ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଳିମାଡ଼ ଘଟଣା… ଜଗବନ୍ଧୁ ମାଝୀ ଙ୍କ ଠାରୁ ନବ ଦାସ ପର୍ଯ୍ୟନ୍ତ..

୨୦୧୧ ମସିହାରେ ତତ୍‌କାଳୀନ ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା କରାଯାଇଥିଲା ବେଳେ ତାହାର ୧୨ ବର୍ଷ ପରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା।

ଶାନ୍ତିପ୍ରିୟ ରାଜ୍ୟ ଭାବେ ଓଡ଼ିଶାର ବେଶ୍‌ ଖ୍ୟାତି ରହିଛି। ବିଶେଷ କରି ରାଜନୈତିକ କ୍ଷେତ୍ରରେ ହିଂସାକାଣ୍ଡର ଉଦାହରଣ କମ୍ ଦେଖିବାକୁ ମିଳେ। ୨୦୦୦ ମସିହା ପର ଠାରୁ ବିଭିନ୍ନ ସମୟରେ ପାଞ୍ଚ ଜଣ ନିର୍ବାଚିତ ଜନପ୍ରତିନିଧି(ସାଂସଦ, ବିଧାୟକ) ସିଧାସଳଖ ଆକ୍ରମଣର ଶିକାର ହୋଇଥିବାର ନଜିର ରହିଛି। ଏହି ଘଟଣାଗୁଡ଼ିକ ସେହି ସମୟରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୧୧ ମସିହାରେ ତତ୍‌କାଳୀନ ବିଧାୟକ ଜଗବନ୍ଧୁ ମାଝୀଙ୍କୁ ହତ୍ୟା କରାଯାଇଥିଲା ବେଳେ ତାହାର ୧୨ ବର୍ଷ ପରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଗଲା। ଉଭୟ ଘଟଣାର କାରଣ ଓ ତରିକା ଭିନ୍ନ ଭିନ୍ନ ହୋଇଥିଲେ ବି ଶାନ୍ତିପ୍ରିୟ ରାଜ୍ୟରେ ଏପରି ଅପରାଧକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି।

୨୦୧୧ ମସିହାରେ ଉମରକୋଟର ତତ୍‌କାଳୀନ ବିଜେଡି ବିଧାୟକ ଜଗବନ୍ଧୁ ମାଝୀ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ୍‌ରେ ଜମି ପଟ୍ଟା ବାଣ୍ଟୁଥିଲା ବେଳେ ତାଙ୍କୁ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀଙ୍କୁ ଦୁଇ ଜଣ ଆତତାୟୀ ଗୁଳି କରିଥିଲେ। ଏଥିରେ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ମାମଲାରେ ପୁଲିସ ମେନପୁର ଡିଭିଜନ୍‌ର କମାଣ୍ଡର୍‌ ଜାନି ସାଲେମ୍‌ଙ୍କୁ ତେଲେଙ୍ଗାନାରେ ଗିରଫ କରିଥିଲା। କ୍ରାଇମ୍‌ବ୍ରାଞ୍ଚ୍‌ ମଧ୍ୟ ଏହି ମାମଲାର ତଦନ୍ତ କରିଥିଲା। ଓଡ଼ିଶା ରାଜନୈତିକ ଇତିହାସରେ ଜଣେ ବିଧାୟକଙ୍କୁ ହତ୍ୟା କରାଯିବା ସମ୍ଭବତଃ ଏହା ଥିଲା ପ୍ରଥମ ଘଟଣା। ସାରା ରାଜ୍ୟରେ ଏହି ଘଟଣା ହଇଚଇ ସୃଷ୍ଟି କରିଥିଲା।

ମନ୍ତ୍ରୀ ଥିବା ସମୟରେ ଆକ୍ରମଣର ଶିକାର ‌ହେବା ପ୍ରଥମ ଥର ଘଟିଥିଲା ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ କ୍ଷେତ୍ରରେ। ୨୦୧୪ ମସିହା ଫେବ୍ରୁଆରି ମାସରେ ତତ୍‌କାଳୀନ ଆଇନ ମନ୍ତ୍ରୀ ମହେଶ୍ବରଙ୍କୁ ତାଙ୍କ ପୁରୀସ୍ଥିତ ଘର ନିକଟରେ ଆତତାୟୀମାନେ ଗୁଳି ମାରିଥିଲେ। ଏକ କାର୍ଯ୍ୟକ୍ରମ ସାରି ନିଜେ ସ୍କୁଟି ଚଳାଇ ଘରକୁ ଫେରୁଥିଲା ବେଳେ ତାଙ୍କୁ ଗୁଳିମାଡ଼ ହୋଇଥିଲା। ଘଟଣାସ୍ଥଳରେ ସେ ଗାଡ଼ିରୁ ଟଳିପଡ଼ିଥିଲେ। ଏହାପରେ ତାଙ୍କୁ ପୁରୀ ମୁଖ୍ୟାଳୟ ହସ୍ପିଟାଲ୍‌ ଓ ପରେ କଳିଙ୍ଗ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ତାଙ୍କ ଅସ୍ତ୍ରୋପଚାର ସଫଳ ହୋଇଥିଲା ଓ ଶ୍ରୀ ମହାନ୍ତି ସୁସ୍ଥ ହୋଇଥିଲେ। ବହୁଚର୍ଚ୍ଚିତ ଗୁନ ସିଂହାରୀ ହତ୍ୟାକାଣ୍ଡର ପ୍ରତିଶୋଧ ନେବାପାଇଁ ମହେଶ୍ବରଙ୍କୁ ଏହି ଗୁଳି କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଥିଲା। ଏହା ପୂର୍ବରୁ ମଧ୍ୟ ଥରେ ଶ୍ରୀ ମହାନ୍ତିଙ୍କ ଉପରେ ଶାବଳ ମାଡ଼ ହୋଇଥିଲା।

୨୦୦୯ ମସିହା ଅକ୍ଟୋବର ମାସରେ ତତ୍‌କାଳୀନ ଜେଏମ୍‌ଏମ୍‌ ସାଂସଦ ସୁଦାମ ମାରାଣ୍ଡି ଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ବଣ୍ଡାବୋ ଠାରେ ଏକ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟକୁ ଯାଇଥିବା ସମୟରେ ସୁଦାମଙ୍କ ଉପରକୁ ଗୁଳି ହୋଇଥିଲା। ସେ ଅଳ୍ପକେ ରକ୍ଷା ପାଇଯାଇଥିଲା ବେଳେ ତାଙ୍କୁ ସୁରକ୍ଷା ଦେବାକୁ ଯାଇ ଜଣେ ଏଏସ୍‌ଆଇ, ଜଣେ ‌କନେଷ୍ଟବଳ ଓ ତାଙ୍କର ପିଏସ୍‌ଓଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୦୭ ମସିହାରେ ଚମ୍ପୁଆର ତତ୍‌କାଳୀନ କଂଗ୍ରେସ ବିଧାୟକ ଧୁନର୍ଜୟ ସିଦ୍ଧୁଙ୍କୁ ବଡ଼ବିଲ୍‌ରେ ଗୁଳି କରାଯାଇଥିଲା। କିନ୍ତୁ ଶ୍ରୀ ସିଦ୍ଧୁ ବର୍ତ୍ତିଯାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବେକରେ ଦୌଡ଼ି ଦେଇ ମହିଳା ଙ୍କ ଆତ୍ମହତ୍ୟା

Sunil Chandra Nayak

ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ରାକ୍ସି ଓ ଶ୍ରୀପୁର ମଧ୍ୟରେ ପ୍ରବାହିତ ହେଉଥିବା ସାନ୍ଦୁଲ୍ ନଦୀରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

masiha

ମାଟି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort