra Nayak

ମୁନିଗୁଡା ପୋଲିସକୁ ମିଳିଛି ସଫଳତା,କମ୍ବଳ ବେପାର ନାଁରେ ଟାଟାଏସିରେ ଗଞ୍ଜେଇ ଭର୍ତି ଭ୍ୟାନ ଜଵତ ସହ ଦୁଇଜଣ ଗିରଫ

masiha

Leave a Comment

error: Content is protected !!