ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା,ଜଣେ ମୃତ, ଜଣେ ଗୁରୁତର

ଜୁନାଗଡ଼,୧୩/୫(ମ ନି ସ) ବାଇକ ଦୁର୍ଘଟଣାଗ୍ରସ୍ତ ହୋଇ ଘଟଣା ସ୍ଥଳରେ ଜଣକର ମୃତୁ ହୋଇଯାଇଥବା ବେଳ ଗୁରୁତର ଅବସ୍ଥାରେ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ପ୍ରକାଶ ଯେ କୋକସରା ବ୍ଲକ ଅନ୍ତର୍ଗତ ଭଇଁରିପାଲି ଗ୍ରାମର କ୍ଷିତିଶ ରାଉତ ଓ କାଉଡୋଲା ଗ୍ରାମର ବିଶାଳ ସରାବୁ ଭବାନୀପାଟଣା ଅଭିମୁଖେ ଯାଉଥଲେ । ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାଭାଡ଼ି ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ । ଘଟଣା ସ୍ଥଳରେ କ୍ଷିତିଶ ରାଉତ ଅରଫ ଖୁସି ଙ୍କ ମୃତ୍ୟୁ ହୋଇଥିବା ବେଳେ ବିଶାଳ ସରାବୁ ଗୁରୁତର ଥିବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣା ସ୍ଥଳରେ ଜୁନାଗଡ଼ ପୋଲିସ ଉପସ୍ଥିତ ହୋଇ ମୃତ ଶବ ଜବତ କରିଥିବାବେଳେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ପୋଲିସ ଶବ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଵର୍ଗତ ଦେବେନ୍ଦ୍ର ନାଥ ସ୍ବାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

ମେସିନ ଦ୍ୱାରା ଜାଗା ଚିହ୍ନଟ

Sunil Chandra Nayak

ବି ଏ ଚ ଆର୍ ସି ର ହସ୍ତକ୍ଷେପ ଫଳରେ ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗ କତ୍ତୃପକ୍ଷ ଙ୍କ ତରଫରୁ ଚିଠି ,  ଆବାସ ଯୋଜନାରେ ସାମିଲ ହେଲେ ଭିନ୍ନକ୍ଷମ ଦୁଇ ଭଉଣୀ

Sunil Chandra Nayak

Leave a Comment

error: Content is protected !!