ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡିର କାର୍ଯ୍ୟକାରିଣି ବୈଠକ

ବିଜେଡିର କାର୍ଯ୍ୟକାରିଣି ବୈଠକ

ବସ୍ତା,04/03 : ଜଳେଶ୍ୱର ନିର୍ବାଚନ ମଣ୍ଡଳିର ପାଉଁଶକୁଲି ଠାରେ ବିଜୁ ଜନତା ଦଳର କାର୍ଯ୍ୟକାରିଣି ବୈଠକ ଅନୁଷ୍ଠିତ ହେଇଯାଇଛି,ଏହି ବୈଠକରେ ଜଳେଶ୍ୱର ବିଧାୟକ ତଥା ମନ୍ତ୍ରୀ ଅଶ୍ୱୀନୀ କୁମାର ପାତ୍ର ଯୋଗ ଦେଇ ଆସନ୍ତା ସାଧାରଣ ନିର୍ବାଚନରେ ଦଳ କିପରି ଅଧିକ ଶକ୍ତିଶାଳି ହେବ ସେନେଇ ତୃଣମୁଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିତି ଆଦର୍ଶ ଏବଂ ବିକାଶ ମୁଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବା ପାଇଁ ନିବେଦନ କରିଥିଲେ,ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଜଳେଶ୍ୱର ବିଧାୟକଙ୍କୁ ପ୍ରଥମଥର ପାଇଁ ବିଧାୟକ ଆସନରେ ବସାଇବା ପାଇଁ ନିବେଦନ କରିଥିଲେ,ଏହି ବୈଠକରେ ଜଳେଶ୍ୱର ପଞ୍ଚାୟତ ସମିତିର ଅଧକ୍ଷ ଉପାଧକ୍ଷ,ବାଲେଶ୍ୱର ଜିଲ୍ଲା ପରିଷଦ ଉପାଧକ୍ଷା,ବସ୍ତା ପଞ୍ଚାୟତ ସମିତିର ଉପାଧକ୍ଷଙ୍କ ସମେତ ବହୁ ନେତୃବୃନ୍ଦ ଏବଂ ୨ ଶହରୁ ଅଧିକ କର୍ମୀ ଯୋଗ ଦାନ କରିଥିଲେ ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଅନୁଷ୍ଠିତ ହେଲା ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ

masiha

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ରାଜ୍ୟ ଓଵିସି ଜନ ଜାଗରଣ ଯାତ୍ରା କୁ ଧର୍ମଗଡ ଠାରେ ଭବ୍ୟ ସ୍ଵାଗତ

masiha

ପ୍ରପତିଜୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନ ଚକ୍ର 

Sunil Chandra Nayak

Leave a Comment

error: Content is protected !!