ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମିଳିତ ପୂଜା କମିଟି ଅଧିବେଶନ 

ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ମିଳିତ ପୂଜା କମିଟି ଅଧିବେଶନ 

ଢେଙ୍କାନାଳ, ୨୪/୯: ଚଳିତ ବର୍ଷ ୨୦୨୬ ମସିହା ପାଇଁ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାକୁ ସୁଚାରୁରୂପେ ପରିଚାଳନା କରାଯିବା ନିମନ୍ତେ ମୀନା ବଜାର ପୂଜା କମିଟି ସଭାପତି ତଥା ମିଳିତ ବଜାର ପୂଜା କମିଟିର ଆବାହକ ରବିନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଓ ୪୧ଗୋଟି ପୂଜା ମଣ୍ଡପର ସଭାପତି ଓ ସଂପାଦକଙ୍କ ଉପସ୍ଥିତିରେ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପ ଠାରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗତବର୍ଷ ୨୦୨୫ ମସିହାର ବିବରଣୀ ମୀନା ବଜାର ପୂଜା କମିଟି ସଂପାଦକ ତଥା ମିଳିତ ବଜାର ପୂଜା କମିଟି ସଂପାଦକ ପିତବାସ ସାହୁ ପାଠ କରିଥିଲେ । ଚଳିତ ବର୍ଷ ୨୦୨୬ ମସିହା ପାଇଁ ରାମଚନ୍ଦ୍ର ପାତ୍ରଙ୍କୁ ମିଳିତ ପୂଜା କମିଟିର ସଭାପତି ଭାବେ ସର୍ବସମ୍ମତି କ୍ରମେ ମନୋନିତ କରାଯାଇଥିଲା । ବିଭିନ୍ନ ପୂଜା ମଣ୍ଡପ ଅଂଚଳରେ ଥିବା ସମସ୍ୟାକୁ ପୂଜା ପୂର୍ବରୁ ସମାଧାନ କରିବାକୁ ତତ୍ପରତା ହେବା ଆବଶ୍ୟକ ବୋଲି କହିଥିଲେ । ଏହି ବୈଠକରେ ସହରର ବିଦ୍ୟୁତ୍, ରାସ୍ତାଘାଟ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଉପସ୍ଥାପିତ କରାଯାଇ ପୂଜା ପୂର୍ବରୁ ସମସ୍ତ କାର୍ଯ୍ୟ ସଂପାଦନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୂର୍ବତନ ସଭାପତି ରୁଦ୍ର ନାରାୟଣ ତ୍ରିପାଠୀ ବୈଠକରେ ଉପସ୍ଥିତ ଥିଲେ। ସର୍ବଶେଷରେ ସଭାପତି ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ କରାଯାଇଥିଲା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ୮୯ ତମ ଓଡ଼ିଶା ଦିବସ -୨୦୨୪ ପାଳିତ

masiha

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

ବିଏସ ପଦର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ 

masiha

Leave a Comment

error: Content is protected !!