ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବହଳଦା ବିଜେପି ସଂକଳ୍ପ ସମାବେଶରେ ବିଜେପି ପ୍ରଚାର ରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା

ବହଳଦା ବିଜେପି ସଂକଳ୍ପ ସମାବେଶରେ ବିଜେପି ପ୍ରଚାର ରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ଵଶର୍ମା

 ମୟୂରଭଞ୍ଜ -୨୮/୦୫ ( ମସିହା)ନିର୍ବାଚନ ପ୍ରଚାର ଆଉ ଦୁଇ ଦିନ ବାକି ରହିଲା ।ଚାରିଆଡେ ବିଭିନ୍ନ ରାଜନୈତିକ ଦଳର ହେଭିଓ୍ବେଟ ନେତାଙ୍କ ତୁଫାନୀ ଉଡ୍ଡାଣ ଯାତ୍ରା ।ଦିର୍ଘ ୨୩ ବର୍ଷ ପରେ ବିଜେପି ଓଡିଶାରେ ଫୋକସ ପକାଇଛି । ଏଥିପାଇଁ କେନ୍ଦ୍ର ନେତୃବୃନ୍ଦ, ମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ନେତା ମୁଖ୍ୟମନ୍ତ୍ରୀ ଙ୍କ ଓଡ଼ିଶା ଗସ୍ତରେ ଆସି ପ୍ରଚାର ଜୋରଦାର କରିଛନ୍ତି ।ନବିନ ସରକାରଙ୍କ ଉପରେ ବିଭିନ୍ନ ଆରୋପ ଜାହିର କରୁଛନ୍ତି ।ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହଳଦା ବ୍ଳକର କାଙ୍କି ପଞ୍ଚାୟତର ଖେଳ ପଡ଼ିଆରେ ବିଜେପି ସଂକଳ୍ପ ସମାବେଶରେ ଷ୍ଟାର ପ୍ରଚାରକ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ଵିଶ୍ବଶର୍ମା ଯୋଗ ଦେଇଥିଲେ । ତାଙ୍କ ସହିତ ରାଜ୍ୟ ବିଜେପି ସଂପାଦକ ନବୀନ ରାମ, ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ନାଏକ,ବିଜେପି ବରିଷ୍ଠ ନେତା ବିଜୁ ଗୋପାଲ ଗୋପ,ମାଧବ ମହାପାତ୍ର ,ମହିଳା ନେତ୍ରୀ ରାଣୀ ମଣ୍ଡରଜିଲ୍ଲା ନେତୃବୃନ୍ଦ, ପଞ୍ଚାୟତ ସ୍ତରୀୟ ନେତୃବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି କହିଥିଲେ ଦିର୍ଘ ୨୩ ବର୍ଷ ଶାସନ ପରେ ବି ଓଡ଼ିଶାରେ ଆଖି ଦୃଶିଆ ପ୍ରଗତି ହୋଇନାହିଁ ।ଖଣିଜ ପ୍ରାଚୁର୍ଯ୍ଯ ଭରା ଓଡିଶା ଶିଳ୍ପ ଓ କାରଖାନା ରେ ନ ଥିବାରୁ ଯୁବ ଓଡ଼ିଆ ଆଜି ଦାଦନ ମୁହାଁ । କୃଷକଙ୍କ ସଶକ୍ତିକରଣ ଶକ୍ତି ହରାଇଛି ।ଧାନ କ୍ଵିଣ୍ଟାଲ ।ଖଣି ଅଂଚଳରେ ମଣିଷ ବଦଳରେ ମେସିନ କରୁଛି କାମ ।ବିଜେପି ସରକାର ଆସିଲେ ମୋଦୀ ଗ୍ୟାରେଣ୍ଟି ଲାଗୁ ହେବ ପ୍ରତ୍ୟେକ ମହିଳାଙ୍କ ଖାତାକୁ ମାସ ଶେଷରେ ହଜାରେ ଟଙ୍କା, ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ୫୦ ହଜାର ଟଙ୍କା ଭାଉଚର,ଧାନ କ୍ଵିଣ୍ଟାଲ ୩୧୦୦, ବୟସ୍କ ମାନଙ୍କୁ ୩୦୦୦ ଟଙ୍କା ଭତ୍ତା,ରାଜ୍ୟରେ ଖାଲି ପଡ଼ିଥିବା ୧ ଲକ୍ଷ ଚାକିରୀକୁ ଖୁବ ଶିଘ୍ର ପୂରଣ କରିବା,ଜମିକୁ ଜଳ,୩୦୦ ୟୂନିଟ ବିଦ଼୍ଯୁତ ବିଲ ଛାଡ,ଶିଳ୍ପ ପ୍ରତିଷ୍ଠା ହୋଇ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି,ଆୟୂଷ୍ମାନ ଯୋଜନା ଲାଗୁ, ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟ ଜଳ, ଗମନାଗମନ, ମହିଳା ସୁରକ୍ଷା ଉପରେ ଗୁରୁତ୍ବ ଦେଵ ।ଓଡ଼ିଶା ଲୋକେ ଏବେ ପରିବର୍ତ୍ତନ ମୁହାଁ ।ବିଜେପି ଏଥର ୪୦୦ ପାର ହେଲେ ଶ୍ରୀକୃଷ୍ଣ ଜନ୍ମସ୍ଥାନ,ଜ୍ଞାନ ବ୍ୟାପୀ ପୀଠ ଉଦ୍ଧାର, କାଶ୍ମୀର ର ବିକାଶ ପାଇଁ ଅଧିକ ପଦକ୍ଷେପ ଓ ପାକ ଅଧିକୃତ ସ୍ଥାନକୁ ଫେରାଇ ଆଣିବା ଭଳି ବିଶାଳ ପଦକ୍ଷେପ ନେବେ । ତେଣୁ ଭାରତ ଏବଂ ଓଡିଶାରେ ବିଜେପିକୁ ବିପୁଳ ପରିମାଣରେ ଜିତାଇବାକୁ ପଡ଼ିବ ।ତଦସହ ମୟୂରଭଞ୍ଜର ଲୋକପ୍ରିୟ ନେତା ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ ଏବଂ ରାଇରଙ୍ଗପୁର ଅଂଚଳର ଲୋକପ୍ରିୟ ଯୁବନେତା ଜଲେନ ନାୟକଙ୍କୁ ଦୁଇଟି ପଦ୍ମ ଫୁଲରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ ।ପ୍ରବଳ ଗୁଳୁଗୁଳି ଏବଂ ଗ୍ରୀଷ୍ମ ପ୍ରବାହ ସତ୍ବେ ଛତା ଧରି ବହୁ ସଂଖ୍ୟାରେ ମା’ ମାଉସୀ ବିଜେପି କର୍ମୀ ଏହି ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ଠାରେ ଭାରତୀୟ ଜନତା ପାର୍ଟି ର ବିଜୟ ସଂକଳ୍ପ ଅଭିଯାନ ଯାତ୍ରା ଓ ସାଧାରଣ ସଭା ଯୋଗଦେଲେ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପେନ୍ଦ୍ର ୟାଦବ

masiha

ପ୍ରଚାରରେ କମ୍ପୁଛି ଗାଁରୁ ସହର: ଦଳ ନୁହେଁ ପ୍ରାର୍ଥୀଙ୍କୁ ଦେଖି ଅଞ୍ଚଳର ବିକାଶ ପାଇଁ ମତଦାନ କରିବାକୁ ପ୍ରୟାସ

masiha

ଧର୍ମଗଡ ରେ ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୭୨ତମ ବଳିଦାନ ଦିବସ ପାଳିତ

masiha

Leave a Comment

error: Content is protected !!