ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ କୃତି ଓ ଅବସର ପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ- ଅନୁଷ୍ଠିତ

ଜୁନାଗଡ଼ ରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ କୃତି ଓ ଅବସର ପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ- ଅନୁଷ୍ଠିତ

ଜୁନାଗଡ଼ ,୬।୯(ମନିସ) ଜୁନାଗଡ଼ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ କୃତି ଓ ଅବସର ପ୍ରାପ୍ତ ଶିକ୍ଷକ ସମ୍ବର୍ଦ୍ଧନା ସମାରୋହ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଥମିକ ଶିକ୍ଷକ ସଙ୍ଘ ଜିଲ୍ଲା ସଭାପତି ବୀରେନ୍ଦ୍ର ବାଗ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ, କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ,ରାଜ୍ୟ ଫେଡେରେସନ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଚାରୁଲତା ମହାପାତ୍ର, ମହାସଚିବ,ରାଜ୍ୟ ଫେଡେରେସନ,ସଂଗୀତା ଦାଶ, ଉପଦେଷ୍ଟା, ରାଜ୍ୟ ଫେଡେରେସନ, ସୁକାନ୍ତି ସାବୁତ ଉପ -ସଭାନେତ୍ରୀ ରାଜ୍ୟ ଫେଡେରେସନ, ହୃଦାନନ୍ଦ ଦ୍ବିବେଦୀ, ଉପଦେଷ୍ଟା, ରାଜ୍ୟ ଫେଡେରେସନ, ସୁରେନ୍ଦ୍ର କୁଲଦୀପ, ଉପ ସଭାପତି, ରାଜ୍ୟ ଫେଡେରେସନ ପ୍ରମୁଖ ମଂଚାସୀନ ଥିଲେ ଏବଂ ପବିତ୍ର ଗୁରୁଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଉଲ୍ଲେଖ କରି ଗୁରୁ ଶିଷ୍ୟ ର ପବିତ୍ର ସମ୍ପର୍କ ର ପରମ୍ପରା କୁ ବଜାଇ ରଖିବା ସହିତ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢି ଭଲ ମଣିଷ ହେବା ସହିତ ସେବା ମନୋଭାବ ନେଇ ସମସ୍ତେ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଥିଲେ। ପ୍ରାଥମିକ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା କୁ ବିଧାନସଭା ରେ ଉପସ୍ଥାପନା କରିବା ପାଇଁ ଦୁଇ ବିଧାୟକ ପ୍ରତିଶୃତି ଦେଇଥିବା ବେଳେ ପାର୍ଲିଆମେଣ୍ଟ ରେ ମଧ୍ୟ ଏହି ସମସ୍ୟା କୁ ଉପସ୍ଥାପନ କରିବା ପାଇଁ ସାଂସଦ ମାଳବିକା ଦେବୀ ପ୍ରକାଶ କରିଥିଲେ l ଏହି ଅବସରରେ ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ ଓ ଶିକ୍ଷୟତ୍ରୀ ଅଞ୍ଜନା ଶୁକ୍ଲା ଙ୍କ ନିର୍ଦେଶନା ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା କଳାବିକାଶ କେନ୍ଦ୍ର ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା l ୧୬ ଜଣ କୃତି ଶିକ୍ଷକ ଓ ୧୬ଜଣ ଅବସର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା l ସଭା ପରିଚାଳନା କରିଥିଲେ ଶିକ୍ଷକ ସୂର୍ଯ୍ୟ ନାରାୟଣ ଠାକୁର ଓ ମଧୁସୂଦନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଜୁନାଗଡ଼ ବ୍ଲକ ଶିକ୍ଷକ ସଙ୍ଘ ସଭାପତି ସରୋଜ ପଣ୍ଡା l ସହାୟତା କରିଥିଲେ ଶିକ୍ଷକ ମନୋରଞ୍ଜନ ସାହୁ, ଅଶୋକ ମୁଣ୍ଡ, ରମେଶ ନାଏକ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆନ୍ତର୍ଜାତିକ ହକର୍ସ ଦିବସ ପାଳନ

Rotary club of Rourkela Vibrant organised an awareness programme

Sunil Chandra Nayak

ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!