ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାତାରାତି ଜମି ମାଲିକଙ୍କ ଅଜାଣତରେ ଚୋରୀ ହୋଇଛି ଜମି

ରାତାରାତି ଜମି ମାଲିକଙ୍କ ଅଜାଣତରେ ଚୋରୀ ହୋଇଛି ଜମି

ନୂଆପଡ଼ା(ସୁଜିତ କୁମାର ପ୍ରଧାନ )ପ୍ରକୃତ ଜମି ମାଲିକଙ୍କ ଅଜାଣତରେ ଚୋରୀ ହୋଇ ଯାଇଛି ୪ ଏକର ୪୦ ଡିସିମିଲ ଜମି l ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଧିନରେ ଥିବା ଚାନ୍ଦୋପଲା ଗାଁରେ l ପ୍ରକୃତ ଜମି ମାଲିକ ଜାଣି ପାରିବା ପରେ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାରଙ୍କ ପାଖରେ ଅଭିଯୋଗ କରିଛନ୍ତି lରାତାରାତି ଚୋରୀ ହୋଇ ଯାଇଛି ୪ ଏକର ୪୦ ଡିସିମିଲ ଜମି l ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗାଁରେ ସତ୍ୟନାରାୟଣ ପ୍ରଧାନୀଙ୍କ ନାମରେ ୪ ଏକର ୪୦ ଡିସିମିଲ ଚାଷ ଜମି ଥିଲା l କିନ୍ତୁ ସତ୍ୟନାରାୟଣ ପ୍ରଧାନୀ ଏବେ ଫସଲ ବୀମା କରିବା ପାଇଁ ତାଙ୍କ ଜମି ପଟ୍ଟା ଧରି ସମବାୟ ସମିତିକୁ ଯାଇ ଥିଲେ l ସେଠାରୁ ଜଣା ପଡିଲା ଯେ ତାଙ୍କ ନାମରେ ଆଉ ଜମି ନାହିଁ, ସବୁ ବିକ୍ରୀ ହୋଇ ଯାଇଛି l ଜାଣିବା ପରେ ପରିବାର ସହ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାରଙ୍କୁ ସତ୍ୟନାରାୟଣ ପ୍ରଧାନୀ ( ଅଭିଯୋଗକାରୀ ପ୍ରକୃତ ଜମି ମାଲିକ) ଶାନ୍ତି ପ୍ରଧାନି ( ସତ୍ୟନାରାୟଣଙ୍କ ସମ୍ପର୍କୀୟ)ନବୀନ ଚନ୍ଦ୍ର ପ୍ରଧାନୀ ( ସତ୍ୟନାରାୟଣଙ୍କ ସମ୍ପର୍କୀୟ) ସହ ପରିବାରର ଅନ୍ୟ ସଦସ୍ୟମାନେ ଆସି ଜଣାଇଛନ୍ତି l 

        ପୂର୍ବପୁରୁଷଙ୍କ ଜମି ରାତାରାତି ବିକ୍ରୀ ହୋଇ ଯିବା ପରେ ପରିବାର ସହ ସତ୍ୟନାରାୟଣ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାରଙ୍କୁ ଜଣାଇ ଥିଲେ l ଯାହା ଜଣା ପଡ଼ିଲା, କୌଣସି ଜଣେ ନକଲି ଆଧାର କାର୍ଡ କରି ନିଜେ ସତ୍ୟନାରାୟଣ ପ୍ରଧାନୀ ପରିଚୟ ଦେଇ ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଗାଁର ପର୍ଶୁରାମ ପାଢ଼ୀଙ୍କ ପାଖରେ ସବୁ ଜମି ବିକ୍ରି କରି ଦେଇଛି l ଅଭିଯୋଗ ପାଇଲା ପରେ କୋମନା ତହସିଲଦାର ତଥା ସବ ରେଜିଷ୍ଟ୍ରାର ସର୍ବେଶ୍ୱର ଜାଲ କୋମନା ଥାନାରେ ଏକ ଏତଲା ଦେଇଛନ୍ତି l ପୋଲିସ ପକ୍ଷରୁ ତଦନ୍ତ ହେଲେ ସବୁ ସତ ଜଣା ପଡ଼ିବ ବୋଲି ସେ କହିଛନ୍ତି l

 ଜମି ଚୋରୀ ଏହି କେଲେଙ୍କାରୀରେ ବିନା ଅଧିକାରୀଙ୍କ ଅଜାଣତରେ ହେବା ଅସମ୍ଭବ l ପ୍ରକୃତ ଜମି ମାଲିକ ତାଙ୍କ ଜମି ଫେରି ପାଉଛନ୍ତି କି ନାହିଁ ତାହା ସମୟ କହିବ l

Related posts

୧- ୩ମିଲିୟନରୁ ୬ମିଲିୟନ ବୃଦ୍ଧି ପାଇଁ ମୁଣ୍ଡ ଟେକିଲା ନୂତନ ସଂଘଠନ , ୨- ସାର ପାଇଁ ଆଜି ବନ୍ଧୁଗାଁ ବ୍ଲକ ଚାଷୀ ହଟ ହଟା 

Sunil Chandra Nayak

ସରକାରୀ ଜମିରେ ଆବାସ ନିର୍ମାଣ, ଅଭିଯୋଗ ପରେ ତୁରନ୍ତ ସମାଧାନ

masiha

ରାଷ୍ଟ୍ରବାଦୀ ସଂଘ ତରଫରୁ ମହାବୀରଙ୍କ ଜନ୍ମ ଉତ୍ସବ ଓ ଓଡ଼ିଆ ନବବର୍ଷ ପାଳନ ଓ ସମ୍ବର୍ଧନା ପର୍ବ 

masiha

Leave a Comment

error: Content is protected !!