ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣିପୁର ହିଂସା ଓ ମହିଳା ମାନଙ୍କ ଉପରେ ବିଭତ୍ସ ଓ ବର୍ବର ଆକ୍ରମଣ ରୋକିବାରେ ବିଫଳ ବିଜେପି ସରକାର , ବରଖାସ୍ତ ଦାବିରେ ସି ଆଇ ଟି ୟୁ, କୃଷକ ସଭା ଓ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ

ରାଉରକେଲା/ ଦୀର୍ଘ ୮୫ ଦିନ ଧରି ମଣିପୁର ରାଜ୍ୟ ଜଳୁଛି। ସରକାରୀ ହିସାବରେ ୧୫୦ ରୁ ଅଧିକ ଲୋକ ହତ୍ୟା ର ଶିକାର ହୋଇଛନ୍ତି। ହଜାର ହଜାର ଲୋକ ବିସ୍ଥାପିତ ହୋଇ ଶରଣାର୍ଥୀ ଶିବିରରେ ଅକଥନୀୟ ନିର୍ଯାତନାର ଶିକାର,ଯାହାଙ୍କ ମଧ୍ୟରେ ବ୍ୟାପକ ସଂଖ୍ୟାଗରିଷ୍ଠ ହେଉଛନ୍ତି ଆଦିବାସୀ କୁକୀ ସଂପ୍ରଦାୟର। ମହିଳା ମାନଙ୍କ ଉପରେ ଚାଲିଥିବା ବିଭତ୍ସ ଯୌନ ନିର୍ଯାତନା, ଧର୍ଷଣ ଓ ସର୍ବସମକ୍ଷରେ ଉଲଗ୍ନ ପ୍ୟାରେଡ ସମଗ୍ର ଭାରତ ବାସୀଙ୍କୁ ଲଜ୍ଜା ରେ ମଥାନତ କରିବାକୁ ବାଧ୍ୟ କରିଛି।

    ମଣିପୁର ପରି ଏକ ସୀମାନ୍ତ ଓ ସଂବେଦନଶୀଳ ରାଜ୍ୟରେ ଚାଲିଥିବା ନାରକୀୟ ବିଭତ୍ସତା ସମଗ୍ର ବିଶ୍ଵରେ ଭାରତବର୍ଷର ମର୍ଯ୍ୟାଦାକୁ ଭୁଲୁଣ୍ଠିତ କରିଛି। ଅଥଚ ଏହି ଜଘନ୍ୟ ବର୍ବରତା ର ମୁଖ୍ୟ ଖଳନାୟକ ତଥା ପ୍ରୋତ୍ସାହକ ମଣିପୁର ର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଲଜ୍ଜାହୀନ ଭାବେ ନିଜର ମୈତେହୀ ସଂପ୍ରଦାୟର ଅପରାଧୀ ମାନଙ୍କୁ ଘଣ୍ଟ ଘୋଡେ଼ଇ ନିର୍ଲଜତାର ସୀମା ଲଙ୍ଘନ କରିଛନ୍ତି। ସବୁଠାରୁ ବଳି ଉଦବେଗ ର ବିଷୟ, ମଣିପୁର ନିବସ୍ତ୍ର ମହିଳାଙ୍କର ସର୍ବସାଧାରଣ ରେ ଚଲାଇବା ଘଟଣା ର ଚିତ୍ର ଭାଇରାଲ ହେବା ପରେ ମାନ୍ୟବର ସୁପ୍ରିମକୋର୍ଟ ଙ୍କ କଡ଼ା ତାଗିତ ପରେ ବି ମଣିପୁର ମୁଖ୍ୟମନ୍ତ୍ରୀ ଏପରି ଶହ ଶହ ଘଟଣା ଘଟୁଛି କହି ମାନ୍ୟବର କୋର୍ଟ ଙ୍କୁ ଅପମାନିତ କରିଛନ୍ତି। ଆହୁରି ଉଦବେଗଜନକ ଓ ନିନ୍ଦନୀୟ ହେଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦାୟିତ୍ବହୀନ ବକ୍ତବ୍ୟ। ଦୀର୍ଘ ୭୭ ଦିନର ନିରବତା ପରେ ପ୍ରଧାନମନ୍ତ୍ରୀ କୌଣସି ଅପରାଧୀକୁ ଛଡ଼ା ଯିବ ନାହିଁ ବୋଲି କହି ଅନ୍ୟାନ୍ୟ ଅଣ ବିଜେପି ଶାସିତ ରାଜ୍ୟରେ ମଧ୍ୟ ଅନୁରୂପ ଘଟଣା ଘଟୁଛି ବୋଲି ନିଜର ଦାୟିତ୍ଵ ହୀନ ମନ୍ତବ୍ୟ ଦେଇଛନ୍ତି।

    ମଣିପୁର ଏପରି ଏକ ଅଗ୍ନିଗର୍ଭ ପରିସ୍ଥିତିର ପ୍ରତିବାଦ ରେ ଓ ଶାନ୍ତି ଫେରାଇ ଆଣିବା, ଦଙ୍ଗା ଓ ମହିଳା ମାନଙ୍କ ଉପରେ ପାଶବିକ ଅତ୍ୟାଚାର ଓ ବର୍ବର ଆକ୍ରମଣ କୁ ରୋକିବା ଦିଗରେ ବିଫଳ ହୋଇଥିବା ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ସରକାର କୁ ତୁରନ୍ତ ବରଖାସ୍ତ କରି ମଣିପୁର ରେ ରାଷ୍ଟ୍ରପତି ଶାସନ ଲଗାଇବା ଓ ଦଙ୍ଗା ଓ ମହିଳା ମାନଙ୍କ ଉପରେ ବର୍ବର ଆକ୍ରମଣ କରୁଥିବା ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା ଦାବିରେ ଆଜି ସମଗ୍ର ଦେଶରେ ସି ଆଇ ଟି ୟୁ, ଅଲ୍ ଇଣ୍ଡିଆ କିଷାନ ସଭା ଏବଂ ଅଲ୍ ଇଣ୍ଡିଆ କ୍ଷେତ ମଜଦୂର ୟୁନିୟନ ପକ୍ଷରୁ ପ୍ରତିବାଦ ସଭା, ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ବେଳେ ସଂଗଠନ ର ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ରାଉରକେଲା ସେକ୍ଟର ୨ ଘରୋଇ ବସଷ୍ଟାଣ୍ଡ ଠାରେ ପ୍ରତିବାଦ ସଭା ସି ଆଇ ଟି ୟୁ ଜିଲ୍ଲା ସଭାପତି ତଥା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିବାଦ ସଭାରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି,ସି ପି ଆଇ ଏମ୍ ଜିଲ୍ଲା ସଂପାଦକ ପ୍ରମୋଦ ସାମଲ,ସି ଆଇ ଟି ୟୁ ଜିଲ୍ଲା ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ହୃଦୟାନନ୍ଦ ଯାଦବ, ପ୍ରଭାତ ପଣ୍ଡା, ଶକୁନ୍ତଳା ମହାକୁଡ଼, ଶ୍ରୀମନ୍ତ ବେହେରା,ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ, ଯଯାତି କେଶରୀ ସାହୁ, କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ସୁରେନ୍ଦ୍ର ଦାଶ, ଜିଲ୍ଲା ସଭାପତି ସମୀର ନାଏକ, କ୍ଷେତ ମଜଦୂର ୟୁନିୟନ ନେତା ରଜତ ମୁଣ୍ଡା, ଗଣତାନ୍ତ୍ରିକ ମହିଳା ସମିତିର ରାଜ୍ୟ ସଭାନେତ୍ରୀ ସୁଶୀଳା ମୁଣ୍ଡା, ଶକୁନ୍ତଳା ଟୁଡୁ,ସିନିଗୋ ବେସରା ପ୍ରମୁଖ ଶ୍ରମିକ, କୃଷକ, ମହିଳା,ଯୁବ ଛାତ୍ର ମାନଙ୍କ ନେତୃତ୍ୱ ବକ୍ତବ୍ୟ ରଖି ବି ଜେ ପି ର ସାଂପ୍ରଦାୟିକ ରାଜନୀତି କୁ ଜନସାଧାରଣ ପରାସ୍ତ କରିବାକୁ ଆହ୍ୱାନ କରିଥିଲେ।

   ଏହି ପ୍ରତିବାଦ ସଭାକୁ ସି ଆଇ ଟି ୟୁ ରାଜ୍ୟ କମିଟି ସଦସ୍ୟ ବି ପି ମହାପାତ୍ର, ଅକ୍ଷୟ ମହାନ୍ତ, ଭାଗିରଥି ଟୁଡୁ, ଗୌରୀ ଶଙ୍କର ପାତ୍ର, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ଲକ୍ଷ୍ମୀଧର ନାୟକ, ଅରୁ ଦାସ, ବିନୟ ବେଉରିଆ, ଦିବାକର ମହାରଣା, ଏନ୍ ଏନ୍ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି, ପ୍ରଦୀପ ସେଠୀ, ରତ୍ନାକର ନାୟକ, ଯଜ୍ଞେଶ୍ଵର ସାହୁ, ଦେବାନନ୍ଦ ରାଉତ, ଅରୁଣ ମହାରଣା, ସାଗର ଛୋଟରାୟ, ବାସୁଦେବ ସାହୁ, ଶୁଭେନ୍ଦୁ ମହାନ୍ତି, ଏନ୍ କେ ରାଉତରାୟ, ପ୍ରମୋଦ ପରିଡ଼ା,ସୁରେଶ ଜେନା,ମହିଳା ସମିତି ନେତ୍ରୀ ଜୟନ୍ତୀ ନାୟକ, ଅଞ୍ଜଳି ଘୋଷ, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ ପ୍ରମୁଖ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗାଁ ଗାଁ ବୁଲି ସଦସ୍ୟ ସଂଗ୍ରହ କଲେ ଝରୀଗାଁ ବିଧାୟକ 

masiha

ରଘୁନାଥପଲ୍ଲୀ ନିର୍ବାଚନ କ୍ଷେତ୍ର ରେ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ବିଜେପିକୁ ବିଜୟୀ କରିବାକୁ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ଆହ୍ବାନ 

masiha

ପ୍ରବାଦପୁରୁଷ ଭୂମିପୁତ୍ର ବିଜୁବାବୁଙ୍କ 107ତମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!