ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରଡ଼ାଝୋଡି ରାସ୍ତା ,ବିଦ୍ୟାଳୟ କ୍ଷେତ୍ରରେ ଅବହେଳିତ: ଅଣଦେଖା ର ଆଉ ଏକ ଚିତ୍ର ପେନସନ

 ତେନ୍ତୁଳିଖୁଣ୍ଟି -୦୯/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ର ସଦର ଗ୍ରାମ ପଞ୍ଚାୟତ ର ଅବହେଳିତ ଗ୍ରାମ ମଧ୍ୟରୁ ବରଡ଼ାଝୋଡି ଅନ୍ୟତମ। ଏହି ଗ୍ରାମବାସୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରାସ୍ତା ,ପାନୀୟ ଜଳ ବିଦ୍ୟାଳୟ ଆଦି ମୌଳିକ ସୁବିଧା ଦାବୀ କରି ଭୋଟ ବର୍ଜନ କରିଥିଲେ। ତଥାପି ରାସ୍ତା କହିଲେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ମାଟି ରାସ୍ତା ସି ସି ରାସ୍ତା କି ପିଚୁ ରାସ୍ତା ହୋଇ ପାରିନି। ବିଦ୍ୟାଳୟ କମ ଛାତ୍ରଛାତ୍ରୀ ସଂଖ୍ୟା ପାଇଁ ବନ୍ଦ ହେଲା ଯେ ସରକାର ନିୟମ ପରିବର୍ତ୍ତନ କରିବା ପରେ ମଧ୍ୟ ଖୋଲି ପାରିନି। ରାସ୍ତା ପାଇଁ ଅନ୍ୟାନ୍ୟ ସମସ୍ୟା ନ କହିବା ଭଲ ବୋଲି କହନ୍ତି ସାମାଜିକ କର୍ମୀ । ଏବେ ଆଉ ଏକ ଅବହେଳା ଅଭିଯୋଗ ନେଇ ବିଡ଼ିଓ ମନୋଜ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ। ଗ୍ରାମ ର ପଦୁ ଜାନୀ ,ଆଶାଢ଼ୀ ଜାନୀ ,ଚନ୍ଦ୍ର ଜାନୀ କନ୍ଦି ଜାନୀ ,ନରସିଂହ ମୁଦୁଲି ,ଜନେଇ ମାଝୀ ,ସନେଇ ମୁଦୁଲି ,ଜାମୁଲି ଜାନୀ ,ଜୟ ସିଂହ ଜାନୀ ପ୍ରମୁଖ ଙ୍କ ବୟସ ଷାଠିଏ ବର୍ଷ ରୁ ଉର୍ଦ୍ଧ୍ଵ ହୋଇ ସାରିଥିଲେ ବି ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ। ସେମାନଙ୍କ ଠାରୁ କମ ବୟସ ର ଅନେକ ଭତ୍ତା ପାଉଥିଲା ବେଳେ ସେମାନେ ପାଇ ପାରୁନାହାନ୍ତି। ବିଡ଼ିଓ ପାଣିଗ୍ରାହୀ ସେମାନଙ୍କ କାଗଜପତ୍ର ଦେଖିବା ପରେ ଭୋଟର ପରିଚୟ ପତ୍ର ରେ 60 ହୋଇ ନଥିବାରୁ ସେମାନେ ଭତ୍ତା ପାଇଁ ଯୋଗ୍ୟ ହୋଇ ପାରୁନଥିବା ଜାଣିବାକୁ ପାଇଲେ। ବର୍ତ୍ତମାନ ଚାଲିଥିବା ସ୍ୱତନ୍ତ୍ର ଭୋଟର ପରିଚୟ ପତ୍ର କ୍ୟାମ୍ପେନ ରେ ଏହିପରି ଭୋଟର ଙ୍କ ଭୋଟର ପରିଚୟ ପତ୍ର ସଂଶୋଧନ ପାଇଁ କହି ସେମାନେ ପେନସନ ପାଇବା ବ୍ୟବସ୍ଥା କରିବେ ବୋଲି କହିଥିଲେ। ନତୁବା ଡାକ୍ତରଙ୍କ ଠାରୁ ପ୍ରମାଣ ପତ୍ର ନେଇ ଭତ୍ତା ବ୍ୟବସ୍ଥା କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ। ଏହି ଅବସରରେ ଭୀମସେନ ପାଣିଗ୍ରାହୀ ,ଚିଦାନନ୍ଦ ସାହୁ ସମେତ ଭତ୍ତାରୁ ବଞ୍ଚିତ ବୃଦ୍ଧ ବୃଦ୍ଧା ଉପସ୍ଥିତ ଥିଲେ। 

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଝୁଡୁଙ୍ଗ ବଗିଚା ଜଗିବା ହେଲା କାଳ : ବଜ୍ରାଘାତରେ ନାବାଳିକା ର ମୃତ୍ୟୁ 

Sunil Chandra Nayak

ଖୁର୍ସେଲଗୁଡା ଗ୍ରାମ୍ୟ ଜଙ୍ଗଲ ରେ ନିଆଁ,  ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!