ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖାକିରେ ଲାଗିଲା ଦାଗ, ସ୍ତ୍ରୀର ପରକ୍ରୀୟା ପ୍ରୀତିକୁ ନେଇ ସ୍ବାମୀଙ୍କୁ ଆକ୍ରମଣ, ପ୍ରେମିକ ଗିରଫ

: ଢେଙ୍କାନାଳ ଜିଲ୍ଲାରେ ଖାକିରେ ଲାଗିଲା କଳଙ୍କ
: ସ୍ତ୍ରୀର ପରକ୍ରୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ବାମୀ, ପ୍ରେମିକ କନେଷ୍ଟବଳଙ୍କ ଆକ୍ରମଣ
: ସ୍ତ୍ରୀ ଓ ପ୍ରେମିକ ଉଲଗ୍ନ ଅବସ୍ଥାରେ ସୋଇଥିବା ବେଳେ ଭଡ଼ା ଘରେ ଦେଖି ଦେଲେ ସ୍ବାମୀ
 : ଖାକି ବର୍ଦ୍ଧିତରେ ପରକ୍ରିୟା ପ୍ରୀତି ପାଇଁ ଲାଗିଲା କଳଙ୍କ

 କାମାକ୍ଷାନଗର (ମନିସ )2/6/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନାର ମହିଳା କନେଷ୍ଟବଳ ଓ ପୁରୁଷ କନେଷ୍ଟବଳ ମଧ୍ୟରେ ଗୁପ୍ତରେ ଚାଲିଛି ଶାରୀରିକ ସମ୍ପର୍କ। ମହିଳା କନେଷ୍ଟବଳ ଜଣକ ହେଉଛନ୍ତି କଙ୍କଡ଼ାହାଡ଼ ଥାନାର ଜଣେ କାର୍ଯ୍ୟରତ କନେଷ୍ଟବଳ ସୁଫଳା ପ୍ରଧାନ ଓ ପୁରୁଷ କନେଷ୍ଟବଳ ଜଣକ ହେଲେ ଢେଙ୍କାନାଳ ମୁଖ୍ୟ କାର୍ଯ୍ୟାଳୟରେ ନିଲମ୍ବିତ ହୋଇ କାର୍ଯ୍ୟରତ ଥିବା ରଞ୍ଜନ ବିଶ୍ଵାଳ। ରଞ୍ଜନ ବିଶ୍ଵାଳ ଅନେକ ଦିନରୁ ମହିଳା କନେଷ୍ଟବଳଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଆସୁ ଥିଲେ । ମହିଳା କନେଷ୍ଟବଳ ବିବାହିତ ହୋଇ ମଧ୍ୟ ପର ପୁରୁଷ କନେଷ୍ଟବଳ ସହିତ ନିଜ ଭଡ଼ା ଘର ରୁମ୍ ରେ କବାଟ ଦେଇ ଶାରୀରିକ ସମ୍ପର୍କ ରଖୁଥିଲେ। ଏ ଖବର ରଞ୍ଜନଙ୍କ ସ୍ତ୍ରୀ ପାଖରେ ଓ ସୁଫଳାଙ୍କ ସ୍ବାମୀ କାନରେ ପଡ଼ି ଥିଲା। ଉଭୟେ ଖବର ପାଇ ସୁଫଳା ରହୁ ଥିବା ଭଡ଼ା ଘରେ ପହଞ୍ଚି କବାଟ ରେ ଆବାଜ ଦେବାରୁ , ଅବାଜ ଶୁଣି ମହିଳା କନେଷ୍ଟବଳ ନିଜ ଡ୍ରେସ୍ ପିନ୍ଧି କବାଟ ବିଳମ୍ବରେ ଖୋଲି ଥିଲେ । ଭିତରେ ରଞ୍ଜନ ଦେହରେ କିଛି ନ ଥିଲା, ସେହି ଉଲଗ୍ନ ଅବସ୍ଥାରେ ନିଜ ସ୍ତ୍ରୀ କୁ ମାଡ଼ ବିଧା ମାରି ଘରୁ ବାହାର କରିବା ପାଇଁ ଚେଷ୍ଠା କରୁ ଥିବା ସମୟରେ ମହିଳା କନେଷ୍ଟବଳ ସୁଫଳାଙ୍କ ସ୍ବାମୀ ବାହାରପଟୁ କବାଟ ଲକ୍ କରି ଥାନା ଅଧିକାରୀଙ୍କୁ ଖବର ଦେବା ସହିତ ଏତଲା ଦେଇ ଥିଲେ । ଘଟଣା ସ୍ଥଳରେ ଥାନା ଅଧିକାରୀ ନିର୍ମଳା ଗୋଛାୟତ ପହଞ୍ଚି ବୁଝା ଶୂଝା କରିବା ସହିତ ଉକ୍ତ ଆସାମୀ ରଞ୍ଜନ ବିଶ୍ଵାଳଙ୍କୁ ଥାନାରେ ଅଟକ ରଖି ଥିଲେ। ଉଭୟ ବିବାହିତ ହୋଇ ମଧ୍ୟ ପର ପୁରୁଷ ଓ ପର ନାରୀ ସହିତ କେମିତି ରଖୁଛନ୍ତି ଦେହ ସମ୍ପର୍କ । ଶୁଫଳାଙ୍କ ସ୍ବାମୀ ଜଣେ ପୋଲିସ କନେଷ୍ଟବଳ ହୋଇ ଥିବା ବେଳେ ନିଜ ସ୍ତ୍ରୀର କଳା କାରନାମା ଦେଖି ବିଷ ପିଇ ମଧ୍ୟ ଜୀବନ ମରଣରୁ ବଞ୍ଚି ଯାଇଥିଲେ। ହଁ ଦର୍ଶକ ବନ୍ଧୁ ଉଭୟ ଗୋଟିଏ ଗୋଟିଏ ଦେଶର ଆଇନିର ରକ୍ଷକ ହୋଇ ଥିବା ବେଳେ ଲୋକଙ୍କୁ ସଚେତନ କରାଇବା ବଦଳରେ ପୋଲିସ ବର୍ଦିକୁ କଳଙ୍କିତ କରୁଛନ୍ତି। ଯାହାକି ଏବେ ଖବର ଆସୁଛି ଉକ୍ତ ପୁରୁଷ କନେଷ୍ଟବଳଙ୍କୁ କେସ ନମ୍ବର-100 ଦଫା ନମ୍ୱର୍ 341,323 506,307 ଅନୁଯାଇ କାମାକ୍ଷାନଗର ହାଜତ କୁ ପଠା ଯାଇଛି

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

ଖଡିଆଳ ପୋଲିସ କୁ ବଡ ସଫଳତା, ୨୦ କେଜି ୪୯୫ ଗ୍ରାମ ଗଞ୍ଜେଇ ଜବତ୍, ଦୁଇ ଅଭିଯୁକ୍ତ ଅଟକ ତଦନ୍ତ ଜାରି

Sunil Chandra Nayak

ଅବକାରୀ ବିଭାଗର ମାରାଥନ ଚଢାଉ : ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ , 4 ଜଣ ଗିରଫ 

masiha

Leave a Comment

error: Content is protected !!