ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଯାଦବ ମାଝୀଙ୍କ 24ତମ ଶ୍ରାଦ୍ଧଦିବସ ପାଳିତ 

ଚନ୍ଦାହାଣ୍ଡି,୩/୪(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡ଼ା ଅଞ୍ଚଳର ବରପୁତ୍ର ତଥା ପୂର୍ବତନ ଶିଳ୍ପରାଷ୍ଟ୍ର ମନ୍ତ୍ରୀ ସ୍ଵର୍ଗୀୟ ଯାଦବ ମାଝୀଙ୍କ ଚବିଶ ତମ ଶ୍ରାଦ୍ଧଦିବସ ଚନ୍ଦାହାଣ୍ଡି ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ଠାରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ତାଙ୍କ ସୁପୁତ୍ର ଦ୍ବୟ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ l ସର୍ବ ପ୍ରଥମେ ଚନ୍ଦାହାଣ୍ଡି ସ୍ଥିତ ଯାଦବ ମାଝୀଙ୍କର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ଵର୍ଗୀୟ ମାଝୀଙ୍କ ସ୍ମୃତି ଚାରଣ କରାଯାଇଥିଲା, ତତ୍ପରେ ପାନାବେଡା ମହାବିଦ୍ୟାଳୟ ସ୍ଥିତ ସ୍ୱ ଯାଦବ ମାଝୀଙ୍କ ପ୍ରତିମୂର୍ତ୍ତି ଠାରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l ଏହି ଶିବିରରେ ପ୍ରତେକ ପଂଚାୟତରୁ ଯାଦବ ପ୍ରେମୀ ଭାଇ ଓ ଭଉଣୀ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ l ଓଏଲଆଇସି ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀଙ୍କ ସମେତ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟାକ୍ଷ ବାସୁଦେବ ଗୌଡ଼,ଜୋନ 1ଜିଲ୍ଲା ପରିଷଦ ସଭ୍ୟା ବର୍ଷାରାଣୀ ପଟେଲ,ଜୋନ 2 ଜିଲ୍ଲାପରିଷଦ କେତକୀମଲି ଗୌଡ଼,ପୁର୍ବତନ ଜିଲ୍ଲା ପରିଷଦ ଶନିନ୍ଦ୍ର ସୋରି,ଗୌରହରି ନାୟକ,ଯୁବରାଜ ଜଗତ,ବଳରାମ ପଟ୍ଟନାୟକ ,ଝୁମୁକଲାଲ ସାହୁ,ତ୍ରିନାଥ ଦାଶ,ପୁରୁଷୋତ୍ତମ ପାରି, ମଧୁସୁଦନ ନାଗେଶ,ପୂର୍ଣ୍ଣଚନ୍ଦ୍ର ସୋରି,ଚୈତୁରାମ ଦଣ୍ଡସେନା ,କୈବଲ୍ୟ ମାଝୀ,କମଳୁ ମନହିରା,ଗୌରୀ ନେଙ୍ଗୀ,ମଞ୍ଜୁଳତା ନାୟକଙ୍କ ସମେତ ଅଂଚଳର ଅନେକ ସମାଜ ସେବୀ, ବୁଦ୍ଧିଜୀବୀ ଓ ଅନେକ ଯାଦବ ପ୍ରେମୀ ଉପସ୍ଥିତ ଥିଲେ l ଏବଂ ପାନାବେଡା ଡିଗ୍ରୀ ମହାବିଦ୍ୟାଳୟ ଠାରେ ଅଧକ୍ଷ ଦ୍ୱାରିକାନାଥ ବାଗ, ପାନାବେଡା ମହାବିଦ୍ୟାଳୟ ଅଧକ୍ଷ ଅରୁଣ କୁମାର ହୋତା, ବିଶ୍ୱରଞ୍ଜନ ପଣ୍ଡା କଲେଜ କର୍ମଚାରୀ ତ୍ରିଜନ ନାୟକ, ପୂର୍ଣ୍ଣ ସାହୁ, ହରିଶ୍ଚନ୍ଦ୍ର ସାହୁ ପ୍ରମୁଖଙ୍କ ଛାତ୍ର ଛାତ୍ରୀ ଓ କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

ଚାପେ ଚର୍ଚ୍ଚା ରେ ରାଜ୍ୟ ସଭାପତି ମନମୋହନ ସାମଲ 

masiha

ରାଇରଙ୍ଗପୁରର ଶ୍ରୀ ଶ୍ରୀ ରଘୁନାଥ ଜୀଉ ମଠ ଜମି ସୁରକ୍ଷା,ଜବରଦଖଲ ଉଛେଦ ଏବଂ ୯୯ ବର୍ଷୀୟ ଲିଜ ବାତିଲ ନେଇ ଜେଏମଏମ ତରଫରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!