ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ

ଭୁବନ ରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ

କାମାକ୍ଷାନଗର(ମନିସ)27/10/25 — ଭୁବନ ର ପ୍ରସିଦ୍ଧ ଶୈବପୀଠ ବାବା ବୁଦ୍ଧେଶ୍ଵର ମନ୍ଦିର ପରିସରରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଢ଼େଙ୍କାନାଳ ବିଭାଗର ମାନନୀୟ ସହ ବିଭାଗ ସଂଘ ଚାଳକ ଶ୍ରୀଯୁକ୍ତ ହୃଦାନନ୍ଦ ଶତପଥୀ, ପ୍ରଜ୍ଞା ପ୍ରଭାର ପ୍ରାନ୍ତ ସଂଯୋଜକ ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡା, ଢ଼େଙ୍କାନାଳ ବିଭାଗର ସହ ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତ ଶଶିକାନ୍ତ ଦାସ ମଞ୍ଚାସିନ ହୋଇ ଯୁବ ପୀଢ଼ି ଙ୍କୁ ମାର୍ଗ ଦର୍ଶନ କରିଥଲେ । ଢେ଼ଙ୍କାନାଳ ବିଭାଗର ସହ ବିଭାଗ କାର୍ଯ୍ୟବାହ ଶ୍ରୀଯୁକ୍ତ ଶଶିକାନ୍ତ ଦାସ ଉଦଘାଟନୀ ବୌଦ୍ଧିକ ରେ ଯୁବା ସମ୍ମିଳନୀର ଉଦ୍ଦେଶ୍ୟ ସହିତ ଭାରତ ର ଗୌରବମୟ ଇତିହାସ ସମ୍ପର୍କରେ ବଖାଣି ଥିଲେ । ପ୍ରଜ୍ଞା ପ୍ରଭାର ପ୍ରାନ୍ତ ସଂଯୋଜକ ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡା ଉଦଯାପନ ବୌଦ୍ଧିକ ରେ ଭାରତ ର ଭୌଗଳିକ ମହାତ୍ମା ବର୍ଣ୍ଣନା କରିବା ସହିତ ସଂଘର ପଞ୍ଚସୁତ୍ରୀ କାର୍ଯ୍ୟକ୍ରମର ଅବତାରଣ କରିଥିଲେ ଓ ରାଷ୍ଟ୍ର ଗଠନ ରେ ଯୁବ ସମାଜ ର ଭୂମିକା ସମ୍ପର୍କରେ ମଧ୍ୟ ଆଲୋକ ପାତ କରିଥିଲେ । ଢେ଼ଙ୍କାନାଳ ଜିଲ୍ଲା ଯୁବ ସମ୍ମିଳନୀ କାର୍ଯ୍ୟକ୍ରମ ପ୍ରମୁଖ ଶ୍ରୀଯୁକ୍ତ ନବୀନ କୁମାର ସି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଉକ୍ତ ସମ୍ମୀଳନୀରେ ସଂଘ ର ଭୁବନ ଖଣ୍ଡ ଓ ଗନ୍ଦିଆ ଖଣ୍ଡ ର ସ୍ଵୟଂସେବକ ଓ ବିଭିନ୍ନ ବର୍ଗ ର ୩୦୦ ରୁ ଅଧିକ ଯୁବକ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ପାଳିତ 

Sunil Chandra Nayak

ଯୁବରାଜପୁର ଲ୍ୟାମ୍ପ ତରଫରୁ ମହୁଲ ପାଟଣା ଠାରେ ଋଣ ମେଳା ଅନୁଷ୍ଠିତ

Sunil Chandra Nayak

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!