ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ଜବତ

ଯୋଗାଣ ବିଭାଗର ମାରାଥନ ଚଢ଼ାଉ, ବେଆଇନ ଧାନ ସହ ୨ ଗାଡି ଜବତ

କୋକସରା,୧୯/୧୨ // କଳାହାଣ୍ଡି ଜିଲ୍ଲା ଯୋଗାଣ ବିଭାଗ ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ଜାରି ରହିଛି। ଧର୍ମଗଡ଼ ଉପଖଣ୍ଡ ଦେଇ ପଡୋଶୀ ରାଜ୍ୟ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ କରୁଥିବା ସମୟରେ ରବିବାର ବେହେରାଗୁଡା ନିକଟରେ ଚୋରା ଚାଲାଣ ଧାନ ବୋଝେଇ ପିକ ଅପ ଗାଡି ନମ୍ବର ଓଡି ୦୮ ଟି ୫୮୭୭ ଓ ଓଆର୍ ୦୮ଏଚ୍ ୩୩୬୫କୁ ଜବତ କରି ୩୬.୦୭ କ୍ୱିଣ୍ଟାଲ ଓ ୨୪ କ୍ୱିଣ୍ଟାଲ ଧାନ ସହ ୨ ଗାଡିକୁ ଜବତ କରିଛି । ଦୁଇ ଗାଡିର ଡ୍ରାଇଭର ଅଶ୍ୱିନୀ ହଂସ ଓ ସୁନା ନାଏକକୁ ଅଟକ ରଖିଥିବା ଜଣାପଡିଛି। ଚଢ଼ାଉରେ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ ସମେତ ଧର୍ମଗଡ଼ ବ୍ଲକ ଏମ ଆଇ ପ୍ରଶାନ୍ତ ଦାସ, ଜୟପାଟଣା ଏମ ଆଇ ପ୍ରିୟ ରଞ୍ଜନ ନାଏକ ଓ କୋକସରା ଏମ ଆଇ ଜଗାରାମ ମୁର୍ମୁଙ୍କ ଉପସ୍ଥିତିରେ ତଦନ୍ତ କରାଯାଉଛି। ଏହି ଚଢ଼ାଉ ଜାରି ରହିବ ବୋଳି ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏନଫୋର୍ସମେଣ୍ଟ ଟିମର ଚଢ଼ାଉ ପରେ ଅସାଧୁ ମିଲର୍ସ ଓ ଚୋରା ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

ଅବକାରୀ ବିଭାଗ ର ବଡ଼ ସଫଳତା ଦେଶୀ ମହୁଲି ମଦ ସହିତ ଏକ ୱଙ୍ଗନର କାର ସହିତ ଜଣେ ଅଟକ

Sunil Chandra Nayak

ବହୁ ଚର୍ଚ୍ଚିତ ସୁଧୀର ହତ୍ୟା ମାମଲା ୨ ଜଣକୁ ଏନ୍‌କାଉଣ୍ଟର୍  ୧୧ଦିନରେ ୫ଜଣ ଏନ୍‌କାଉଣ୍ଟର୍ 

Leave a Comment

error: Content is protected !!