ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବ ରୁ ପୋଷ୍ଟର ଜାରୀ କଲା ମାଓ ସଂଗଠନ

ମ,ରାମପୁର,୨୬/୭( ମସୀହା):- ଜୁଲାଇ ମାସ ୨୮ ରୁ ଅଗଷ୍ଟ ମାସ ୩ ତାରିଖ ଯାଏଁ ମାଓବାଦୀ ଙ୍କ ସହୀଦ ସପ୍ତାହ ପାଳନ ଅବସରରେ ପୋଷ୍ଟର ଜାରୀ କରିଛି ମାଓ ସଂଗଠନ । କଳାହାଣ୍ଡି ଜିଲ୍ଲା ସଦର ଭବାନୀପାଟଣା ନିକଟସ୍ଥ ଶଗଡା ଠାରେ ଗତ କାଲି ମାଓ ସଂଗଠନ ପକ୍ଷରୁ ବ୍ୟାନର ଲଗାଇଥିଲା । ମାଓ ସଂଗଠନ କେ କେ ବି ଏନ୍ ଡିଭିଜନାଲ କମିଟି ଭାକପା ( ମାଓବାଦୀ) ପକ୍ଷରୁ ସହୀଦ ସପ୍ତାହ କୁ ସମସ୍ତେ ସହଯୋଗ କରିବାକୁ ଆହ୍ବାନ ଦେବା ସହିତ ରିନ୍ଦୋ ମାଝୀ ର ଉତ୍ତରାଧିକାରୀ ଭାବରେ ଅମର ସହୀଦ ଯୋଡ଼ି କମ୍ରେଡ ଲଳିତ, ନମିତା କୁ ସମବେଦନା ଓ ସ୍ମୃତି ଚାରଣ ନିମନ୍ତେ ଗାଁ ଗାଁ ରେ ଶୋକ ସଭା ଆୟୋଜନ କରନ୍ତୁ, ଅମର ସହୀଦ ମାନଙ୍କ ସ୍ବପ୍ନ ର ସାମ୍ୟବାଦ ପ୍ରତିଷ୍ଠା ପାଇଁ ଗରିଲା ଯୁଦ୍ଧ ଦ୍ଵାରା ଫାଶୀ ବାଦି ସମାଧାନ ,ପ୍ରହାର ଦମନ କୁ ପରାସ୍ତ କରନ୍ତୁ, ଗାଁ ଗାଁ ରେ ଥିବା ପୁଲିସ୍ ସୂଚନା ଦାତା ଙ୍କୁ ଚିହ୍ନଟ ,ବ୍ରାହ୍ମଣୀୟ ହିନ୍ଦୁତ୍ବ ଫାଶୀ ବାଦି କୁ ହରାଇ ଅଳ୍ପ ସଂଖ୍ୟକ ଲୋକ ଙ୍କୁ ସଂଗଠିତ କରିବା, ଅମର ଶହୀଦ ଙ୍କ ସ୍ବପ୍ନ କୁ ପୂରଣ କରିବା, ସହୀଦ ଙ୍କ ବଳିଦାନ କୁ ଉର୍ଦ୍ଧ୍ବ ରେ ଟେକି ଧରିବା ଭଳି ଅନେକ ଦାବି ରଖିଚି ମାଓ ସଂଗଠନ। ଏଥି ସହିତ ଲଳିତ ଓ ନମିତା ଙ୍କ ମାଓ ସଂଗଠନ ରେ ଭୂମିକା ସମ୍ପର୍କରେ ଏକ ପୋଷ୍ଟର୍ ମଧ୍ୟ ଜାରୀ କରିଛି ମାଓ ସଂଗଠନ। ତେବେ ଏହି ସବୁ ପୋଷ୍ଟର ଏବେ ମୋବାଇଲ ରୁ ମୋବାଇଲ କୁ ଘୁରିବୁଲୁଥିବା ଦେଖା ଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମଇ ମାସ ୯ ତାରିଖ ରେ ଟାପରେଙ୍ଗ ଠାରେ ଲଳିତ ର ମୃତ୍ୟୁ ହେଇଥିଲା ଏହା ପରେ ଏହି ଘଟଣା କୁ ବିରୋଧ କରି ଜୁନ ୨୪ ରେ ମ,ରାମପୁର ବ୍ଲକ୍ ଅନ୍ତର୍ଗତ ମାଣିକେରା ଅଞ୍ଚଳ ରେ ମାଓ ସଂଗଠନ ପକ୍ଷରୁ ବ୍ୟାପକ ପୋଷ୍ଟର ଲଗା ଯାଇ ଘଟଣା ର ନିନ୍ଦା କରା ଯାଇଥିଲା । ଏହାର ମାସେ ପରେ ପୁଣି ଏହି ପୋଷ୍ଟର ଗୁଡିକ ମାଓ ସଂଗଠନ ର ଉପସ୍ଥିତି କୁ ଜାହିର କରୁଛି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସନ୍ଦେହ ଜନକ ଯୁବକର ମୃତ୍ଯୁ ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ

Sunil Chandra Nayak

ଚାକିରି ଦେବା ନା ରେ ଠକେଇ 2 ଜଣ ଗିରଫ 

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପୋଲିସକୁ ମିଳିଲା ବଡ ସଫଳତା , ଲୁଟେରା ସମେତ କବାଡିଆ ଦୋକାନୀ ଓ ତାଙ୍କ ପୁଅ ଗିରଫ 

Sunil Chandra Nayak

Leave a Comment

error: Content is protected !!