ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଭାଲୁ ଆକ୍ରମଣ ର ଶିକାର

ନୂଆପଡାରେ ଭାଲୁ ଆକ୍ରମଣ ର ଶିକାର

ନୂଆପଡା ଜିଲ୍ଲା ସଦର ମହକୁମା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସିଂ ପଡା ଠାରେ ଭାଲୁ ଆତଙ୍କ ଦେଖାଦେଇଛି | 

ମୁଖି ମହାରଥା ବୟସ ୫୫ ନାମକ ଜଣେ ମହିଳାଙ୍କୁ ମଙ୍ଗଳବାର ଭାଲୁ ସକାଳ ୫ ଟା ସମୟରେ ଫୁଲ ତୋଳିବାକୁ ସମୟରେ ଅଚାନକ ଆକ୍ରମଣ କରିଛି | ଉକ୍ତ ମହିଳା ଭାଲୁ ର ଶିକାର ହେବା ପରେ ଜୋରରେ ଚିତ୍କାର କରିଥିଲେ | ଯାହାଫଳରେ ଘରେ ଶୋଇଥିବା ପରିବାର ଲୋକେ ଘଉଡ଼ାଇବାରୁ ଭାଲୁ ନୂଆପଡା ୩୫୩ ଜାତୀୟ ରାଜାପଥ କୁ ପଳାଇଯାଇଥିଲା | ସେଠାରେ ଏନ. ଏ. ସି କର୍ମଚାରୀ ଗୀତା ନେତାମ ବୟସ ୩୮ ଓ ହିନା ସୁନାନୀ ବୟସ ୨୬ ରାସ୍ତାକଡ଼ ରେ ସଫେଇ କାର୍ଯ୍ୟ କରୁଥିଲେ | ଭାଲୁ ତାଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଯାହାଫଳରେ ସେମାନେ ମଧ୍ୟ ଆହତ ହୋଇଯାଇଥିଲେ | ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ମୁଖି ମହାରଥା ଙ୍କ କାନ ପାଖରେ ଗଭୀର ଆଘାତ ଲାଗି ଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି | ତେବେ ଏହି ଭାଲୁ ଆକ୍ରମଣ ଖବର ସମ୍ପୂର୍ଣ ନୂଆପଡା ସହରବାସୀଙ୍କୁ ଆତଙ୍କିତ କରିଦେଇଛି | ଲୋକେ ସକାଳୁ ପ୍ରତିଦିନ ବ୍ୟାୟାମ, ମର୍ଣ୍ଣିଙ୍ଗ ୱାକ କରିବାପାଇଁ ଘରୁ ବାହାରୁଥିବା ବେଳେ ଭାଲୁ ଆତଙ୍କ ଦ୍ୱାରା ସହରବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିବା ଚର୍ଚ୍ଚା ହେଉଛି | ଏହି ଭାଲୁ ନୂଆପଡା ନଗର ଆଖପାଖ ଅଂଚଳରେ ରହୁଛି ଓ ଖାଦ୍ୟ ପାଇଁ ସହରମୁଖା ହେଉଥିବାର ଅନେକ ଥର ଲୋକେ ବନ ବିଭାଗକୁ ସୂଚନା ଦେବା ପରେ ମଧ୍ୟ ବନ ବିଭାଗ ସୁପ୍ତ ଅବସ୍ଥା ଗ୍ରହଣ କରିଥିବାର ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି | ଏବେ ସକାଳୁ ମର୍ନିଙ୍ଗ ୱର୍କ କରିବା ପାଇଁ ଲୋକେ ଭୟ କରୁଛନ୍ତି l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

୧- ଅବହେଳିତ ନନ୍ଦିନିଆ ଜଳଧାରା ,୨- ମଦନମୋହନ ମଠରୁ ୧୮ଟି ପ୍ରାଚୀନ ମୂର୍ତ୍ତି ଚୋରି ,୩- ବ୍ରାହ୍ମଣୀ ନଦୀର ବନ୍ୟାଜଳରୁ ୭୦ ଗାଈ ଉଦ୍ଧାର ,୪- କାଜୁ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର , ୫-ରାଜପଥରେ ଖାଲଖମା,ଦୁର୍ଘଟଣା ଆଶଙ୍କା ଉଦ୍‌ବେଗ ପ୍ରକାଶ କଲେ ଆଞ୍ଚଳିକ ପରିବହନ ଅଧିକାରୀ, ୬- ସଡ଼କ ଦୁର୍ଘଟଣା, ଜଣେ ମୃତ; ୪ ଗୁରୁତର , ୭- ବ୍ରାହ୍ମଣୀରେ ବନ୍ୟା, ପାଞ୍ଚ ପଞ୍ଚାୟତର ଛଅ ଗ୍ରାମ ପାଣି ଘେରରେ  ରିଲିଫ୍ ପାଇଁ ଦାବି,ବୁଦ୍ଧେଶ୍ୱର ମନ୍ଦିର ରାସ୍ତାରେ ବନ୍ୟାଜଳ , ୮- ବାଇକକୁ ଧକ୍କାଦେଲା ହାଇବା, ଜଳିଗଲେ ବାଇକ ସହ ଆରୋହୀ, ୯- ଢେଙ୍କାନାଳ ଅନୁଗୋଳ ଡେଭଲପମେଣ୍ଟ ଆସୋସିଏସନ୍, (ଦାଦା) ସଂଗଠନ ର ବିଭିନ୍ନ ସମାଜ ସେବା ଏବଂ ବୃକ୍ଷ ରୋପଣ କାର୍ଯକ୍ରମ , ୧୦- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସାତ ସପନ

Sunil Chandra Nayak

ବଡ଼ଦାଣ୍ଡ ସାହି ବିଦ୍ୟାଳୟର ବାର୍ଷିକ ଉତ୍ସବ 

masiha

ଶିମିଳିପାଳ କଲେଜ ଅଫ୍ ନର୍ସିଂ, ରାଇରଙ୍ଗପୁର, ମୟୂରଭଞ୍ଜ ଶାଖା ଆନୁକୁଲ୍ୟରେ ବିଶ୍ବ ଏଡ୍ସ ଦିବସ ପାଳିତ

masiha

Leave a Comment

error: Content is protected !!