ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ଦ୍ବିତୀୟ ଦିନ ….

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ଦ୍ବିତୀୟ ଦିନ ….

ରାଉରକେଲା: ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ଦ୍ବିଦିବସୀୟ ବୋଇତ ବନ୍ଦାଣ ଉତ୍ସବ ଦ୍ବିତୀୟ ଦିନରେ ଅନୁଷ୍ଠାନର ଅଧ୍ୟକ୍ଷ ସୁନୀଲ କାୟଲ, ସଭାପତି ରଶ୍ମିତ ସାହାଣୀ ଓ ସାଧାରଣ ସମ୍ପାଦକ ଶଙ୍କର ଜେନା ଙ୍କ ଆବାହକତ୍ବ ଓ ରଘୁନାଥପାଲି ର ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇଙ୍କ ପୈ।ରହିତ୍ୟ ଓ ଜ୍ୟୋସ୍ନାରାଣୀ ସାହୁ ତଥା ମୋନାଲିସା ଗୈାଡ ଙ୍କ ସଂଯୋଜନାରେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ବିରମିତ୍ରପୁର ବିଧାୟକ ରୋହିତ ଯୋଶେଫ ତିର୍କି ପ୍ରମୁଖ ଯୋଗଦେଇ ବୋଇତ ବନ୍ଦାଣ ଉତ୍ସବର ଆଭିମୁଖ୍ୟ ଓ ଉତ୍କଳୀୟ ପରମ୍ପରା ସମ୍ପର୍କରେ ଆଲୋଚନା କରିବା ସହ ଅନୁଷ୍ଠାନ ୩୪ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପାଳନ କରୁଥିବାରୁ ସାଧୁବାଦ ଦେଇଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଟିମ୍ ଉଦାହରଣ ର ଅଧକ୍ଷ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ, ସମାଜସେବୀ ବାଳମୁକୁନ୍ଦ କଦମୱଲା ଓ ଫଟୋଗ୍ରାଫର ଏସ୍ କେ ଜାଭେଦ ଙ୍କୁ ମୋମୋଣ୍ଟୋ, ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମୋନାଲିସା ସାହୁଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ରାଉରକେଲା ପ୍ରତିଭାଙ୍କ ଦ୍ବାରା ପାରମ୍ପରିକ ନୃତ୍ୟ ଓ ସୁନାମଧନ୍ୟ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ, ଇପ୍ସିତା ପଣ୍ଡା,ଦେବ,ଶଙ୍କର ଦାନ୍ ଓ ସାଥୀମାନେ ଯୋଗଦେଇ ସୁମଧୁର ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ପୃଷ୍ଟପୋଷକ କୁନବିହାରୀ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ, ସଭାପତି ଶ୍ରୀ ସାହାଣୀ ସଭାପତିତ୍ବ ଅଭିଭାଷଣ, ସାଧାରଣ ସମ୍ପାଦକ ଶ୍ରୀ ଜେନା ସମ୍ପାଦକୀୟ ବିବରଣୀ ଓ ଶେଷରେ ଅଧ୍ୟକ୍ଷ ଶ୍ରୀ କାୟଲ ଧନ୍ୟବାଦ ଅର୍ପଣ କରିଥିଲେ । ୧୫ ତାରିଖ ପ୍ରାତଃ ୪ଟା ୪୫ ରେ ୩୦୧ ସାଧବ ବୋହୂ ଙ୍କ ଦ୍ବାରା ପାରମ୍ପରିକ ବୋଇତ ବନ୍ଦାଣ ଶୋଭାଯାତ୍ରା କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ମୀନତି ଦେବତା, କୋଷାଧ୍ୟକ୍ଷ ସନ୍ତୋଷ ସ୍ବାଇଁ, ମିଟୁ ବେହୁରିଆ, ଆଦିତ୍ୟ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ଉପଦେଷ୍ଟା ସର୍ବଶ୍ରୀ ଦେବେନ୍ଦ୍ରନାଥ ସାମନ୍ତରାୟ, ନୀଳାମ୍ବର ପୁହାଣ, ଗୋପିନାଥ ପଟ୍ଟନାୟକ, ମୀନତି ଦେବତା, ଅତୁଲ୍ୟ ଦେବତା,ସରୋଜ ପ୍ରଧାନ, ଦୁର୍ଗା ଚରଣ ଜେନା, ଜୟନ୍ତ ମହାରଣା, ଆକାଶ ଜେନା, ରଞ୍ଜନ ବାରିକ, ସଞ୍ଜୟ କୁମାର ପ୍ରଧାନ, ମିହିର ମାଝୀ,ଜଗତ ସାହୁ, ଗିରିଜା ଶଙ୍କର ସାହୁ, ପବିତ୍ର ସାହୁ, ଜୟପ୍ରକାଶ ମହାନ୍ତି, ପପୁ ଛତ୍ରିଆ,ବଣ୍ଟି ସିଂ,ଅରୁ ମହାପାତ୍ର, ଲିଙ୍ଗରାଜ କୁମ୍ଭାର, ପୁର୍ଣ୍ଣଚନ୍ଦ୍ର ସାହୁ, ରବିନ୍ଦ୍ର ବାରିକ, କାର୍ତ୍ତିକ ଖଣ୍ଡୁଆଳ, ବସନ୍ତ ସ୍ବାଇଁ , ସୁଶାନ୍ତ ମହାନ୍ତି, ଗଣେଶ ରାଉତ ପ୍ରମୁଖଙ୍କ ସମେତ ଗରିମା ପରିବାରର ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାରସଗୁଡା ଗ୍ରାମକୁ ଜଳାଯୋଗଣାରେ ଅଣଦେଖା  ଅଭିଯୋଗ ଆଣିଲେ ଗ୍ରାମବାସୀ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ସମ୍ବିଧାନ ଦିବସ ପାଳିତ

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟ ମନ୍ତ୍ରୀଙ୍କ ଦ୍ୱାରା ଛାତ୍ରୀ ପୁରସ୍କୃତ

Sunil Chandra Nayak

Leave a Comment

error: Content is protected !!