ଭାସ୍କେଲ ନଦୀ ର ସୁଇଚ ସେତୁ ର ଉଦଘାଟନ
ନବରଙ୍ଗପୁର:(୧୭/୦୧)(ରବି ନାରାୟଣ ମହାନ୍ତି)- ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ଠାରୁ ଗୋବରୀ ରାସ୍ତାରେ ଭାସ୍କେଲ ନଦୀ ଉପରେ ସୁଉଚ ସେତୁର ଶୁଭ ଉଦଘାଟନ ମାନ୍ୟବର ସାଂସଦ ନବରଙ୍ଗପୁର ବଳଭଦ୍ର ମାଝୀ ଏବଂ ଝରିଗାଁ ବିଧାୟକ ନରସିଂହ ଭତରା ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି| ଏହି ସେତୁ ଦ୍ୱାରା ଧୋଡ୍ରା ଆଖ ପାଖ ଅଞ୍ଚଳ ର ଲୋକ ଉପକୃତ ହେବେ | ଉକ୍ତ କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଚନ୍ଦାହାଣ୍ଡି ପ୍ରତିନିଧି ବସନ୍ତ କୁମାର ମାଝୀ,ଗଣପତି ସାହୁ, ମହେଶ୍ୱର ତିୱାରୀ, ଉମରକୋଟ ପ୍ରତିନିଧି ବାସନ୍ତୀ ମାଝୀ, କମଳୁ ମାଝୀ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ |