ଓଡ଼ିଶା ଡ଼୍ରାଇଭର ସଂଘ,ରାଇରଙ୍ଗପୁର ତରଫରୁ ଵିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କୁ ଲିଖିତ ଦାବିପତ୍ର
ମୟୂରଭଂଜ- ୧୬/୦୬ — ଦେଶର ତଥା ସମାଜର ପ୍ରଗତିରେ ଡ଼୍ରାଇଭର ମାନଙ୍କ ଭୁମିକା ଅବର୍ଣ୍ଣନୀୟ ଓ ଅନନ୍ୟ ଅଟେ ।ଜନ୍ମରୁ ମୃତ୍ୟୁ,ଡ଼ାକ୍ତରଖାନାରୁ କଳକାରଖାନା,ପରିଵହନଖଣି, ବନ୍ଦର, ଉଡ୍ଡାନ ତଥା ସରକାରୀ କାର୍ଯ୍ୟାଳୟରୁ ଗ୍ରାମାଞ୍ଚଳ ସବୁଠି ଡ଼୍ରାଇଭର ମାନଙ୍କ ଆବଶ୍ୟକତା ରହିଛି ।ଡ୍ରାଇଭରମାନଙ୍କ ତ୍ୟାଗ,ନିଷ୍ଠା ଓ କର୍ତଵ୍ଯ କାହାରିକୁ ଅଜଣା ନାହିଁ ।କିନ୍ତୁ ସବୁ ପରେ ବି ଦିର୍ଘ ୭୬ ବର୍ଷ ସ୍ଵାଧୀନତା ହେଲା ପରେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି ସରକାର ଆଖି ବୁଜି ଦେଇଛନ୍ତି ।ତେଣୁ ସେମାନଙ୍କ ସାମାଜିକ ସୁରକ୍ଷା ଆଜି ବିପନ୍ନ ।ତେଣୁ ଡ଼୍ରାଇଭର ଭାଇମାନେ ଏକଜୁଟ ହୋଇ ସେମାନଙ୍କ ମୌଳିକ ଅଧିକାର ହାସଲ ପାଇଁ ଓଡ଼ିଶା ଡ଼୍ରାଇଭର ମହାସଂଘ ଗଠନ
କରି ଏକ ଛାତ ତଳେ ଦିର୍ଘବର୍ଷ ହେଲା ଗଣତାନ୍ତ୍ରିକ ଆନ୍ଦୋଳନ ଜାରି ରଖି ଆସିଛନ୍ତି । ସେମାନଙ୍କ ବିଭିନ୍ନ ଦାବି ମଧ୍ୟରୁ ବିଜେଡ଼ି ସରକାର ଗୋଟିଏ ଦାବି ପୂରଣ କରିଫାଇଲକୁ ନାଲି ପିଚାରେ ବାନ୍ଧି ରଖି ଦେଇଛନ୍ତି ।ଡ଼୍ରାଇଭରମାନେ ଭାବିଲେ ଡବଲ ଇଞ୍ଜିନ ସରକାର ଆସିଛି ,ତେଣୁ ମୋହନ ସରକାର ସେମାନଙ୍କ ଦାବି ପୂରଣ କରିବେ ।ହେଲେ ବର୍ଷେ ବିତିଲା , ଫଳ ଶୂନ ।ଖାଲି ବିକାଶର ବାର୍ତା ଗାଁ ଗଣ୍ଡାରେ ପ୍ରଚାର ଚାଲିଛି ,କିନ୍ତୁ ଡ଼୍ରାଇଭରଙ୍କ ବିକାଶ କଥାକୁ ଆଖି ବୁଜି ଦେଇଛନ୍ତି ।ବାଧ୍ୟ ହୋଇ ସେମାନେ ପୁଣି ଥରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡିଛନ୍ତି ।ଓଡିଶା ଡ୍ରାଇଭର ସଂଘ ତରଫରୁ ବିଭିନ୍ନ ଦାବି ଆନ୍ଦୋଳନ ପାଇଁ ପୁଣି ଥରେ ଅଣ୍ଟା ଭିଡିଛନ୍ତି ।ଦାବି ଗୁଡ଼ିକ ହେଲା ଓଡ଼ିଶା ମୋଟର୍ସ ଟ୍ରାନ୍ସପୋର୍ଟ ଡ଼୍ରାଇଭର ଏବଂ ଓ୍ବାର୍କର୍ସ ଓ୍ବେଲଫେୟାର ବୋର୍ଡରେ ଡ଼୍ରାଇଭର ମାନଙ୍କୁ ସାମିଲ କରିବା, ଜନସାଧାରଣଙ୍କ ଆକ୍ରୋଶରେ ଶିକାର ହେଉଥିବା ଡ଼୍ରାଇଭର ମାନଙ୍କ ସୁରକ୍ଷା ଆଇନ ପ୍ରଣୟନ କରିବା,ବୃତ୍ତିଗତ ଡ଼୍ରାଇଭର ମାନଙ୍କୁ ୬୦ ବର୍ଷ ବୟସ ପରେ ଭତ୍ତା ପ୍ରଦାନ,ଜାତୀୟ ରାଜପଥରେ ୧୦୦ କିମି ଦୂରରେ ବିଶ୍ରାମ ସ୍ଥଳ,ପାର୍କିଂ ବ୍ୟବସ୍ଥା,ଶୌଚାଳୟ ଖଣି ଖାଦାନରେ ଶତକଡା ୭୦ ଭାଗ ଡ଼୍ରାଇଭର ମାନଙ୍କୁ କାମ ଯୋଗାଇଦେବା ଵ୍ଯଵସ୍ଥା,, ସେପ୍ଟେମ୍ବର ପହିଲାରୁ ଡ଼୍ରାଇଭର ଦିବସ ଘୋଷଣା କରିବା,ଗାଡିର କାଗଜପତ୍ର ଯାଞ୍ଚ କରିବା କ୍ଷମତା ପୋଲିସକୁ ନ ଦିଆଯିବା,ଡ଼୍ରାଇଭର ମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇବା,ଛୁଆ ପିଲାମାନଙ୍କୁ ଶିକ୍ଷା ବୃତ୍ତି,ଦୁର୍ଘଟଣାରେ ମାଗଣା ଚିକିତ୍ସା ଇତ୍ୟାଦି ।ଆସନ୍ତା ଜୁଲାଇ ୮ ତାରିଖ ସୁଦ୍ଧା ସରକାର ଯଦି ଡ଼୍ରାଇଭର ମାନଙ୍କ ସମସ୍ୟା ସମାଧାନ ନ କରନ୍ତି ତାହାହେଲେ ଡ଼୍ରାଇଭର ମାନେ ଷ୍ଟିଅରିଂ ଛାଡି ରାଜରାସ୍ତାକୁ ଓହ୍ଲାଇବେ ।ଯାହା କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବେ ଵୋଲି ସଂଘ ନେତା ଗଣମାଧ୍ୟମକୁ ସୂଚାଇଛନ୍ତି ।ସଂଘରସଭାପତି ଅମୂଲ୍ୟ ମହାନ୍ତି , ସଂପାଦକ ଅଶ୍ଵିନୀ ମହାନ୍ତ ଏବଂ ଅନ୍ୟ ସଦସ୍ଯଵୃନ୍ଦଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

