ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ

ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବିଳମ୍ବ ନେଇ ରାଉରକେଲା ଓକିଲ ସଂଘର ଉଦବେଗ, ପ୍ରତିକାର ଦାବିରେ ଡି ଆର୍ ଏମ୍ ଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା : ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଜନ ସାଧାରଣ ନିର୍ଭର କରୁଥିବା ଯାତ୍ରୀବାହୀ ଟ୍ରେନ୍ ଯଥା ତପସ୍ଵିନୀ ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ,ଭୂବନେଶ୍ଵର – ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ ଟ୍ରେନ ଗୁଡ଼ିକର ଯାତାୟାତ ରେ ବିଗତ କିଛି ଦିନ ହେବ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଭୂବନେଶ୍ଵର ଇଣ୍ଟରସିଟି ଏକ୍ସପ୍ରେସ ରାଉରକେଲା ରେ ରାତି ୯ ଟା ପହଞ୍ଚିବା ବଦଳରେ କେଉଁ ଦିନ ରାତି ୧୧ ଟା ବେଳେ ପହଞ୍ଚିବା ବେଳେ ଦୁଇଦିନ ତଳେ ରାତି ୧୨ ଟା ରେ ପହଞ୍ଚିଛି। ପାନପୋଷ ଓ କଲୁଙ୍ଗା ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଟ୍ରେନ୍ କୁ ଠିଆ କରି ରଖାଯାଇ ମାଲବାହୀ ଟ୍ରେନ ଗୁଡ଼ିକୁ ଛଡାଯାଉଛି। ରେଳବାଇ କର୍ତ୍ତୃପକ୍ଷ ଙ୍କ ନିକଟରେ ସାଧାରଣ ଲୋକଙ୍କ ମୂଲ୍ୟ କିଛି ନାହଁ ବୋଲି ପରିଲକ୍ଷିତ ହେଉଛି। ରାତି ୧୨ ଟା ରେ ଷ୍ଟେସନ ରେ ପହଞ୍ଚିବା ଯୋଗୁଁ ଅଟୋଭଡା ରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି ଏବଂ ବର୍ତ୍ତମାନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଟ୍ରେନ ଚଳାଚଳରେ ବିଳମ୍ବ ସାଧାରଣ ଲୋକେ, ମହିଳା, ଶିଶୁ ଙ୍କ ଅବସ୍ଥା ଦୟନୀୟ ହୋଇପଡୁଛି। ରାଉରକେଲା ର ଜନ ସାଧାରଣ ଭୁବନେଶ୍ୱର, କଟକ, ବ୍ରହ୍ମପୁର, କୋଲକାତା କୁ ଅଧିକାଂଶ ଯାତାୟତ କରୁଥିବା ବେଳେ ଉପରୋକ୍ତ ଟ୍ରେନ୍ ଗୁଡ଼ିକ ବିଳମ୍ବ ଏକ ନିତିଦିନିଆ ଘଟଣା ହୋଇଛି। ରେଳବାଇ କର୍ତ୍ତୃପକ୍ଷ ଏ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଦାବି କରିଛି ରାଉରକେଲା ଓକିଲ ସଂଘ। ଗତ କାଲି ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଉରକେଲା ଓକିଲ ସଂଘର ସାଧାରଣ ପରିଷଦ ବୈଠକର ସଭ୍ୟମାନେ ବିଶେଷ ଉଦବେଗ ପ୍ରକାଶ କରିଥିବା ବେଳେ ଆଜି ସଂଘର ଏକ ପ୍ରତନିଧି ଦଳ ରାଉରକେଲା ଷ୍ଟେସନ ମ୍ୟାନେଜର ଙ୍କୁ ସାକ୍ଷାତ କରି ଜନ ଗଣଙ୍କ ପ୍ରତିଦିନ ର ଏହି ସମସ୍ୟା ସମାଧାନ ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଦାବି କରିବା ସହିତ ଡି ଆର୍ ଏମ୍ ଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ଓ ସାଧାରଣ ରେଳ ଯାତ୍ରୀ ଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ଦିଗରେ ଗୁରୁତ୍ବ ସହିତ ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ ।

ରାଉରକେଲା ଓକିଲ ସଂଘର ପ୍ରତିନିଧି ଦଳରେ ସଭାପତି ସଦାନନ୍ଦ ସାହୁ, ଉପ ସଭାପତି ରାଜ କିଶୋର ପ୍ରଧାନ,ସହ ସଂପାଦିକା ଅଞ୍ଜନା ଗହୀର, କାର୍ଯ୍ୟକାରୀ କମିଟି ସଦସ୍ୟ ଉଦୟ ଲାକ୍ରା,ବିଦ୍ୟାନନ୍ଦ ପ୍ରଧାନ,ମାଧବ ନାୟକ,ସୁରେଶ ପ୍ରସାଦ, ଭାଗବତ ପ୍ରସାଦ ସାହୁ, ନାଗେଶ୍ଵର ଜଗଦଳା,ପ୍ରତୀକ କୁମାର ସିଂହ,ସତ୍ୟଧାନ ଭଗତ ପ୍ରମୁଖ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରାକ୍ତନ ଏନଏସି ଏସଟି ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବନ୍ଧୁମିଳନ.

Sunil Chandra Nayak

ଗଞ୍ଜାମ ୩୬୦ ଆଭିମୁଖ୍ୟ କାର୍ଯ୍ୟକ୍ରମ ଓ ତାଲିମ କର୍ମଶାଳା  ଶିକ୍ଷା, ସ୍ବାସ୍ଥ୍ୟ ଓ ସୁଶାସନର ଗୁଣାତ୍ମକମାନ ବୃଦ୍ଧି ପାଇଁ ଜିଲ୍ଲା ପ୍ରଶାସନର ନୂତନ ପ୍ରୟାସ

Sunil Chandra Nayak

ବିଶ୍ବ ହକି କପ୍ ଟ୍ରଫି କୁ ଟାଟା ଷ୍ଟିଲ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!