ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଢ଼ାଗଡ଼ିଆ ଠାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବୁଢ଼ାଗଡ଼ିଆ ଠାରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ଵର,୨୪/୧୧/୨୩ – ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ ଥିବା ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସ ସ୍ମୃତି କମିଟି ଓ ପୂଜ୍ୟ ପୂଜା ସଂସଦ ଆନୁକୂଲ୍ୟରେ ବୁଢ଼ାଗଡ଼ିଆ ସ୍ଥିତ ପଳାସପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଆସନ୍ତା ୨୬ ତାରିଖରେ ନିଶୁକ୍ଳ ମେଗା ସ୍ଵାସ୍ଥ୍ୟ ଶିବିର ହେବାନେଇ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଏହି ନିଶୁଳ୍କ ମେଗା ସ୍ୱାସ୍ଥ୍ୟ ଶିବିରରେ ଭୁବନେଶ୍ୱର ସନସାଇନ୍ ମେଡିକାଲର ଚର୍ମ, ମେଡିସିନ୍, ହାଡ଼ଭଙ୍ଗା, ଆଣ୍ଠୁଗଣ୍ଡି,ହାର୍ଟ, ଚକ୍ଷୁ, ଦାନ୍ତ ଓ ନାସା, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇବେଟିସ୍ ଏବଂ ସ୍ନାୟୁ ରୋଗ ବିଭାଗର ବରିଷ୍ଠ ଡାକ୍ତରମାନେ ଆସିବା ସହିତ ମୁଖ୍ୟ ଅତିଥିଭାବେ ଆଦିବାସୀ ବ୍ୟାପାର ତଥା ଜଳଶକ୍ତି ବିଭାଗର କେନ୍ଦ୍ରମନ୍ତ୍ରୀ ବିଶ୍ବେଶର ଟୁଡୁ ଏବଂ ମୁକୁନ୍ଦ ପ୍ରସାଦ ଦାସ ସ୍ମୃତି କମିଟିର ସମ୍ପାଦକ,ସମାଜସେବୀ ତଥା ବିଜେପି ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ ଆସିବେ ବୋଲି ଆୟୋଯକ କମିଟି ତରଫରୁ ସୂଚନା ଦିଆଯାଇଛି । ଏହି ପ୍ରସ୍ତୁତି ବୈଠକରେ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟିର ସଭାପତି ଉମେଶ ଚନ୍ଦ୍ର ନାୟକ, ପୂଜ୍ୟପୂଜା ସଂସଦର ସଭାପତି ସୁଦାମ ଚରଣ ରାଉତ, ସ୍ୱାସ୍ଥ୍ୟ ଶିବିର କମିଟିର ଆବାହକ ଉପେନ୍ଦ୍ର ଭୂୟାଁ, ଅଭିରାମ ମହାପାତ୍ର, ସୁଦାମ ରାଉତ, ନାରାୟଣ ମହାକୁଡ଼, ଅଜୟ ବେହେରା, ଦିଲ୍ଲୀପ ପାଣ୍ଡିଆ, ଗୌତମ ମୁଖୀ, ରାମଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୋଏଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ 

Sunil Chandra Nayak

ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାଇଲିସିସ ସେଣ୍ଟର ଉଦଘାଟିତ

masiha

ପି.ଏମ.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନବରଙ୍ଗପୁର ଠାରେ ବିଶ୍ବ ପରିବେଶ ଦିବସ ପାଳିତ 

masiha

Leave a Comment

error: Content is protected !!