ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ 

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ 

ଡାବୁଗାଁ, ୨୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧିନ ଛେରାଗୁଡ଼ା ଗ୍ରାମ ନିକଟ ରାସ୍ତା ଉପରେ ରେ ମଙ୍ଗଳବାର ସକାଳ ୧୦ ଘ. ସମୟରେ କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଟି ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଦୃର୍ବୁତ୍ତ ମାନେ ଲୁଟି ନେଇଥିବା ନେ଼ଇ ମଙ୍ଗଳବାର ଅପରାହ୍ନରେ ଡ଼ାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନଯୋଗ୍ୟ:- ଡ଼ାବୁଗାଁ ବ୍ଲକ ଅଧିନ ବଡଓଲମା ଗ୍ରାମର ବସନ୍ତ ବିଷୋୟୀ (୩୩) ଜବାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ନିକଟରେ ଏକ କିଓସ୍କ ବ୍ୟାଙ୍କ କୁ ମଙ୍ଗଳବାର ସକାଳ ପ୍ରାୟ ୧୦ଘ ସମୟରେ ଯାଉଥିବା ବେଳେ ବଡଓଲମା – ଜବାଗୁଡା ମୁଖ୍ୟ ରାସ୍ତାରେ ଛେରାଗୁଡ଼ା ଗ୍ରାମ ଛକ ନିକଟରେ ୩ ଜଣ ଦୃର୍ବୁତ୍ତ ମାନେ ବସନ୍ତ ଙ୍କୁ ଅଟକାଇ ଆଖିରେ ଲଙ୍କାଗୁଣ୍ଡ ମିଶା ପାଣି ସ୍ପ୍ରେ କରି ତାଙ୍କ ପାଖରେ ଥିବା ବ୍ୟାଗ ରେ ରଖିଥିବା ୩ଟି ଲାପଟପ୍ ଓ ୧ ଲକ୍ଷ୧୮ ହଜାର ଟଙ୍କା ଲୁଟିନେଇ ଥିଲେ । ଏହାପରେ ବସନ୍ତ ପାଟି କରି ଥିଲେ ପାଟି ଶୁଣି ଆଖପାଖ ର ଲୋକ ଜମା ହୋଇଥିଲେ | ଗ୍ରାମର ପିଲାମାନେ ମୋଟରସାଇକେଲ ଧରି ବିଭିନ୍ନ ସ୍ଥାନରେ ଖଜାଖୋଜି କରି ପାଇଁଥିଲେ | ପରେ ଅପରାହ୍ନରେ ବସନ୍ତ ଡ଼ାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୨୨୩/୨୫ରେ ଏକ ମାମଲା ରୁଜୁ କରାଯାଇଛି । ସବଇନକ୍ସପେକ୍ଟର ଚନ୍ଦନ ସାହୁ ଘଟଣାର ତଦନ୍ତ କରୁଛନ୍ତି।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

ନାବାଳିକାଙ୍କ ଗର୍ଭପାତ ନେଇ ଥାନାରେ ମାମଲା 

masiha

ମୁନିଗୁଡା ପୋଲିସ ପଞ୍ଝାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୫ଗିରଫ 

masiha

Leave a Comment

error: Content is protected !!