ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନରେ ଉଦ୍ୟୋଗ ମେଳା ଓ ଖାଦ୍ୟ ମହୋତ୍ସବ ଆୟୋଜିତ

ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନରେ ଉଦ୍ୟୋଗ ମେଳା ଓ ଖାଦ୍ୟ ମହୋତ୍ସବ ଆୟୋଜିତ

ଭବାନୀପାଟଣା, ୧୮ ନଭେମ୍ବର: ଭବାନୀପାଟଣାସ୍ଥିତ ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନଠାରେ ଆଜି ଉଦ୍ୟୋଗ ମେଳା ଓ ଖାଦ୍ୟ ମହୋତ୍ସବ ଆୟୋଜିତ ହୋଇଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ଉଦ୍ୟୋଗଶୀଳତା,ଆତ୍ମନିର୍ଭରଶୀଳତା, ସୃଜନଶୀଳତା ଓ ବ୍ୟବସାୟିକ ଦକ୍ଷତାର ବିକାଶ କରିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ, କ୍ଷେତ୍ର ମହିଳା ପ୍ରମୁଖ (ଓଡ଼ିଶା, ପଶ୍ଚିମବଙ୍ଗ ଓ ତ୍ରିପୁରା) ଏବଂ ଶ୍ରୀ ମନୋଜ କୁମାର ନାୟକ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସ୍ୱଦେଶୀ ଜାଗରଣ ମଞ୍ଚ ଯୋଗଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ଜୟରାମ ସାହୁ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଅନ୍ୟତମ ସମ୍ମାନୀତ ଅତୀଥି ରୂପେ ମଂଚସୀନ ଥିଲେ ଅନୁଷ୍ଠାନ ର ଚେୟାର ପରସନ ଶୀମତି ନମିତା ସାହୁ। ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଅନୁଷ୍ଠାନର ଇଂରାଜୀ ଅଧ୍ୟାପକ ଶ୍ରୀ ନଳିନୀକାନ୍ତ ଦାଶ। 

ଏହି ଉଦ୍ୟୋଗ ମେଳାରେ ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଘରୋଇ ଓ ହସ୍ତଶିଳ୍ପ ସାମଗ୍ରୀର ଷ୍ଟଲ୍ ଖୋଲାଯାଇଥିଲା। ସେଥିମଧ୍ୟରେ ହାତତିଆରି ସାବୁନ, ଆକ୍ରିଲିକ୍ ପେଣ୍ଟିଂ, ଘରୋଇ ସୁଗନ୍ଧି ଓ ହର୍ବାଲ୍ ଚା’ ଆଦି ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଏହା ସହିତ ଆୟୋଜିତ ଖାଦ୍ୟ ମହୋତ୍ସବରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଷ୍ଟଲ୍ ଦର୍ଶକଙ୍କ ଆକର୍ଷଣ ସାଜିଥିଲା।

ଏହି ମେଳା ଛାତ୍ରୀମାନଙ୍କୁ ନିଜର ଦକ୍ଷତା, ନୂତନ ଚିନ୍ତାଧାରା ଓ ଉଦ୍ୟୋଗ ପ୍ରତିଭା ପ୍ରଦର୍ଶନ କରିବାର ଏକ ସୁଯୋଗ ପ୍ରଦାନ କରିଥିଲା। ଏପରି କାର୍ଯ୍ୟକ୍ରମ ମହିଳା ସଶକ୍ତୀକରଣ ସହିତ ସ୍ୱାବଲମ୍ବୀ ଭାରତ ଗଠନରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଶେଷରେ ଶ୍ରୀମତୀ ନମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ଉଦ୍ୟୋଗ ମେଳା ଓ ଖାଦ୍ୟ ମହୋତ୍ସବ ସଫଳତାର ସହ ସମାପନ ହୋଇଥିଲା।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

ପତାଞ୍ଜଳି ଯୋଗ ପରିବାର ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ନିଶୁଳ୍କ ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିବିର ଉଦଘାଟିତ

Sunil Chandra Nayak

ଢେଙ୍କାନାଳରେ ବାଦ୍ୟକାର ମହାସଂଘ ଗଠନ : କଳାକାରମାନଙ୍କର ଏକତାର ନୂଆ ପଦକ୍ଷେପ

Sunil Chandra Nayak

Leave a Comment

error: Content is protected !!