ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଏବଂ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ସମାପନ 

ମ.ରାମପୁର,୩୦/୦୧(ମସୀହା): ରାହୁଲ ଗାନ୍ଧୀ ଗତ ପ୍ରାୟ ୫ ମାସରୁ ଉର୍ଦ୍ଧ୍ବ ହେଲା ତାଙ୍କ ଭାରତ ଯୋଡ୍ କାର୍ଯ୍ୟକ୍ରମ କରି ପଦ ଯାତ୍ରା ଆରମ୍ଭ କରିଥିଲେ l ଏହି ପଦ ଯାତ୍ରା କନ୍ୟାକୁମାରୀ ଠାରୁ ଆରମ୍ଭ କରି ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ କାଶ୍ମୀରରେ ପହଞ୍ଚି ତ୍ରିରଙ୍ଗା ପତାକା ଉତ୍ତୋଳନ କରି ସମାପନ କରିଛନ୍ତି l ଏହି ଅବସରରେ କଂଗ୍ରେସ ଦଳ ଆଜି ତ୍ରିରଙ୍ଗା ପତାକା ଉଡ଼ାଇ ଭାରତ ଯୋଡ୍ ଯାତ୍ରା ର ସମାପନ କରିଛି l କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଂଗ୍ରେସ ତରଫରୁ ବ୍ଲକ ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ନେତୃତ୍ୱରେ ମହାତ୍ମା ଗାନ୍ଧୀ ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଦେଇ ତିରୋଧାନ ଦିବସ ପାଳନ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରି ଭାରତ ଯୋଡ ପଦ ଯାତ୍ରା ର ସମାପନ ଉତ୍ସବ ପାଳନ କରିଛି l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ତଥା ଜିଲ୍ଲା ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ଚମରା ବଗର୍ତ୍ତୀ, ପ୍ରକାଶ ମାଝୀ, ପ୍ରଭାକର ନାଗ, ରଶ୍ମିରଞ୍ଜନ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହିଥିଲେ 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଫସଲବୀମା ଯୋଜନାରେ ହେରଫେର : ଜମି ମାଲିକ ବଦଳରେ ଅନ୍ୟ ନାମରେ ହୋଇଛି ବୀମା  

Sunil Chandra Nayak

ଧର୍ମପରାୟଣ ମହିଳା କୁନୁ ମୁନିଙ୍କ ଏକାଦଶାହରେ ବହୁ ଲୋକଙ୍କ ସମାଗମ

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ହକି ପ୍ରତିଯୋଗିତା ପାଇଁ ପଦଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!