ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

ରାଉରକେଲାରେ ଇଲେକ୍ଟ୍ରିକ୍ ସ୍କୁଟର ଠକେଇ କରି ବିକ୍ରି କରିବା ଅଭିଯୋଗରେ ଜଣେ ଗିରଫ ଏବଂ ୪ଟି ସ୍କୁଟି ଜବତ୍

ରାଉରକେଲା : ସେକ୍ଟର-୩ ପୋଲିସ୍ ଲୋକଙ୍କ ଠାରୁ ଇ-ସ୍କୁଟର ମରାମତି ପାଇଁ ନେଇ ସେମାନଙ୍କୁ ନ ଫେରାଇ ବିକ୍ରି କରି ଦେଇଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ୪ଟି ସ୍କୁଟି ଜବତ୍ କରିଛି। 

      ସୂଚନା ଅନୁସାରେ ଗତ ତା ୧୨.୧୦.୨୦୨୫ରିଖ ଦିନ ଏନଆଇଟି ରାଉରକେଲାର ବି.ଟେକ୍ (ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ)ର ଛାତ୍ର ଋଷିକେଶ ରାଜେଶ ଦଣ୍ଡେଲ (୨୧) ଅଭିଯୋଗ କରିଥିଲେ ଯେ ତା ୩୦.୦୭.୨୦୨୩ ରେ ଫ୍ୟୁଚର୍ ମୋଟର୍ସରୁ ଏକ ଇଲେକ୍ଟ୍ରିକ୍ ସ୍କୁଟର (ଜେଲିଓ ଗ୍ରେସି) କିଣିଥିଲେ। ଗାଡ଼ିରେ କିଛି ସମସ୍ୟା ଦେଖାଦେବା ପରେ, ସେ ୨୦.୦୯.୨୦୨୫ ତାରିଖରେ ଅଭିଯୁକ୍ତ ଅମନ ଅଧିକାରୀ (ମୋବାଇଲ ୬୩୭୧୫୭୯୯୭୧)ଙ୍କ ସହିତ ମରାମତି ପାଇଁ ଯୋଗାଯୋଗ କରିଥିଲେ। ତାଙ୍କୁ ଫ୍ୟୁଚର୍ ମୋଟର୍ସ ସହିତ ଜଡିତ ବୋଲି ବିଶ୍ଵାସ କରି ଋଷିକେଶ ରାଜେଶ ଦଣ୍ଡେଲ ଅମନ ଗୁଗୁଲ୍ ପେ ଆପ୍ ମାଧ୍ୟମରେ ୫୦୦ ଟଙ୍କା ପଠାଇଥିଲେ। ୫୦୦ ଟଙ୍କା ଆଗୁଆ ପାଇବା ପରେ ଅଭିଯୁକ୍ତ ଅମନ ୨୧.୦୯.୨୦୨୫ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ଏନଆଇଟିର ଜଗଦା ଗେଟରୁ ଗାଡ଼ି ନେଇଥିଲେ। ପରେ ଅକ୍ଟୋବର ୫ ତାରିଖ ଦିନ ଅମନ ପୁଣି ଥରେ ୫୦୦ ଟଙ୍କା ଦାବି କରିଥିଲେ। ଅଭିଯୁକ୍ତ ଅମନ କହିଥିଲେ ଯେ ସେ ଗାଡ଼ି ଫେରସ୍ତ କରୁଛନ୍ତି, କିନ୍ତୁ ତାହା କରିବାରେ ବିଫଳ ହୋଇଥିଲେ। ସେବେଠାରୁ ତାଙ୍କ ଫୋନ୍ ବନ୍ଦ ରହିଥିଲା ଏବଂ ତାଙ୍କୁ ଖୋଜାଖୋଜି କରାଯାଇପାରୁନଥିଲା।

    ଅଭିଯୋଗ ପାଇବା ପରେ ପୋଲିସ୍ ତଦନ୍ତ ସମୟରେ ଏହା ସ୍ପଷ୍ଟ ହୋଇଥିଲା ଯେ ଅଭିଯୁକ୍ତ ଅମନ ଅଧିକାରୀ ମରାମତି କରିବା ବାହାନାରେ କେତେକ ଗ୍ରାହକଙ୍କ ଠାରୁ ଇଲେକ୍ଟ୍ରିକ୍ ଗାଡ଼ି ନେଇଥିଲେ ଏବଂ ପରେ ଏହାକୁ ଅନ୍ୟ ବ୍ୟକ୍ତିଙ୍କୁ କମ୍ ମୂଲ୍ୟରେ ବିକ୍ରି କରି ଦେଇଥିଲେ। 

   ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଚାରୋଟି ଇଲେକ୍ଟ୍ରିକ୍ ସ୍କୁଟି ଜବତ କରିଛି। ସେଥିମଧ୍ୟରେ ଗୋଟିଏ ଇଲେକ୍ଟ୍ରିକ୍ ଜେଲିଓ ଗ୍ରେସି ସ୍କୁଟି, ଗୋଟିଏ ୟାକୁଜା ସ୍ପାରୋ ଇଲେକ୍ଟ୍ରିକ୍ ଗାଡ଼ି, ଗୋଟିଏ ଲୋଏଭ୍ ଇଲେକ୍ଟ୍ରିକ୍ ଗାଡ଼ି ଏବଂ ରେଜିଷ୍ଟ୍ରେସନ ନମ୍ବର (OD14X 9385) ଥିବା ଗୋଟିଏ ଓକିନାୱା ପ୍ରେସ ପ୍ରୋ ଇଲେକ୍ଟ୍ରିକ୍ ଗାଡ଼ି ଜବତ କରାଯାଇଛି।

    ଏହି ଘଟଣାରେ ସେକ୍ଟର-୩ ଥାନାର ଏଏସ୍ଆଇ ଏସ.କେ. ଦେହୁରୀ, ସେକ୍ଟର-୫ କବିସମ୍ରାଟପାଲିର ଅଭିଯୁକ୍ତ ଅମନ ଅଧିକାରୀ (୨୩)ରେ ଗିରଫ କରିବା ସହିତ ବିଏମ୍ଏସର ଧାରା ୩୧୬ (୨) ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି । ଏହା ବ୍ୟତୀତ, ସେକ୍ଟର-୩ ଥାନାର ତଦନ୍ତକାରୀ ଅଧିକାରୀ ଏଏସଆଇ ଏସ୍ କେ. ଦେହୁରୀ, ରିସିଭର କରିଥିବା ଅଭିଯୁକ୍ତ ବ୍ୟକ୍ତିମାନଙ୍କୁ ବିଏନ୍ଏସ୍ ଧାରା ୩୫(୩) ଅନୁଯାୟୀ ନୋଟିସ ପଠାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହିଳା କମିଶନଙ୍କ ହସ୍ତକ୍ଷେପ ପରେ ରୁଜୁ ହେଲା ମାମଲା , ସ୍କୁଲ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ : ଜେଲ ଗଲେ ଶିକ୍ଷକ

masiha

ବସ୍ତା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରୁ ଚୋରି

masiha

ଓଲମା ଗ୍ରାମରେ ସଶସ୍ତ୍ର ଡକାୟତି, ମାରଣାସ୍ତ୍ର ଦେଖାଇ ୨୫ ଭରି ସୁନାଗହଣା ଲୁଟ୍, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!