ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ବ୍ଲକ କଂଗ୍ରେସ ତରଫରୁ ବିଶାଳ ଶୋଭାଯାତ୍ରା

ଲାଞ୍ଜିଗଡ଼,୦୯/୦୮(ମନିସ)-ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଅବସରରେ ଆଜି ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶ୍ବନାଥପୁରଠାରେ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ! ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟିର ସଭାପତି ହରିହର କୁମାର, କଂଗ୍ରେସ ନେତା ଚାଞ୍ଚେର ମାଝୀ, ରାଜେନ୍ଦ୍ର ମାଳି, ମନୋଜ ରାଉତ, ପୂର୍ଣ୍ଣଚନ୍ଦ୍ର ଗଉଡ଼, ବିଜୟ ନାଏକ, ରଞ୍ଜିତା ମୁଣ୍ଡା, ଭଗବାନ ମାଝୀ, ପୁରୁଷୋତ୍ତମ ଦଣ୍ଡସେନା, କେଶବଚନ୍ଦ୍ର ବାରିକଙ୍କ ନେତ୍ରୁତ୍ବରେ ଆଜି କ୍ରାନ୍ତି ଦିବସ ଅବସରରେ ଏକ ବିଶାଳ ଶୋଭାଯାତ୍ରା ବିଶ୍ବନାଥପୁର କଲେଜ ଛକରୁ ବାହାରି ମେଡିକାଲ ଛକ ଯାଏଁ ଯାଇଥିଲା ! ଏଥିରେ କଂଗ୍ରେସ ଦଳର କର୍ମକର୍ତ୍ତାମାନେ କେନ୍ଦ୍ରର ମୋଦୀ ସରକାରଙ୍କ ଆଦିବାସୀ ଓ ଦଳିତ ବିରୋଧୀ ନୀତିକୁ ସମାଲୋଚନା କରି ଜୋରଦାର ନାରାବାଜି କରିଥିଲେ ! ଏଥିରେ କଂଗ୍ରେସର ପିତାମ୍ବର ପଟେଲ, ପଠାଣିସାମନ୍ତ ନାଗଙ୍କ ସମେତ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ଦଳର ଚାରିଶହରୁ ଉର୍ଦ୍ଧ୍ବ କର୍ମୀ ସାମିଲ ହୋଇଥିଲେ !

ଲାଞ୍ଜିଗଡ଼ ବ୍ଲକ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ବିଜେଡି ର ମଙ୍ଗ ଧରିଲେ ଲୋକପ୍ରିୟ ବିଧାୟକ ରନ୍ଧାରୀ 

masiha

ମୋହନ ମାଝୀ ହେବେ ଓଡ଼ିଶାର ନୂଆଁ ମୁଖ୍ୟମନ୍ତ୍ରୀ, ଘୋଷଣା କଲା ବିଜେପି ,କେଭି ସିଂହଦେଓ, ପ୍ରଭାତୀ ପରିଡ଼ା ହେବେ ଉପମୁଖ୍ୟମନ୍ତ୍ରୀ

masiha

କଣ୍ଟାବାଞ୍ଜି ରେ ବିଜେଡି ପକ୍ଷରୁ ନାରୀ ଅଧିକାର ଅଭିଯାନ       ଶୋଭାଯାତ୍ରା ସାମିଲ ହେଳେ ଶହ ଶହ ମହିଳା ,ମହାମହିମ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ 

Leave a Comment

error: Content is protected !!