ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଜନ୍ମ ଦିନ ଉପଲକ୍ଷେ ଦିବସ ବ୍ୟାପୀ କାର୍ଯ୍ୟକ୍ରମ

ରାଉରକେଲା/ ଶ୍ରୀ ଶ୍ରୀ ରବିଶଙ୍କରଜୀଙ୍କ ୬୭ତମ ଜନ୍ମ ଦିନ ଉପଲକ୍ଷେ ରାଉରକେଲା ଚାପ୍ଟର ଆର୍ଟ ଅଫ୍ ଲିଭିଙ୍ଗ୍ ଆନୁକୂଲ୍ୟରେ ଦିବସବ୍ୟାପୀ କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର, ଚଣା ଓ ଦହିସର୍ବତ ବଣ୍ଟନ, ବୃକ୍ଷରୋପଣ ଓ ସଂଧ୍ୟାରେ ସତସଂଗ,ଧ୍ୟାନ ଓ ପ୍ରସାଦ ସେବନର କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆର୍ଟ ଅଫ ଲିଭିଙ୍ଗ୍ ର ପ୍ରଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଗୁଡିକୁ ସର୍ବଶ୍ରୀ ଅନିଲ କୁମାର ଦାସ ଓ ଗୌରବ ସୁଲତାନିଆଙ୍କ ନେତୃତ୍ବରେ ସିଭିକ ସେଣ୍ଟର୍ ଓ ଉଦିତନଗର ସ୍ଥିତ ଶ୍ରୀ ଶ୍ରୀ ସ୍ପେସ ଠାରେ ଆୟୋଜିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସେହିପରି ବାଙ୍କବିହାରୀ ଦାସ ଓ ଲଳିତ ସୁନ୍ଦର ଜେନାଙ୍କ ନେତୃତ୍ବରେ ବୃକ୍ଷ ରୋପଣ, ସେକ୍ଟର ୨ ଇଣ୍ଡୋ ଜର୍ମାନ୍ କ୍ଲବ ନିକଟରେ ସସ୍ମିତା ସୁବୁଦ୍ଧି ଓ ପ୍ରଣତୀ ଦାସଙ୍କ ନେତୃତ୍ବରେ ଦହି ସର୍ବତ ଓ ଚଣା ବଣ୍ଟନ ତଥା ସାନ୍ଧ୍ଯ ସତସଂଗ ଓ ଧ୍ୟାନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଗିରିଜା ଶଙ୍କର ଦାସ,ଭଗବାନ ଦାସ ଶିବହରେ, ପ୍ରଫୁଲ୍ଲ ମଂଗଳ,କାଜଲ ଦାସ, ବିରିନ୍ଦର ସିଂ ସାହୁଜା, ସରୋଜ ଦାସ ପ୍ରମୁଖ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ପୂଜା ଟେବ୍ରିଆଲ, ପ୍ରତୀକ କୟାଲ, ରମେଶ ଚନ୍ଦ୍ର ସେନାପତି, ପ୍ରଶାନ୍ତ ପାଢୀ, ଉତ୍କଳିକା ବିଶ୍ବରୂପା, ଶ୍ରେୟାଶ୍ରୀ ସୁବୁଦ୍ଧି, ମମତା ନାୟକ, ବବଲି କୌର, ଗୋପାଳ ସାହୁ,ଗାୟତ୍ରୀ ମହାପାତ୍ର, ମନୋଜ ବଳ, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ପ୍ରତିଭା ସାହାଣୀ, ରଶ୍ମି ରଂଜନ ଦାସ,ରୀନା ଦାସ, ରୀତା ପଟ୍ଟନାୟକ, ସ୍ମିତା ଦାସ, ଶୁଭଶ୍ରୀ ମିଶ୍ର, ମନୋଜ ସେଠ୍, ସଂଗ୍ରାମ କେଶରୀ ଖଡ୍ଗରାୟ, ସିଦ୍ଧାର୍ଥ ସୁବୁଦ୍ଧି, ଶୁଭଶ୍ରୀ ଖଡ୍ଗରାୟ,ପୁଷ୍ପ ଲମାହା, ଜୋସ୍ନାରାଣୀ ସେଠ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗଦେଇଥିଲେ । ପରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

masiha

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ASI

Sunil Chandra Nayak

ସେବା,ତ୍ୟାଗ,ସାଧନା ଓ ଓଡ଼ିଆ ଜାତିର ସ୍ଵଭିମାର ଅମ୍ଳାନ ସ୍ୱାକ୍ଷର : ଅଗ୍ରଣୀ ସାମାଜିକ ସଙ୍ଗଠନ “ଆମ ମାହାଙ୍ଗା” 

Sunil Chandra Nayak

Leave a Comment

error: Content is protected !!