ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କା ଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନୀରିକ୍ଷଣ

ରାଉରକେଲା / ରେଳ ବାଇ ବୋର୍ଡ଼ ର ସଦସ୍ୟ ଡଃ ସୁବାସ ଚନ୍ଦ୍ର ଲେଙ୍କା ଅଚାନକ ଝାରସୁଗୁଡା  ରେଳଷ୍ଟେସନ ନୀରିକ୍ଷଣ କରିଥିଲେ । ଷ୍ଟେସନ ର ସମସ୍ତ ପ୍ଲାଟଫର୍ମ ର ରକ୍ଷଣାଵେକ୍ଷଣ,ପରିଷ୍କାର ପରିଛ୍ଛନତା,ଫୁଟ ଓଭର ବ୍ରିଜ , ଟିକେଟବୁକିଙ୍ଗ ବ୍ୟବସ୍ଥା,ପ୍ଲାଟ ଫର୍ମ୍ ୪ ଓ ୫ ସହିତ ଅନ୍ୟ ସମସ୍ତ ପ୍ଲାଟଫର୍ମ ଗୁଡିକରେ ଥିବା କେଟେରିଙ୍ଗ ବ୍ୟବସ୍ଥା,ବୁକଷ୍ଟଲ,ଟି ଷ୍ଟଲ,ବିଶ୍ରାମ ଗୃହ,ଶୌଚାଳୟ,ଗାଧୁଆଘର ,ଇତ୍ୟାଦି ଗୁଡିକ ବୁଲି ନୀରିକ୍ଷଣ କରିଥିଲେ । ଷ୍ଟେସନ ର ସି ସି ଆଇ ଡିପି କିଶାନ, ଷ୍ଟେସନମାଷ୍ଟର ଏମ କେ ବେହୁରା ଏବଂ ଅନ୍ୟମାନଙ୍କ ମଧ୍ୟରେ ସାମିଲ ଉମେଶ ପାଶୱାନ, ଏନକେ ବିଦ୍ୟାର୍ଥୀ, ବିବେକ କୁମାର ଏବଂ ଝାରସୁଗୁଡା ରେଳ ଷ୍ଟେସନ ତରଫରୁ ପୋଲିସ ସୁରକ୍ଷା ଦେଇ ନୀରିକ୍ଷଣ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ । ପ୍ଲାଟଫର୍ମ୍ – ୨ ଓ ୩ ରେ ଥିବା ଷ୍ଟଲରୁ ସମୟ ଅତିକ୍ରାନ୍ତ ହୋଇ ଯାଇଥିବା ଅନେକ ବିସ୍କୁଟ ପକେଟ ବାହାରିବାରୁ ସମସ୍ତ ଜିନିଷ ସିଜ କରାଯାଇ ପାଞ୍ଚହ଼ଜାର ଟଙ୍କା ଫାଇନ କରାଯାଇ ଥିଲା । ଏହାଛଡା ସମସ୍ତ ଷ୍ଟଲ ଗୁଡିକରୁ ଲାଇସେନ୍ସ ମଧ୍ୟ ଯାଞ୍ଚ କରା ଯାଇଥିଲା । ଯାଞ୍ଚ କାର୍ଯ୍ୟକ୍ରମ ପୂର୍ବରୁ ସିସିଆଇଡିପି କିଷାନ ଓ ଷ୍ଟେସନ ମାଷ୍ଟର ଙ୍କୁ ନେଇ ଡଃ ଲେଙ୍କା ବୈଠକ ରେ ବିଭିନ୍ନ ପ୍ରସଙ୍ଗ କୁ ନେଇ ଆଲୋଚନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନଏକଙ୍କ ମାତୃ ବିୟୋଗ

Sunil Chandra Nayak

ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଧାରଣା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ 

Sunil Chandra Nayak

କଲ୍ୟାଣସିଂହପୁର ଠାରେ ଜନଜାତି ସଂସ୍କୃତି ପ୍ରଗତି ସଶକ୍ତ ଓଡ଼ିଶା ସଂସ୍କୃତି ପ୍ରଗତି ସାଥି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!