ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ସୈନିକ ସଂଘର ପ୍ରତିବାଦ ପଦଯାତ୍ରା 

ଢେଙ୍କାନାଳ, ୦୩.୦୪.୨୦୨୩ : ଅଦ୍ୟ ସୋମବାର ଢେଙ୍କାନାଳ ମିନିଷ୍ଟାଡିୟମ୍ ଠାରେ ପୂର୍ବତନ ସୈନିକ ସଂଘର ମିଳିତ ଆନୁକୂଲ୍ୟରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଯାଇଅଛି । ଏ ଅବସରରେ ପୂର୍ବତନ ସୈନିକମାନେ ବାଜିଚୌକ ଠାରୁ ବାହାରି ୪୦୦ ରୁ ଉର୍ଦ୍ଧ୍ବ ପୂର୍ବତନ ସେନାନୀମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା କରାଯାଇଥିଲା । ପ୍ରତିବାଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା – ଓଆର୍‌ଓପି-୨ ବିସଙ୍ଗତି, ସମାନ ମିଲିଟାରୀ ସର୍ଭିସ୍ ପେ, ଭିନ୍ନକ୍ଷମ ସୈନିକ ଭତାର ବିସଙ୍ଗତି ବିଷୟରେ ଏକ ଦାବୀପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଏଥିରେ ଢେଙ୍କାନାଳ ସଂଘର ସଭାପତି କୈଳାସ ଚନ୍ଦ୍ର ରାଉତ, ଉପସଭାପତି ବିଭୁତି ଭୂଷଣ ନନ୍ଦ, ଉପ-ସଭାପତି ବିମଳ କୁମାର ଶତପଥ, ସଂପାଦକ ସୁବାଷ ଚନ୍ଦ୍ର ହୋତା ଓ ଉତ୍କଳ ସେବା ସଂଘର ଆବାହକ ସିତେଶ କୁମାର ପଣ୍ଡା ଏବଂ ଉପସଭାପତି ଲକ୍ଷ୍ମୀଧର ପ୍ରଧାନ, ଏ.ଓ.ଭି.ଏସ୍‌ର ସଭାପତି ମହେଶ୍ବର ବେହେରା, ଉପସଭାପତି ନୃସିଂହ ଚରଣ ଶତପଥ୍ ଓ ଅସ୍ଥୂଳ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ସାରଙ୍ଗଧର ଷ୍ଟାଡିୟମ୍ ରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୨_୨୩ ଅନୁଷ୍ଠିତ

Sunil Chandra Nayak

ମ.ରାମପୁର ଡ୍ରାଇଭର ସଂଘର ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ ଆନ୍ଦୋଳନ

Sunil Chandra Nayak

108 ବୋଟ ଆମ୍ବୁଲାନ୍ସ ଘାଟ ରୁ ଡ୍ୟାମ ଉପର ପର୍ଯ୍ୟନ୍ତ ପାହାଚ ପୁନଃ ନିର୍ମାଣ ଅବା ରୋଗୀଙ୍କୁ ନେବା ଆଣିବା ପାଇଁ ଲିଫ୍ଟ ବ୍ୟବସ୍ଥା ଆବଶ୍ୟକ

Sunil Chandra Nayak

Leave a Comment

error: Content is protected !!