ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପତାଞ୍ଜଳି ଯୋଗ ପରିବାର ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ନିଶୁଳ୍କ ଯୋଗ ଓ ପ୍ରାକୃତିକ ଚିକିତ୍ସା ଶିବିର ଉଦଘାଟିତ

ରାଉରକେଲା/ ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର, ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ସୁବର୍ଣ୍ଣରେଖା ମିଳିତ ସହଯୋଗୀତାରେ ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପୋଖରୀ ସନ୍ନିକଟ” ବ୍ୟାସ ଭବନ “ପରିସରରେ ନୂତନ ଯୋଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ସର୍ବ ପ୍ରଥମେ ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସ , ବି. ଏସ. ଟି ରାଜ୍ୟ ସହପ୍ରଭାରୀ ଅକ୍ରୁର ମାର୍ଥା, ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଓ ପରେ ପରେ ଉପସ୍ଥିତ ଅତିଥିମାନେ, ସଦସ୍ୟ ସଦସ୍ୟା ମାନେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ।

ଅନୁଷ୍ଠାନର ସଭାପତି ଶ୍ରୀ ଦାସ ନିଜର ସଭାପତିତ୍ବ ଅଭିଭାଷଣ ପ୍ରଦାନ କରି ଯୋଗ ଓ ପ୍ରାଣାୟାମର ଉପକାରିତା ଉପରେ ଆଲୋଚନା କରିବା ସହିତ ଯୋଗ କର ନିରୋଗ ରୁହ ପରାମର୍ଶ ଦେଇଥିଲେ । ଅନୁଷ୍ଠାନର ସାମାଜିକ ଦାୟିତ୍ଵ ନିର୍ବାହ ପାଇଁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଅବତାରଣା କରିଥିଲେ।ଉକ୍ତ ସଭାରେ ଅକ୍ରୂର ମାର୍ଥା, ଭାରତ ସ୍ବାଭିମାନର ରାଜ୍ୟ ସହ ପ୍ରଭାରୀ ମଞ୍ଚାସୀନ ରହି ଯୋଗର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଭାରତର ଅବଦାନର ବ୍ୟାଖ୍ୟା କରିଥିଲେ। ସୁସ୍ଥ ଭାରତ , ସମୃଦ୍ଧ ଭାରତର ନାରା ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ସ୍ବାମୀଜୀ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଆଜି ବିଶ୍ୱରେ ଭାରତର ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ମିଳିଥିବା ପ୍ରକାଶ କରିଥିଲେ। ପତଞ୍ଜଳୀ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ପ୍ରଭାରୀ ନିତମ୍ବିନୀ ସ୍ବାଇଁ ନିଜ ବକ୍ତବ୍ୟରେ ଯୋଗର ମାନେ ଯୋଡ଼ିବା ଏବଂ ବିନା ଅର୍ଥ ବିନିମୟରେ ଲକ୍ଷେ ଫାଇଦା ଆମେ ଯୋଗାଭ୍ୟାସରୁ ପାଇପାରିବା ବୋଲି କହିଥିଲେ। ନରେନ୍ଦ୍ର କୁମାର ବେହେରା,ଭାରତ ସ୍ବାଭିମାନ ଜିଲ୍ଲା ପ୍ରଭାରୀ ଯୋଗ ଆମକୁ ମାନସିକ ସ୍ଥିରତା, ଆଧ୍ୟାତ୍ମିକ ମାର୍ଗ ଦର୍ଶନ କରୁଥାଏ ବୋଲି ଦର୍ଶାଇ ଥିଲେ। ଜିଲ୍ଲା ମିଡ଼ିଆ ପ୍ରଭାରୀ ଗଙ୍ଗାଧର ଦାଶ ଘରେ ଘରେ ଯୋଗ ପହଞ୍ଚାଇବା ସହିତ ସୋସିଆଲ ମିଡିଆ ରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ଗୁରୁତ୍ବ ପ୍ରଦାନ କରିଥିଲେ । ଆରତୀ ସାହୁ ଭାରତ ସ୍ବାଭିମାନ ଜିଲ୍ଲା ମହାମନ୍ତ୍ରୀ ନିଜ ବ୍ୟକ୍ତିଗତ ଅନୁଭୁତି କଥା ମନେ ପକେଇ କେମିତି ଏକ ଜଟିଳ ଅସ୍ତ୍ରୋପଚାରର ସମାଧାନ କରିପାରିଥିଲେ ତାର ସମ୍ୟକ ସୂଚନା ଦେଇଥିଲେ। ସୁବର୍ଣ୍ଣରେଖା ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ଦେବାସହ ମଞ୍ଚ ପରିଚାଳନା କରିଥିଲେ।

ସ୍ବତନ୍ତ୍ର ଆମନ୍ତ୍ରିତ ପ୍ରତିନିଧି ବିଜୟ ପ୍ରଧାନ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଯୋଗ ଶିକ୍ଷିକା, ସୁବର୍ଣ୍ଣରେଖା ମହିଳା ସମ୍ପାଦିକା ତଥା ଆକ୍ବୁପ୍ରେସର ତାଲିମ ପ୍ରାପ୍ତ ଚିକିତ୍ସକ କନକଲତା ଜେନା ତାଙ୍କ ଅନୁଭୁତି ପ୍ରଦାନ କରିଥିଲେ।ସେ ଓ ତାଙ୍କ ଶିବିରାର୍ଥୀ ସସ୍ମୀତା ମଣ୍ଡଳ କିଛି ସହଜ ଓ ଉପାଦେୟ ଯୋଗାସନ ସମସ୍ତଙ୍କ ସମ୍ମୁଖରେ ପ୍ରଦର୍ଶନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସୁବର୍ଣ୍ଣରେଖା ସଙ୍ଗଠନର ସମ୍ପାଦକ କମଳାକାନ୍ତ ପ୍ରଧାନ, ସହ ସାଧାରଣ ସମ୍ପାଦକ ମହେନ୍ଦ୍ର ମହାଳିକ, ଅରକ୍ଷିତ ଆଦକ, ପ୍ରଫୁଲ୍ଲ କୁମାର ସାହୁ,ସୁବ୍ରତ ଜେନା,ବରୁଣ ମାଝୀ,ନିରଞ୍ଜନ ଶତପଥୀ,ଛବିରାଣୀ ପ୍ରଧାନ,ଭାଗ୍ୟଲକ୍ଷ୍ମୀ ପାତ୍ର, ସୁଷମା ସାହୁ,ତପୋଇ ମାଝୀ,ଜ୍ୟୋତ୍ସ୍ନା ଦେଓ, ଶକୁନ୍ତଳା ଆଦକ, ରଶ୍ମି ରେଖା ବାରିକ,ଭକ୍ତିମୟୀ ମହାଳିକ,ବାଲୁ କିଶୋର ପାତ୍ର, ଶ୍ରୀକାନ୍ତ ଦାସ ସକ୍ରିୟ ଅଂଶଗ୍ରହଣ କରିଥିଲେ ଓ ଶତାଧିକ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

Sunil Chandra Nayak

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ  ଥାନାର ଦ୍ୱାରସ୍ତ ହେଲା କ୍ଷତ୍ରୀୟ ପାଇକ ସମାଜ

Sunil Chandra Nayak

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଚାଚେରବେଙ୍ଗ ଗସ୍ତ 

masiha

Leave a Comment

error: Content is protected !!