ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡାରେ ଭାଲୁ ଆକ୍ରମଣ ର ଶିକାର

ନୂଆପଡାରେ ଭାଲୁ ଆକ୍ରମଣ ର ଶିକାର

ନୂଆପଡା ଜିଲ୍ଲା ସଦର ମହକୁମା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସିଂ ପଡା ଠାରେ ଭାଲୁ ଆତଙ୍କ ଦେଖାଦେଇଛି | 

ମୁଖି ମହାରଥା ବୟସ ୫୫ ନାମକ ଜଣେ ମହିଳାଙ୍କୁ ମଙ୍ଗଳବାର ଭାଲୁ ସକାଳ ୫ ଟା ସମୟରେ ଫୁଲ ତୋଳିବାକୁ ସମୟରେ ଅଚାନକ ଆକ୍ରମଣ କରିଛି | ଉକ୍ତ ମହିଳା ଭାଲୁ ର ଶିକାର ହେବା ପରେ ଜୋରରେ ଚିତ୍କାର କରିଥିଲେ | ଯାହାଫଳରେ ଘରେ ଶୋଇଥିବା ପରିବାର ଲୋକେ ଘଉଡ଼ାଇବାରୁ ଭାଲୁ ନୂଆପଡା ୩୫୩ ଜାତୀୟ ରାଜାପଥ କୁ ପଳାଇଯାଇଥିଲା | ସେଠାରେ ଏନ. ଏ. ସି କର୍ମଚାରୀ ଗୀତା ନେତାମ ବୟସ ୩୮ ଓ ହିନା ସୁନାନୀ ବୟସ ୨୬ ରାସ୍ତାକଡ଼ ରେ ସଫେଇ କାର୍ଯ୍ୟ କରୁଥିଲେ | ଭାଲୁ ତାଙ୍କୁ ମଧ୍ୟ ଅତର୍କିତ ଭାବେ ଆକ୍ରମଣ କରିଥିଲା | ଯାହାଫଳରେ ସେମାନେ ମଧ୍ୟ ଆହତ ହୋଇଯାଇଥିଲେ | ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା | ମୁଖି ମହାରଥା ଙ୍କ କାନ ପାଖରେ ଗଭୀର ଆଘାତ ଲାଗି ଥିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି | ତେବେ ଏହି ଭାଲୁ ଆକ୍ରମଣ ଖବର ସମ୍ପୂର୍ଣ ନୂଆପଡା ସହରବାସୀଙ୍କୁ ଆତଙ୍କିତ କରିଦେଇଛି | ଲୋକେ ସକାଳୁ ପ୍ରତିଦିନ ବ୍ୟାୟାମ, ମର୍ଣ୍ଣିଙ୍ଗ ୱାକ କରିବାପାଇଁ ଘରୁ ବାହାରୁଥିବା ବେଳେ ଭାଲୁ ଆତଙ୍କ ଦ୍ୱାରା ସହରବାସୀ ନିଜକୁ ଅସୁରକ୍ଷିତ ମନେ କରୁଥିବା ଚର୍ଚ୍ଚା ହେଉଛି | ଏହି ଭାଲୁ ନୂଆପଡା ନଗର ଆଖପାଖ ଅଂଚଳରେ ରହୁଛି ଓ ଖାଦ୍ୟ ପାଇଁ ସହରମୁଖା ହେଉଥିବାର ଅନେକ ଥର ଲୋକେ ବନ ବିଭାଗକୁ ସୂଚନା ଦେବା ପରେ ମଧ୍ୟ ବନ ବିଭାଗ ସୁପ୍ତ ଅବସ୍ଥା ଗ୍ରହଣ କରିଥିବାର ବୁଦ୍ଧିଜୀବୀ ଓ ଜନସାଧାରଣ ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି | ଏବେ ସକାଳୁ ମର୍ନିଙ୍ଗ ୱର୍କ କରିବା ପାଇଁ ଲୋକେ ଭୟ କରୁଛନ୍ତି l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଦିବାସୀ ପ୍ରତିଭା ସମ୍ମାନ ପାଇଲେ କର୍ଲ।କୋଟ ଗ୍ରାମର ଗୋପୀନାଥ ଶବର

Sunil Chandra Nayak

ଜିଲ୍ଲା ସ୍ତରୀୟ ନିର୍ବାଚନ ପରିଚାଳନା ବୈଠକ ଅନୁଷ୍ଠିତ

masiha

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର: ଦୁଇ ଦିନରେ ୫୫୨ ରୋଗୀଙ୍କୁ ବିଶେଷଜ୍ଞ ସେବା 

Sunil Chandra Nayak

Leave a Comment

error: Content is protected !!