ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ

ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ

ଜୁନାଗଡ଼,୧୭/୦୧/୨୫( ମନୀ ସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ମହା ସମାରୋହରେ ପାଳିତ ହୋଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ସାଂସଦ ମାଲବିକା ଦେବୀ, ବିଧାୟକ ଦିବ୍ୟଶଙ୍କର ମିଶ୍ର,ବିଧାୟକ ସୁଧୀର ପଟ୍ଟଯୋଶୀ,ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ,କଲେଜ ଗଭର୍ନିଂ ବଡ଼ି ସଭାପତି ବିଭୁତି ଭୂଷଣ ପଣ୍ଡା , କଲେଜ ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର, ପ୍ରମୁଖ ମଞ୍ଚାସିନ ଥିଲେ।ଆଜି ମନ୍ତ୍ରୀଙ୍କ ଦ୍ୱାରା କଲେଜର ନିୟୁ ଏକାଡେମୀକ ବିଲ୍ଡିଂଗ ଉଦଘାଟିତ ହୋଇଥିଲା ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବାର୍ଷିକୋତ୍ସଵରେ ଜୁନାଗଡ଼ ସହରର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ସମେତ କଲେଜ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅପର ଲାନ୍ଥ ଡ୍ୟାମ ପ୍ରକଳ୍ପକୁ ନେଇ ଆଦିବାସୀ ପରିବାରଙ୍କ ନ୍ୟାୟ ଦାବି 

ମୁଣ୍ଡରା ଗୁଡ଼ାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!