ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟିର ମାଟି ଅନୁକୂଳ
ଢେଙ୍କାନାଳ, ୨୫/୯: ଢେଙ୍କାନାଳ ସହର ଆନନ୍ଦ ବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଆଜି ପବିତ୍ର ଅନ୍ତବ୍ରତ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ବିଭିନ୍ନ ପୂଜା ଯଥା-କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା ସହ ହୋମଯଜ୍ଞ କରାଯାଇ ସଂକୀର୍ତନ ଦ୍ବାରା ସହର ପରିକ୍ରମା କରି ମା’ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ନିମନ୍ତେ ମାଟି ଅନୁକୂଳ କରାଯାଇ ପୂଜା ମଣ୍ଡପକୁ ଅଣାଯାଇଥିଲା । ପୂଜକ ଜୁଲା ଭାଇନା ଓ କର୍ତା ମନୋରଞ୍ଜନ ସାହୁ ପ୍ରମୁଖ ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ । ସଭାପତି ଚକ୍ରଧର ନାୟକ, ସଂପାଦକ ଚିତରଞ୍ଜନ ସାହୁ, କମିଟିର ସମସ୍ତ କର୍ମକର୍ତା ଓ ବ୍ୟବସାୟୀ ବନ୍ଧୁମାନେ ଉପସ୍ଥିତିରେ ଏହି ମାଟି ଅନୁକୂଳ କରାଯାଇଥିଲା । ଚଳିତ ବର୍ଷ ମା’ଗଜଲକ୍ଷ୍ମୀ ପୂଜା ଶାନ୍ତିଶୃଙ୍ଖଳା ଓ ସରସ ସୁନ୍ଦର ଭାବରେ ହେଉ ବୋଲି ସଂପାଦକ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

