ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭରଣ୍ଡିଆରେ ବହୁ ଚର୍ଚ୍ଚିତ ମହିଳାଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ

ଭରଣ୍ଡିଆରେ ବହୁ ଚର୍ଚ୍ଚିତ ମହିଳାଙ୍କ ହତ୍ୟାକାରୀଙ୍କୁ ବାନ୍ଧିଲା ପୋଲିସ

 ମୟୂରଭଞ୍ଜ -୪/୦୩ ( ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର ଖନ୍ତ ପଞ୍ଚାୟତର ଭରଣ୍ଡିଆ ସାପ୍ତାହିକ ହାଟ ପଛପଟ ଏକ ବିଲ ନିକଟସ୍ଥ ଏକ ପକ୍କା ଘରୁ ଜନୈକୂ ମହିଳାଙ୍କ ରକ୍ତାକ୍ତ ମୃତଦେହକୁ ରବିବାର ଦିନ ପୋଲିସ ଉଦ୍ଧାର କରିଥିବାଵେଳେ ଆଜି ହତ୍ୟାକାରୀଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଗତ ଫେବୃଆରୀ ୨୨ ତାରିଖ ଦିନ ଯୋଡାମହୁଲ ଗ୍ରାମର ଶ୍ରୀମତୀ ମାହାଲି(୫୩) ସହିତ ଅସନଵଣି ଗ୍ରାମର ଭସ୍କୋ ମାଝୀ(୨୮)ର ଭରଣ୍ଡିଆର ସାପ୍ତାହିକ ହାଟ ପାଖରେ ଭେଟଘାଟ ହୋଇଥିଲା । ଭସ୍କୋ ମାଝୀ ଶ୍ରୀମତୀ ମାହାଲି ସହ ହାଣ୍ଡିଆ ମଦ ପିଇ ଥିଲେ । ପରେ ହାଟ ପଛପଟ ବିଲ ଆଡେ ଏକ ନିଛାଟିଆ ଯାଗାରେ ଥିବା ପକ୍କା ଘରକୁ ଯାଇଥିଲେ । ସେଠାରେ ଭସ୍କୋ ମାଝୀ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିବା ପାଇଁ ଚାହିଁବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଗଣ୍ଡଗୋଳ ହୋଇ ଉଗ୍ର ରୂପ ନେଇଥିଲା ।ପରେ ଭସ୍କୋ ମାଝୀ ହିତାହିତ ଜ୍ଞାନ ହରାଇ ଏକ ପଥରରେ ଶ୍ରୀମତୀ ମାହାଲିଙ୍କ ମଥାରେ ଛେଚି ହତ୍ୟା କରି ଏକ ଲୁଗାରେ ଘୋଡାଇ ଦେଇ ଖସି ପଳାଇଥିଲା । ଶନିବାର ଦିନ ଗାଁ ଲୋକେ ବିଲ ଆଡେ ଯାଇଥିବାବେଳେ ଏକ ପଚା ଦୁର୍ଗନ୍ଧ ଵାସ୍ନା ପାଇ ଥାନାକୁ ଖବର ଦେଇଥିଲେ । ପୋଲିସ ରବିବାର ଦିନ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ସହ ସାଇଣ୍ଟିଫିକ ଟିମ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଶବକୁ ଚିହ୍ନଟ ସହ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ କେଶ ନମ୍ବର ୭୨/୨୪ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ରାଇରଙ୍ଗପୁର ଟାଉନ ଥାନାଧିକାରୀ ସୁଚନ୍ଦ୍ର ମହାଳିକ ଏବଂ ତାଙ୍କ ଟିମ୍ ତଦନ୍ତକୁ ଜୋରଦାର କରି ମୁଖ୍ୟ ହତ୍ୟାକାରୀ ଭସ୍କୋ ମାଝୀ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇ ଗିରଫ କରିଥିଲା । ପୋଲିସ ଭସ୍କୋକୁ ଜେରା କରିବାରୁ ସତକଥା ଓଗାଳିଥିଲା ।ଆଜି ସୋମବାର ଦିନ ଭସ୍କୋକୁ ହତ୍ୟା ଘଟଣା ଘଟାଇଥିବା ସ୍ଥାନକୁ ନେଇ କେମିତି ହତ୍ୟା କରିବା ଡେମୋ ଦେଖାଇବା ସହ ହତ୍ୟା କରିଥିବା ରକ୍ତ ଲଗା ପଥରକୁ ଜବତ କରିବା ସହ ଆସାମୀକୁ କୋର୍ଟ ଚାଲାଣ କରିଛି । ରାଇରଙ୍ଗପୁର ଟାଉନ ଥାନାଧିକାରୀ ସୁଚନ୍ଦ୍ର ମହାଳିକଙ୍କ ସଠିକ ତଦନ୍ତ ଫଳରେ ୨୪ ଘଣ୍ଟା ମଧ୍ୟରେ ଆସାମୀକୁ ଚିହ୍ନଟ କରି କୋର୍ଟ ଚାଲାଣ କରିବା ନେଇ ସାଧାରଣରେ ପୋଲିସ ଉପରେ ବିଶ୍ୱସନୀୟତା ଵଢାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦୌରା ଜଜ୍ ଙ୍କ ଘରେ ଚୋରୀ

masiha

ଫଟାଗୁଡା ଡକାୟତି ମାମଲା ରେ ଖାତିଗୁଡା ପୋଲିସ କବଜାରେ ପାଞ୍ଚ ଡକାୟତ , ଜଣକୁ ଖୋଜା ଚାଲିଛି

Sunil Chandra Nayak

ନୂଆପଡ଼ା କୋମନା ବ୍ଲକ ଜେଠୁପାଲି ଗ୍ରାମରେ ଏକ ଜୁଆ ଆଡ୍ଡା ଚଢାଉ, ନଗଦ ୪୮,୨୨୫/- ଟଙ୍କା ଜବତ,୧୬ ଗୋଟି ମୋବାଇଲ୍, ୧୨ ଗୋଟି ଯାନବାହାନ,୨୩ ଯୁଆଡି ଗିରଫ

masiha

Leave a Comment

error: Content is protected !!