ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବୋରଗୁଡା ବୋର ପଦର ପଡ଼ାରେ ମହିଳାଙ୍କ ଆତ୍ମହତ୍ୟା, ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ

ଗୋଳାମୁସଣ୍ଡା/୧୫/୫/୨୩/ନିର୍ଭୟ, ନିରପେକ୍ଷ ମସିହା/ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ବୋରଗୁଡା ପଞ୍ଚାୟତର ବୋରଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ପ୍ରାପ୍ତ ସୂଚନାରୁ ଏହି ଯେ, ଜଂଜିତ ବାରିକଙ୍କୁ ହତ୍ୟା କରା ଯାଇଛି ବୋଲି ଝିଅର ବାପା ସୀମାଞ୍ଚଳ ଭୋଇ,ଗ୍ରାମ/ପୋ, ଡୁମରିଆ,ଥାନା କେଗାଁ ଦଶପୁର ପୋଲିସ ରେ ଆଜି ଲିଖିତ ଭାବେ ଅଭିଯୋଗ କରିଛନ୍ତି, ଅଭିଯୋଗ ଦରଖାସ୍ତ ଅନୁସାରେ ୧୪ବର୍ଷ ପୂର୍ବେ ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ବୋର ଗୁଡା ଗ୍ରାମର ଧିରେନ ବାରୀକ ପିତା,ସୁକଦେଵ ବାରିକଙ୍କୁ ମୋର ଝିଅ ଜଂଜିତା ଭୋଇ ଙ୍କୁ ବୈଦିକ ରୀତିରେ ବିବାହ ହୋଇଥିଲା,ଏହା ମଧ୍ୟରେ ଅନେକ ଥର ଝିଅ ଜଂଜିତା ଙ୍କୁ ନିର୍ଯ୍ୟାତନା ମାର ପିଟା କରିଥିବାରୁ ଗତ ତିନି ବର୍ଷ ପୂର୍ବେ ଦଶପୁର ପୋଲିସ ରେ ଅଭିଯୋଗ ହୋଇଥିଲା ଏବଂ ମହିଳା ସଂଗଠନର ନେତ୍ରୀ ପ୍ରିୟଦର୍ଶିନୀ ଙ୍କ ଉପସ୍ଥିତରେ ବୁଝାମଣା ହୋଇ ଥିଲା ବୋଲି ଝିଅର ବାପା ସୀମାଞ୍ଚଳ ଭୋଇ ଗଣମାଧ୍ୟମ ପ୍ରତିନିଧିଠାରେ ପ୍ରକାଶ କରିଥିଲେ, ଝିଅକୁ ପରିବାରେ ଲୋକେ ଦଲ ବଦ୍ଧ ଭାବରେ ମିଶି ହତ୍ୟା କରିଛନ୍ତି ବୋଲି ବାପା  ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏପଟେ,ମୃତ୍ୟୁ ଝିଅର ସ୍ୱାମୀ ଧୀରେନ ବାରିକ କହିଛନ୍ତି ଯେ, ସ୍ୱାମୀ ସ୍ତ୍ରୀ ମଧ୍ୟରେ କିଛି କଥା କଟାକଟି ହୋଇଥିଲା ଓ ସକାଳ୫ଘଣ୍ଟିକା ବେଳେ ମୁଁ ପୋଖରୀ କୁ ଗାଧୋଇ ସାରି ଫେରିବା ବେଳକୁ ସେ ନିଜ ଶାଢୀରେ ଆତ୍ମହତ୍ୟା କରିଥିଲେ,ପୋଲିସ ଅନୁପସ୍ଥିତରେ ମୁଁ ନିଜେ ଶାଢ଼ୀ ଖୋଲି ଖଟିଆରେ ଓହ୍ଲାଇ ଥିଲି ପରେ ପାଖରେ ଥିବା ଲୋକଙ୍କ ସହାୟତା ନେଇଥିଲି,ଏହି ସମୟରେ ମୋର ସ୍ତ୍ରୀର ମୃତ୍ୟୁ ହୋଇଥିଲା, ଏହି ଘଟଣା କୁ ନେଇ ମୁଁ ଶଶୁରଙ୍କ ଘରକୁ ଖବର ଜଣାଇ ଥିଲି,ବୋଲି ଧୀରେନ ଙ୍କ ପ୍ରତିକ୍ରିୟା ରଖିଥିଲେ, ଅପର ପକ୍ଷରେ ମହିଳା ସଙ୍ଘଠନ ମହିଳା ନେତ୍ରୀ ପ୍ରିୟ ଦର୍ଶିନୀ ନାଇକ ମଧ୍ୟ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ ।ଏଭଳି ଘଟଣା ସମ୍ପର୍କରେ ଗୋଳାମୁଣ୍ଡା ପୋଲିସ ରମଣୀ ରଂଜନ ଦଳାଇ ଦଶପୁର ପୋଲିସ ବିରବନ୍ଧୁ ସେଠି ଖବର ପାଇ ତଦନ୍ତ ଜାରି କରାଯାଇଥିବା ବେଳେ ସାଇଣ୍ଟିଫିକ୍ସ ଓ ଧର୍ମଗଡ଼ ଏସଡିପିଓ ମଧ୍ୟ ଉପସ୍ଥିତ ରହି ତଦନ୍ତ ଜାରି ରଖୀ କେସ ନମ୍ବର,୯୧/୧୫,୫,୨୦୨୩/ଧାରା,୪୯୮(A)୩୦୪(B) ୩୦୨/୩୪/IPC/ଅନୁସାରେ ମୃତ୍ୟୁ ଶରୀରକୁ ପୋଷ୍ଟମୋଟନ ପାଇଁ ଧର୍ମଗଡ଼ ମେଡ଼ିକାଲ କୁ ପଠାଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ରାଉରକେଲା ପୋଲିସ୍ ନିକଟରେ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

Sunil Chandra Nayak

ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ , ଚୋରା ଚାଳଣ ବେଳେ ବନପାଳଙ୍କ ଦ୍ଵାରା ଜବତ

Sunil Chandra Nayak

ବହୁ ଚର୍ଚ୍ଚିତ ହଷ୍ଟେଲ ଛାତ୍ରୀ ଦୁଷ୍କର୍ମ ମାମଲା ରେ ପ୍ରମାଣ ଅଭାବରୁ ଅଭିଯୁକ୍ତ ନିର୍ଦ୍ଦୋଷ ରେ ଖଲାସ

masiha

Leave a Comment

error: Content is protected !!